News

ବିନା ପରୀକ୍ଷାରେ ଚାକିରୀ; ESICରେ ଖାଲିପଡିଛି ପଦବୀ,ଶୀଘ୍ର କରନ୍ତୁ ଆବେଦନ

ଆସିଲା ଖୁସି ଖବର । କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ, ESIC ସିନିୟର ରେସିଡେଣ୍ଟଙ୍କ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ପ୍ରକାଶ ପାଇଛି । ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବସାଇଟ୍ esic.nic.in ପରିଦର୍ଶନ କରିବାକୁ ପଡିବ ।

28 April, 2022 11:18 AM IST By: Sudesna Nayak

ଆସିଲା ଖୁସି ଖବର । କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ, ESIC ସିନିୟର ରେସିଡେଣ୍ଟଙ୍କ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କ ଠାରୁ ଆବେଦନ ପ୍ରକାଶ ପାଇଛି । ପଦବୀ ପାଇଁ ଆବେଦନ କରିବାକୁ ପ୍ରାର୍ଥୀଙ୍କୁ ଅଫିସିଆଲ୍ ୱେବସାଇଟ୍ esic.nic.in ପରିଦର୍ଶନ କରିବାକୁ ପଡିବ । 

ସୂଚନା ଅନୁୟାୟୀ, ମୋଟ ୩୯ ଟି ପଦବୀ ନିଯୁକ୍ତ କରାଯାଇଛି । ଯେଉଁଥିରେ ସିନିୟର ରେସିଡେନ୍ସର ୨୯ ଟି, କଣ୍ଟ୍ରାକ୍ଟାଲ୍ ସିନିୟର ରେସିଡେନ୍ସର ୧୩ ଟି, କଣ୍ଟ୍ରାକ୍ଟାଲ୍ ସ୍ପେସିଆଲିଷ୍ଟର ୨ ଏବଂ କଣ୍ଟ୍ରୋଲ୍ ସୁପର ସ୍ପେଶାଲିଷ୍ଟର ୧ ଟି ପୋଷ୍ଟ ଅନ୍ତର୍ଭୁକ୍ତ । ଆହୁରି ମଧ୍ୟ, ନିଯୁକ୍ତି ସମ୍ବନ୍ଧୀୟ ଅଧିକ ବିବରଣୀ ସରକାରୀ ୱେବସାଇଟରେ ମଧ୍ୟ ଯାଞ୍ଚ କରାଯାଇପାରିବ ।

ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

ବିଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭାବରେ ବିଭିନ୍ନ ଡିଗ୍ରୀ ଏବଂ ଡିପ୍ଲୋମା ରଖା ଯାଇଛି । ଯାହାର ସବିଶେଷ ତଥ୍ୟ ନିଯୁକ୍ତି ବିଜ୍ଞପ୍ତିରେ ଯାଞ୍ଚ କରାଯାଇପାରିବ ।

ବୟସ ସୀମା,ଜାଣନ୍ତୁ...

ସର୍ବାଧିକ ୪୫ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ତଥାପି, ପାର୍ଟ ଟାଇମ୍ କଣ୍ଟ୍ରାକ୍ଟାଲ୍ ସ୍ପେଶାଲିଷ୍ଟ ପୋଷ୍ଟଗୁଡିକ ପାଇଁ ଏହା ୬୯ ବର୍ଷରେ ସ୍ଥିର ହୋଇଛି ।

ଚୟନ ପ୍ରକ୍ରିୟା,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ସାକ୍ଷାତକାର ମାଧ୍ୟମରେ ପଦବୀ ପାଇଁ ପ୍ରାର୍ଥୀ ଚୟନ କରାଯିବ । ସାକ୍ଷାତକାର ୧୦ ମଇ ୨୦୨୨ ରେ ୯:୦୦ ରୁ ୧୧:୦୦ AM ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଯେଉଁଠାରେ ପ୍ରାର୍ଥୀମାନେ ସମସ୍ତ ପ୍ରଯୁଜ୍ୟ ଡକ୍ୟୁମେଣ୍ଟ୍ ସହିତ ଉପସ୍ଥିତ ରହିପାରିବେ ।

ସରକାରୀ ଚାକିରି ଖୋଜୁଛନ୍ତି କି? ଶୀଘ୍ର ଦେଖନ୍ତୁ...

ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ,ଜଲଦୀ କରନ୍ତୁ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)