1. କୃଷି ଖବର

ଓଡ଼ିଶା ପୋଲିସରେ ନିଯୁକ୍ତି ସୁଯୋଗ,ଜଲଦୀ କରନ୍ତୁ ଆବେଦନ

ଓଡିଶା ପୋଲିସରେ ନିଯୁକ୍ତି ସୁଯୋଗ ମିଳିବ । ଗୁରୁବାର ରାଜ୍ୟ ସରକାର ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ଓ ୧୯୬ଟି ପଦବୀକୁ ମଞ୍ଜୁରୀ ଦେଇଛନ୍ତି । ତେବେ ନିଯୁକ୍ତି ନେଇ ଖୁବଶୀଘ୍ର ବିଜ୍ଞପ୍ରି ପ୍ରକାଶ ପାଇବ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।

Sudesna Nayak
Sudesna Nayak
job odisha cm naveen patnaik approved 196 si constable post and 28 new police out post

job odisha cm naveen patnaik approved 196 si constable post and 28 new police out post

ଓଡିଶା ପୋଲିସ (Odisha Police)ରେ ନିଯୁକ୍ତି ସୁଯୋଗ ମିଳିବ । ଗୁରୁବାର (Thursday) ରାଜ୍ୟ ସରକାର (State Government)୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ଓ ୧୯୬ଟି ପଦବୀକୁ ମଞ୍ଜୁରୀ ଦେଇଛନ୍ତି । ତେବେ ନିଯୁକ୍ତି ନେଇ ଖୁବଶୀଘ୍ର ବିଜ୍ଞପ୍ରି ପ୍ରକାଶ ପାଇବ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି ।

ସୂଚନା ଅନୁଯାୟୀ, ରାଜ୍ୟ ପୋଲିସ (Odisha Police)ରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ଓ ୧୯୬ଟି ପଦବୀକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (CM Naveen Patnaik) ମଞ୍ଜୁର କରିଛନ୍ତି । ୧୯୬ଟି ପଦବୀରେ ୨୮ଟି ସବ୍‌ଇନ୍‌ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ ରହିଛି। ପୋଲିସ ବିଭାଗ (Odisha Police) ର ଅନ୍ୟାନ୍ୟ ପଦବୀ ଗୁଡିକର ପୁନଃ-ବଣ୍ଟନ (By way of Redistribution) ଦ୍ବାରା ଏହି ପଦବୀ ଗୁଡିକ ସୃଷ୍ଟି କରାଯାଇଛି । ଏହାଦ୍ବାରା ସମୁଦାୟ ୧୯୬ଟି ନୂତନ ପଦବୀ ସୃଷ୍ଟି ହୋଇଛି ।

ନୂତନ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ରାଜ୍ୟର ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ (Police Outpost) ରେ ନିଯୁକ୍ତ ହେବେ । ପ୍ରତ୍ୟେକ ଆଉଟପୋଷ୍ଟରେ ଜଣେ ସବ୍‌ଇନିସ୍‌ପେକ୍ଟର ଓ ୬ ଜଣ ଲେଖାଏଁ କନେଷ୍ଟବଳ ନିୟୋଜିତ ହେବେ । ଆଇନ ଶୃଙ୍ଖଳା ଠାରୁ ଆରମ୍ଭ କରି ବିଭିନ୍ନ ଅପରାଧିକ ତଦନ୍ତ କ୍ଷେତ୍ରରେ ସେମାନେ ଦାୟିତ୍ବ ନିର୍ବାହ କରିବେ । ଏହାଦ୍ବାରା ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବାସ୍ଥା ଅଧିକ ଦୃଢ ହୋଇପାରିବ । ଏହି ନୂତନ ପଦବୀ ଗୁଡିକ ରାଜ୍ୟ ସରକାରଙ୍କ ORV Act ସମେତ ନିଯୁକ୍ତି ନିୟମାବଳୀର ସମସ୍ତ ବ୍ୟବସ୍ଥା ଅନୁଯାୟୀ ହିଁ ପୂରଣ କରାଯିବ ।

ପ୍ରକାଶ ଥାଉ ଯେ, ରାଜ୍ୟ ପୋଲିସ (Odisha Police) ରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ଓ ୧୯୬ଟି ପଦବୀକୁ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ମଞ୍ଜୁର କରିଛନ୍ତି । ୧୯୬ଟି ପଦବୀରେ ୨୮ଟି ସବ୍‌ଇନ୍‌ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ ରହିଛି ।

ସରକାରୀ ଚାକିରି ଖୋଜୁଛନ୍ତି କି; ଶୀଘ୍ର କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments