1. କୃଷି ଖବର

EPFO:ଖୁସିଖବର; ସରକାର ଆପଣଙ୍କ ଆକାଉଣ୍ଟରେ ପଠାଇବାକୁ ଯାଉଛନ୍ତି ଟଙ୍କା!

ଯଦି ଆପଣ ମଧ୍ୟ ସରକାରୀ କିମ୍ବା ଅଣ-ସରକାରୀ ସଂଗଠିତ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ତବେ ଖୁବ ଶୀଘ୍ର ଭଲ ଖବର ପାଇପାରନ୍ତି । ଦେଶର ୬ କୋଟିରୁ ଅଧିକ କର୍ମଚାରୀଙ୍କ PF ଆକାଉଣ୍ଟରେ ସରକାର ୨୦୨୨ ଆର୍ଥିକ ବର୍ଷ ପାଇଁ ସୁଧ ଟ୍ରାନ୍ସଫର କରିବାକୁ ଯାଉଛନ୍ତି । EPFO ଜୁନ୍ ୩୦ ମଧ୍ୟରେ ଏହାର ​​କର୍ମଚାରୀଙ୍କ ଆକାଉଣ୍ଟରେ ସୁଧ ଟଙ୍କା ଟ୍ରାନ୍ସଫର କରିପାରେ ।

Sudesna Nayak
Sudesna Nayak
EPFO good news modi government is going to put pf interest in your account

ସୂଚନା ଅନୁୟାୟୀ, PF ରେ କେନ୍ଦ୍ର ସରକାର (Central Government) ୮.୧ ପ୍ରତିଶତ ସୁଧ ପ୍ରଦାନ କରୁଛନ୍ତି । ତେବେ, ଆକାଉଣ୍ଟରେ ସୁଧ ଟଙ୍କା ଟ୍ରାନ୍ସଫର ନେଇ EPFO ​​କିଛି କହିନାହିଁ ।

EPFO ​​୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସୁଧ ହାର ୮.୧ ପ୍ରତିଶତ ଦେବାକୁ ସ୍ଥିର କରିଛି । ଗତ ୧୦ ବର୍ଷ ମଧ୍ୟରେ ଏହା ହେଉଛି ସର୍ବନିମ୍ନ ସୁଧ ହାର । ଇପିଏଫଏ ଗ୍ରାହକମାନେ ଆଶା କରୁଥିଲେ ଯେ ଏଥର ସରକାର ଅଧିକ ସୁଧ ଘୋଷଣା କରିବେ, କିନ୍ତୁ ତାହା ହୋଇପାରିଲା ନାହିଁ । ସରକାରଙ୍କ ଏହି ନିଷ୍ପତ୍ତି EPFO ​​ର ପ୍ରାୟ ୬ କୋଟି ଗ୍ରାହକଙ୍କୁ ଚକିତ କରିଛି । ଗତ ଆର୍ଥିକ ବର୍ଷରେ, PF ଉପରେ ୮.୫% ସୁଧ ମିଳିଥିଲା ।

ଲଗାତାର ହ୍ରାସ ହେଉଛି ସୁଧ,ଜାଣନ୍ତୁ...

୨୦୧୯-୨୦ ଆର୍ଥିକ ବର୍ଷରେ EPFO ​​୮.୫% ସୁଧ ଦେଇଥିଲା । ୨୦୨୦-୨୦ ରେ ୮.୫% ହାରରେ ସୁଧ ଦିଆ ଯାଇଥିବାବେଳେ, ୨୦୧୮-୧୯ ଆର୍ଥିକ ବର୍ଷରେ ୮.୬୫%, ୨୦୧୭-୧୮ ରେ ୮.୫୫%, ୨୦୧୬-୧୭ ରେ ୮.୬୫% ଓ ୨୦୧୫-୧୬ ଆର୍ଥିକ ବର୍ଷରେ ୮.୮% ଥିଲା ।

ଅନଲାଇଇନ୍ ଏପରି ଯାଞ୍ଚ କରନ୍ତୁ ବାଲାନ୍ସ ,ଜାଣନ୍ତୁ...

ପ୍ରକାଶ ଥାଉ ଯେ, PF ଖାତାର ବାଲାନ୍ସ ଜାଣିବା ପାଇଁ ଆପଣଙ୍କୁ କୌଣସି ସ୍ଥାନକୁ ଯିବା ଆବଶ୍ୟକ ନାହିଁ । EPFO ର ଅଫିସିଆଲ୍ ୱେବସାଇଟ୍ epfindia.gov.in ଭିଜିଟ କରି ଆପଣ ନିଜର ବାଲାନ୍ସ ଯାଞ୍ଚ କରିପାରିବ । ଏହି ସାଇଟ୍ ଭିଜିଟ କରିବା ପରେ, ଇ-ପାସବୁକ୍ ଉପରେ କ୍ଲିକ୍ କରନ୍ତୁ । ଏହା ଉପରେ କ୍ଲିକ୍ କରିବା ପରେ, ଆପଣଙ୍କୁ UAN ନମ୍ବର, ପାସୱାର୍ଡ ଓ କ୍ୟାପଚା ପୂରଣ କରିବାକୁ ପଡିବ । ଏହା କରିବା ଦ୍ୱାରା, ଆପଣ PF ଆକାଉଣ୍ଟ୍ ସମ୍ବନ୍ଧୀୟ ସୂଚନା ଦେଖିଯିବା ଆରମ୍ଭ କରିବେ । ଏଠାରେ ଆପଣ ମେମ୍ବର ID ଦେଖି ପାରିବେ । ଯଦି ଆପଣ ଏହାକୁ ଚୟନ କରନ୍ତି, ତେବେ ଆପଣ ଇ-ପାସବୁକ୍ ରେ ଆପଣଙ୍କର PF ବାଲାନ୍ସ ଦେଖିବା ଆରମ୍ଭ କରିବେ ।

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର! ଏହି ମାସରେ ଆସିବ DA ଏରିୟର,ଜାଣନ୍ତୁ...

ଖୁସି ଖବର; ଆଉ ରହିବନି ପେନସନର ଚିନ୍ତା,ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments