1. କୃଷି ଖବର

ଗ୍ରାଜୁଏସନ କରିଥିଲେ ESICରେ କରନ୍ତୁ ଚାକିରି ; ଖାଲି ପଡିଛି ୩୬୦୦ ପଦବୀ, ତୁରନ୍ତ କରନ୍ତୁ ଆବେଦନ

ଆସିଲା ଗୁଡ ନ୍ୟୁଜ୍ । ESICରେ ଖାଲି ପଡିଛି ୩୬୦୦ ପଦବୀ । ତୁରନ୍ତ ଆବେଦନ କରନ୍ତୁ ।

Sudesna Nayak
Sudesna Nayak
ESIC Recruitment 2022

ESIC Recruitment 2022

ଆସିଲା ଗୁଡ ନ୍ୟୁଜ୍ । ESICରେ ଖାଲି ପଡିଛି ୩୬୦୦ ପଦବୀ । ତୁରନ୍ତ ଆବେଦନ କରନ୍ତୁ । ବର୍ତ୍ତମାନ ESIC ଆଣି ଦେଇଛି ଖୁସି ଖବର । ଦଶମ (୧୦ମ) ଠାରୁ ଆରମ୍ଭ କରି ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ହିଁ ଏହି ୩୬୦୦ ପଦବୀରେ ଆବେଦନ କରିପାରିବେ । 

ପ୍ରଥମ ଶ୍ରେଣୀ କ୍ଲର୍କ, ଷ୍ଟେନୋଗ୍ରାଫର ଏବଂ ମଲ୍ଟି ଟାସ୍କିଂ ଷ୍ଟାଫ୍ ପାଇଁ ଖାଲିପଡିଛି ଏହି ପଦବୀ । ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

ସୂଚନା ଅନୁଯାୟୀ, ESIC ପକ୍ଷରୁ ପ୍ରକାଶିତ ୩୬୦୦ ପଦବୀ ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ ହିଁ ଆବେଦନ କରିପାରିବେ । ପ୍ରଥମ ଶ୍ରେଣୀ କ୍ଲର୍କ ପଦବୀ, ଷ୍ଟେନୋଗ୍ରାଫର ପଦବୀ, ମଲ୍ଟି ଟାସ୍କିଂ ଷ୍ଟାଫ ପଦବୀ ପାଇଁ ହିଁ ଆବେଦନ କରିପାରିବେ । ତେବେ ଆବେଦନ କରିବାର ଶେଷ ତାରିଖ ୧୫ ଫେବୃଆରୀ ୨୦୨୨ ରହିଛି । ତେଣୁ ତୁରନ୍ତ ଆବେଦନ କରନ୍ତୁ ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା ଜାଣି ରଖନ୍ତୁ...

ESIC ର ବିଜ୍ଞପ୍ତି ଅନୁଯାୟୀ, ଆବେଦନ କରୁଥିବା ଯୋଗ୍ୟ ପ୍ରାର୍ଥୀଙ୍କ ବୟସ ୧୮ ରୁ ୨୭ ବର୍ଷ ହିଁ ହୋଇଥିବା ଦରକାର ଅଟେ । ଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ବୟସ ସୀମା ମଧ୍ୟ ରହିଅଛି । ସେହିପରି ବିଜ୍ଞପ୍ତି ଅନୁଯାୟୀ ପ୍ରଥମ ଡିଭିଜନ କ୍ଲର୍କ ପଦବୀରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ କୌଣସି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଗ୍ରାଜୁଏସନ କିମ୍ବା ଡିଗ୍ରୀ କରିଥିବା ଜରୁରୀ ଅଟେ । ଏହା ସହିତ ପ୍ରାର୍ଥୀମାନଙ୍କ ନିକଟରେ କମ୍ପ୍ୟୁଟର କୋର୍ସ (Computer Course) କରିଥିବା ସାର୍ଟିଫିକେଟ ଥିବା ଜରୁରୀ ଅଟେ । ତେବେ ବିଭିନ୍ନ ପଦବୀ ପାଇଁ ଭିନ୍ନ ଭିନ୍ନ ଦରମା ମଧ୍ଯ ରହିଛି ।

ପଦବୀ ପାଇଁ ଆବେଦନ ଶୁଳ୍କ,ଜାଣି ରଖନ୍ତୁ...

ପଦବୀ ପାଇଁ ଆବେଦନ ଶୁଳ୍କ ସାଧାରଣ ବର୍ଗ/ଓବିସି/EWSପ୍ରାର୍ଥୀମାନଙ୍କ ପାଇଁ ୫୦୦ ଟଙ୍କା, ଅନୁସୂଚିତ ଜାତି ଓ ଜନଜାତି ପାଇଁ ୨୫୦ ଟଙ୍କା ଏବଂ ମହିଳା ପ୍ରାର୍ଥୀମାନଙ୍କ ପାଇଁ ୨୫୦ ଟଙ୍କା ଧାର୍ଯ୍ୟ କରାଯାଇଛି ।

ଧ୍ୟାନରେ ରଖନ୍ତୁ, ESICରେ ଖାଲି ପଡିଛି ୩୬୦୦ ପଦବୀ । ଜଲଦୀ ହିଁ ଆବେଦନ କରନ୍ତୁ ।

Post Office ରେ ବାହାରିଲା ବମ୍ଫର Vacancy, ଦ୍ୱାଦଶ ପାସ୍ କରଥିଲେ କରନ୍ତୁ ଆବେଦନ

IGNOU ରେ ନିଯୁକ୍ତି ସୁଯୋଗ, ଶୀଘ୍ର ଆବେଦନ କରନ୍ତୁ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments