1. କୃଷି ଖବର

ହୋଲି ପୂର୍ବରୁ ଛଅ କୋଟି ଚାକିରିଆଙ୍କୁ ବଡ଼ ଝଟକା, EPFO ଉପରେ ସରକାର ନେଲେ ଏହି ପଦକ୍ଷେପ,ଜାଣନ୍ତୁ...

ହୋଲି ପୂର୍ବରୁ ଚାକିରିଆଙ୍କୁ ଶକ୍ତ ଝଟକା ଲାଗିଛି । କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (EPFO) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସୁଧ ହାର .୪% ହ୍ରାସ କରିଛି । PTI ରୁ ମିଳିଥିବା ସୂଚନା ଅନୁଯାୟୀ, କର୍ମଚାରୀଙ୍କ EPFO ​​ସୁଧ ହାର ୮.୫ % ରୁ ୮.୧ % କୁ ହ୍ରାସ ପାଇଛି ।

Sudesna Nayak
Sudesna Nayak
EPFO fixes 8.1 per cent as interest rate on provident fund deposits for 2021-2022

EPFO fixes 8.1 per cent as interest rate on provident fund deposits for 2021-2022

ହୋଲି ପୂର୍ବରୁ ଚାକିରିଆଙ୍କୁ ଶକ୍ତ ଝଟକା ଲାଗିଛି । କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ (EPFO) ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସୁଧ ହାର .୪% ହ୍ରାସ କରିଛି । PTI ରୁ ମିଳିଥିବା ସୂଚନା ଅନୁଯାୟୀ, କର୍ମଚାରୀଙ୍କ EPFO ​​ସୁଧ ହାର ୮.୫ % ରୁ ୮.୧ % କୁ ହ୍ରାସ ପାଇଛି ।

ସୂଚନା ଅନୁୟାୟୀ, କର୍ମଚାରୀଙ୍କ ଆର୍ଥିକ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ ଶନିବାର ୨୦୨୧-୨୦୨୨ ଆର୍ଥିକ ବର୍ଷ ପାଇଁ PFଜମା ଉପରେ ୮.୧% ସୁଧ ହାର ଦେବାକୁ ନିଷ୍ପତ୍ତି ନେଇଛି । ଏକ ଦଶନ୍ଧି ମଧ୍ୟରେ ଏହା ସର୍ବନିମ୍ନ ସୁଧ ହାର । ଶ୍ରମ ମନ୍ତ୍ରଣାଳୟର ସୂତ୍ର ଅନୁଯାୟୀ, EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୮.୧% ସୁଧ ହାର ସୁପାରିଶ କରିବାକୁ ନିଷ୍ପତ୍ତି ନେଇଛି । EPF ବୋର୍ଡର ସୁପାରିଶ ଖୁବଶୀଘ୍ର ଅର୍ଥ ମନ୍ତ୍ରଣାଳୟକୁ ପଠାଯିବ ।

କହିବାକୁ ଗଲେ,ଗୁଆହାଟୀରେ EPFOର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ବୈଠକ ଅନୁଷ୍ଠିତ ହୋଇଥିଲା । ବୋର୍ଡର ସୁଧ ହାର ହ୍ରାସ ନିଷ୍ପତ୍ତି ନିଶ୍ଚିତ ଭାବରେ ଚାକିରିଆଙ୍କ ପାଇଁ ଏକ ପ୍ରତିବନ୍ଧକଠାରୁ କମ୍ ନୁହେଁ । ଏହି ନିଷ୍ପତ୍ତି EPFO ​ର ପ୍ରାୟ ଛଅ କୋଟି ଲୋକଙ୍କୁ ପ୍ରଭାବିତ କରିବ । ୧୯୭୭-୭୮ ଆର୍ଥିକ ବର୍ଷରେ EPFO ସୁଧ ହାର ୮ % କରିଥିଲା। ୨୦୧୬-୧୭ରେ ତାହା ୮.୬୫%କୁ ପହଞ୍ଚି ଯାଇଥିଲା ।

ପ୍ରକାଶ ଥାଉ ଯେ, EPFO ନିୟମ ଅନୁସାରେ, ଏହାର ଉପଭୋକ୍ତାଙ୍କୁ ବେସିକ ଦରମାର ଅନ୍ୟୁନ୍ୟ ୧୨% ଜମା ଦେବାକୁ ପଡିଥାଏ । ସେଥିରେ ନିଯୁକ୍ତିଦାତା ଆଉ ସମାନ ପରିମାଣର ରାଶି ଜମା କରନ୍ତି। କୋରୋନା ସମୟରେ EPFOର ଆୟ ବ୍ୟାପକ ପ୍ରଭାବିତ ହୋଇଥିଲା । ୨୦୧୯-୨୦ରେ EPFO ପେମେଣ୍ଟ ବିଳମ୍ବ ହୋଇଥିଲା । ଯାହାକୁ ଦୁଇଟି ଇନଷ୍ଟଲମେଣ୍ଟରେ ଭରଣ କରାଯାଇଥିଲା ।

ଲୋକଙ୍କୁ ବଡ଼ ଝଟକା ଦେଲେ ସରକାର ; ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ PF ସୁଧ ହାର କଲେ ହ୍ରାସ

ବେକାରୀଙ୍କୁ ସୁଯୋଗ ଦେଉଛି EPFO;ଶୀଘ୍ର କରନ୍ତୁ ରେଜିଷ୍ଟ୍ରସନ, ମିଳିବ ଜବରଦସ୍ତ ଲାଭ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments