
EPFO latest update ppo pension payment order private sector pensioners new facility
ପେନସନ ହିତାଧିକାରୀଙ୍କୁ ହେଉଥିବା ଅସୁବିଧା କମ କରିବାକୁ ନୂଆ ନିୟମ ଆପଣାଇଛି ଇପିଏଫଓ (EPFO)। ସ୍ବାଧିନତାର ଅମୃତ ମହୋତ୍ସବ ଅଧିନରେ ଇପିଏଫଓ ପକ୍ଷରୁ ଅବସର ନେଉଥିବା କିଛି କର୍ମଚାରୀଙ୍କୁ କିଛି ନୂଆ ସୁବିଧା ଦିଆଯାଉଛି ।
ସୂଚନା ଅନୁଯାୟୀ,ଏଣିକି ଲାଇଫ ସାର୍ଟିଫିକେଟ (Life Certificate) ଦାଖଲ କରିବାର ଅନ୍ତିମ ଅବଧି( Deadline)ର ସର୍ତ ହଟାଇ ଦେଇଛନ୍ତି । ଏହା ସହିତ କର୍ମଚାରୀଙ୍କୁ ଅବସର ଦିନ ହିଁ ପେନସନ (PENSION)ପେମେଣ୍ଟ ଦିଆଯ଼ିବାର ବବସ୍ଥା କରାଯ଼ାଇଛି ।
କଣ କହୁଛି ଇପିଏଫଓ(EPFO)କାର୍ଯାଳୟ ,ଜାଣନ୍ତୁ...
ଇପିଏଫଓ ପକ୍ଷରୁ କରାଯ଼ାଇଥିବା ଟ୍ବିଟରେ କୁହାଯ଼ାଇଛି ଯେ ଇପିଏଫଓ (EPFO)ଦ୍ବାରା ନିର୍ବୋଧ ସେବା (ଅଂଶଦାତା ସେବା) ନିବୃତି ଦିନ ପେନସନ ଭରଣା ଆଦେଶ (ପିପିଓ) ପ୍ରାପ୍ତ କରାଯ଼ାଇପାରିବ । ସମସ୍ତ ଆଞ୍ଚଳିକ କାର୍ଯ଼୍ଯାଳଯ ପ୍ରୟାସ ସେବା ନିବୃତି ନାମକ ମାସିକ ବେବିନାରର ଆଯୋଜନ କରୁଛନ୍ତି । ଏହି ସୁବିଧା ଯ଼ୋଗୁଁ ପ୍ରତୋକ ବର୍ଷ ଅବସର ନେଉଥିବା ପାଖାପାଖି 3 ଲକ୍ଷ କର୍ମଚାରୀ ଲାଭାନ୍ବିତ ହେବେ ।
କେବେ ବି ଜମା କରିପାରିବେ ଲାଇଫ ସାର୍ଟିଫିକେଟ, ଜାଣନ୍ତୁ...
ଏଣିକି ପେନସନ ହିତାଧିକାରୀ ଯ଼େବେ ଚାହିଁବେ ସେବେ ନିଜର ଜୀବନ ପ୍ରମାଣପତ୍ର ଜମା କରାଇପାରିବେ । ଏହା ଆଗାମୀ ଏକ ବର୍ଷ ପର୍ଯ଼୍ଯନ୍ତ ବୈଧ ରହିବ । ଆଗରୁ ପେନସନ (PENSION)ହିତାଧିକାରୀଙ୍କୁ ପ୍ରତିବର୍ଷ ଲାଇଫ ସାର୍ଟିଫିକେଟ ଜମା କରାଇବାକୁ ପଡୁଥିଲା।
ଇପିଏଫଓ (EPFO) ଅନୁଯ଼ାଯୀ, ଇପିଏସ 95 ର ପେନସନ ହିତାଧିକାରୀ ବିନା କୌଣସି ଡେଡଲାଇନ ନିଜର ଲାଇଫ ସାର୍ଟିଫିକେଟ ଜମା କରାଇପାରିବେ । ଏହା ଆଗାମୀ ଏକ ବର୍ଷ ପର୍ଯନ୍ତ ବୈଧ ରହିବ ।
ବେସରକାରୀ କ୍ଷେତ୍ରର ଏହି କର୍ମଚାରୀଙ୍କୁ ମିଳିବ ଆସ୍ବସ୍ତି ,ଜାଣନ୍ତୁ...
ପ୍ରକାଶ ଥାଉ କି, ଇପିଏସ 95 ଯ଼ୋଜନା ଅଧିନରେ ବେସରକାରୀ କ୍ଷେତ୍ରର କର୍ମଚାରୀଙ୍କୁ ଏହାର ଲାଭ ମିଳିବ । ଏଭଳି କର୍ମଚାରୀଙ୍କ ପାଇଁ ଲାଇଫ ସାର୍ଟିଫିକେଟ ଦାଖଲ କରିବାର ନିଯମକୁ 2019ରେ ସମାପ୍ତ କରିଦେଇଥିଲା । ତେବେ ବର୍ତ୍ତମାନ ଇପିଏଫଓ (EPFO)ର ନୂଆ ନିଯମ ଯ଼ୋଗୁଁ ବେସରକାରୀ କ୍ଷେତ୍ରରେ କା୍ମ କରୁଥିବା କର୍ମଚାରୀଙ୍କୁ ଏହାର ଲାଭ ମିଳିବ ।
Share your comments