1. କୃଷି ଖବର

Pension scheme: ପେନସନଭୋଗୀଙ୍କ ପାଇଁ ବଡ଼ ଝଟକା, ଜାନୁଆରୀରୁ ହ୍ରାସ ପାଇବ ପେନସନ ରାଶି

ପେନସନକୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ମନାକୁ ଆସୁଛି l ତେବେ ନିକଟରେ କେତେକ ରାଜ୍ୟରେ ପୁରୁଣା ପେନସନ ଲାଗୁ ହୋଇଥିବାବେଳେ ଏବେ ପୁଣି ଆଉ ଏକ ଖବର ସମ୍ମାନକୁ ଆସିଛି ଯାହା ସମସ୍ତ କର୍ମଚାରୀଙ୍କୁ ନିରାଶ କରିଛି l

Tanushree Mahapatra
Tanushree Mahapatra
Epfo moves to block higher pension for pensioners knowdetails

Epfo moves to block higher pension for pensioners knowdetails

ପେନସନକୁ ନେଇ ପ୍ରତିଦିନ କିଛି ନା କିଛି ଖବର ସାମ୍ମନାକୁ ଆସୁଛି l ତେବେ ନିକଟରେ କେତେକ ରାଜ୍ୟରେ ପୁରୁଣା ପେନସନ ଲାଗୁ ହୋଇଥିବାବେଳେ ଏବେ ପୁଣି ଆଉ ଏକ ଖବର ସମ୍ମାନକୁ ଆସିଛି ଯାହା ସମସ୍ତ କର୍ମଚାରୀଙ୍କୁ ନିରାଶ କରିଛି l ସେପ୍ଟେମ୍ବର ୨୦୧୪ ପୂର୍ବରୁ ଅବସର ନେଇଥିବା ବ୍ୟକ୍ତିଙ୍କ ପେନସନ ଉପରେ ନୂତନ ସର୍କୁଲାର ଯୋଗୁଁ ଲୋକମାନେ ବହୁ ଟେନସନର ଅଛନ୍ତି ।

କେନ୍ଦ୍ର ସରକାର ଅନେକ କର୍ମଚାରୀଙ୍କ ପେନସନ ରଦ୍ଦ କରିପାରନ୍ତି ଆଗକୁ । କର୍ମଚାରୀ ମାନେ ଗତ ୫ ବର୍ଷ ଧରି ଏହାର ଲାଭର ଉଠାଉଛନ୍ତି । ପେନସନ ପାଉଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ଅଛି ।

ଏହିପରି ସୂଚନା କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ତରଫରୁ ଦିଆଯାଇଛି, ଯାହା ପରେ ଆପଣଙ୍କୁ ଏକ ବଡ଼ ଝଟକା ଲାଗିପାରେ । ସେପ୍ଟେମ୍ବର ୨୦୧୪ ପୂର୍ବରୁ ଅବସର ନେଇଥିବା ବ୍ୟକ୍ତିଙ୍କ ପେନସନ ଉପରେ ନୂତନ ସର୍କୁଲାର (Pension Circular) ଯୋଗୁଁ ଲୋକମାନେ ବହୁ ଟେନସନର ଅଛନ୍ତି । ତେବେ କେନ୍ଦ୍ର ସରକାର ଅନେକ କର୍ମଚାରୀଙ୍କ ପେନସନ (Employees Pension) ରଦ୍ଦ କରିପାରନ୍ତି । କର୍ମଚାରୀ ମାନେ ଗତ ୫ ବର୍ଷ ଧରି ଏହାର ଲାଭର ଉଠାଉଛନ୍ତି । ଏ ଖବର ଶୁଣିବା ପରେ ସମସ୍ତଙ୍କୁ ଏକ ଝଟକା ଲାଗିଛି l

କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) ର ଆଞ୍ଚଳିକ କାର୍ଯ୍ୟାଳୟକୁ ପଠାଯାଇଥିବା ସର୍କୁଲାର ଅନୁଯାୟୀ, ସେହି ସମସ୍ତ କର୍ମଚାରୀ ଯେଉଁମାନେ ସେପ୍ଟେମ୍ବର ୧,୨୦୧୪ ପୂର୍ବରୁ ଅବସର ନେଇଛନ୍ତି ଓ ଯେଉଁମାନଙ୍କୁ ଅଧିକ ବେତନରେ ପେନସନ୍ ମିଳୁଛି ସେମାନଙ୍କ ପୁନଃ ଯାଞ୍ଚ କରାଯିବ । ଏହି କାରଣରୁ ପେନସନ ଦେୟ ବନ୍ଦ ହୋଇପାରେ । ଏହା ସୁନିଶ୍ଚିତ କରିବା ଜରୁରୀ କି ଯେଉଁ ବରିଷ୍ଠ ନାଗରିକଙ୍କୁ ଜାନୁୟାରୀ ୨୦୨୩ରୁ  ଆରମ୍ଭ ହେବାକୁ ଥିବା ପେନସନକୁ ୫୦୦୦ ବା ୬୦୦୦ର ଦରମାରେ ପରିବର୍ତ୍ତିତ କରିଦିଆଯିବ । ଇପିଏଫ୍ଓ ଦ୍ୱାରା ଏ ସମ୍ପର୍କରେ ଏକ ପ୍ରସ୍ତାବ ଦିଆଯାଇଥିଲା ।

ପେନସନଭୋଗୀଙ୍କ ଅଧିକାରକୁ ନେଇ ଉଦବେଗ ପ୍ରକାଶ କରି ଅଧିକାରୀ କହିଛନ୍ତି ଯେ,  ବର୍ତ୍ତମାନର ନିଷ୍ପତ୍ତି ଯୋଗୁଁ ହଜାର ହଜାର ଅବସରପ୍ରାପ୍ତ କର୍ମଚାରୀଙ୍କୁ କ୍ଷତି ସହିବାକୁ ପଡ଼ିବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୦୩ରେ OTIS ଲିଫ୍ଟ ମାମଲାରେ ସୁପ୍ରିମକୋର୍ଟ EPS-95 କୁ ସମର୍ଥନ କରିଥିଲେ । ପରେ ୨୪,୬୭୨ ଲୋକଙ୍କ ପେନସନ୍ ସଂଶୋଧନ କରାଯାଇଥିଲା । ଇପିଏଫ୍ଓ ସର୍କୁଲାର ଅନୁଯାୟୀ, କୌଣସି ପେନସନ ଯୋଗ୍ୟତାକୁ ସଂଶୋଧନ କରିବା ପୂର୍ବରୁ ପେନସନଭୋଗୀଙ୍କୁ ଏହା ବିଷୟରେ ଜଣାଇବା ଆବଶ୍ୟକ ।

ସେପଟେ କିଛି ରାଜ୍ୟ , ଯେପରି ହିମାଚଳ ପ୍ରଦେଶ (Himachal Pradesh) ରେ ପୁରୁଣା ପେନସନ ସ୍କିମ୍ ପୁନଃ ଲାଗୁ କରାଯାଇଛି । ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁଙ୍କ ନେତୃତ୍ୱରେ କଂଗ୍ରେସ ସରକାର ରାଜ୍ୟରେ ପୁରୁଣା ପେନସନ ଯୋଜନା କୁ ପୁନଃ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ୨୦୨୨ ବର୍ଷର ବଜେଟରେ ରାଜସ୍ଥାନ ସରକାର ମଧ୍ୟ ଆଗାମୀ ଆର୍ଥିକ ବର୍ଷରେ ପୁରୁଣା ପେନସନ୍ ପୁନଃ ଆରମ୍ଭ କରିବାକୁ ଘୋଷଣା କରିଥିଲେ । ଏହା ସହିତ ଛତିଶଗଡ ରାଜ୍ୟ ସରକାର ମଧ୍ୟ ଏହାକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ୨୦୦୪ ମସିହାରେ କେନ୍ଦ୍ର ସରକାର ପୁରୁଣା ପେନସନ୍ ଯୋଜନାକୁ ରଦ୍ଦ କରି ଏହା ବଦଳରେ ଜାତୀୟ ପେନସନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ ।

ଦେଶରେ ଏବେ ଗହମ ଅଭାବ ଚିନ୍ତା, ଖୋଲା ବଜାରରେ ଅଟା ଦର କମ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments