1. କୃଷି ଖବର

ସରକାରୀ ଚାକିରି ପାଇଁ ସୁଯୋଗ; ମିଳିବ ୩୫ ହଜାର ଦରମା,ଶୀଘ୍ର କରନ୍ତୁ ଆବେଦନ

ଆସିଲା ଖୁସି ଖବର। ସରକାରୀ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ । ଆଜିଠୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ମିଳିବ ୩୫ ହଜାର ଦରମା ।

Sudesna Nayak
Sudesna Nayak
Job dtc recruitment 2022 apply for 357 assistant foreman and other posts

Job dtc recruitment 2022 apply for 357 assistant foreman and other posts

ଆସିଲା ଖୁସି ଖବର (GOOD NEWS) । ସରକାରୀ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ । ଆଜିଠୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା, ମିଳିବ ୩୫ ହଜାର ଦରମା

ସୂଚନା ଅନୁଯାୟୀ, ଦିଲ୍ଲୀ ସରକାର (Delhi Government)ଙ୍କ ଅଧୀନରେ ଚାକିରି (Job) କରିବାର ସୁବର୍ଣ୍ଣ ସୁଯୋଗ ରହିଛି । ଦିଲ୍ଲୀ ପରିବହନ ବିଭାଗ (DTC) ରେ ୩୫୭ ପଦରେ ଭର୍ତ୍ତି ପ୍ରକ୍ରିୟା ଚାଲିଛି । କିନ୍ତୁ ଏହି ସମସ୍ତ ପଦରେ ନିଯୁକ୍ତି ଚୁକ୍ତିଭିତ୍ତିକ ଭାବେ ଦିଆଯିବ । ଏହି ପଦଗୁଡ଼ିକ ହେଉଛି ଆସିଷ୍ଟାଣ୍ଟ ଫିଟର, ଆସିଷ୍ଟାଣ୍ଟ ଫୋରମେନ ଏବଂ ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ । ଏହି ପଦଗୁଡ଼ିକ ପାଇଁ ଆଜିଠାରୁ (ଏପ୍ରିଲ ୧୮) ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଆବେଦନର ଶେଷ ତାରିଖ ହେଉଛି ମେ ୪,୨୦୨୨ । ଯୋଗ୍ୟ ପ୍ରାର୍ଥୀମାନେ ଡିଟିସିର ଆଧିକାରୀକ ୱେବସାଇଟ୍ dtc.nic.in ରେ ଯାଇ ଆବେଦନ କରିପାରିବେ ।

DTC Recruitment 2022 ର ସଂପୂର୍ଣ୍ଣ ବିବରଣୀ,ଜାଣନ୍ତୁ...

ପଦ:-ଆସିଷ୍ଟାଣ୍ଟ ଫୋରମେନ
ପଦ ସଂଖ୍ୟା:-୧୧୨
ପେ ସ୍କେଲ୍:-ପ୍ରତିମାସରେ ୩୫,୪୦୦ ଟଙ୍କା

ପଦ:-ଆସିଷ୍ଟାଣ୍ଟ ଫିଟର
ପଦ ସଂଖ୍ୟା:-୧୭୫
ପେ ସ୍କେଲ୍:-ପ୍ରତିମାସରେ ୧୭,୬୯୩ ଟଙ୍କା

ପଦ:-ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ୍
ପଦ ସଂଖ୍ୟା:-୭୦
ପେ ସ୍କେଲ୍:-ପ୍ରତିମାସରେ ୧୭,୬୯୩ ଟଙ୍କା

DTC Recruitment 2022 ଯୋଗ୍ୟତା,ଜାଣନ୍ତୁ...

ଆସିଷ୍ଟାଣ୍ଟ ଫୋରମେନ:- ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ଅଟୋମୋବାଇଲ/ ମେକାନିକାଲ/ଇଲେକ୍ଟିକାଲ ଇଞ୍ଜିନିୟରିଂ ସହ ୨ ବର୍ଷର ଅନୁଭବ ରହିବା ଆବଶ୍ୟକ ।

ଆୟୁ ସୀମା-୧୮ ବର୍ଷରୁ ୩୫ ବର୍ଷ

ଆସିଷ୍ଟାଣ୍ଟ ଫିଟର:-ପ୍ରାର୍ଥୀ କୌଣସି ମାନ୍ୟତା ପ୍ରାପ୍ତ ସଂସ୍ଥାନରୁ ମେକାନିକ (ଏମବି)/ଡିଜଲ ମେକାନିକ/ ଟ୍ରାକ୍ଟର ମେକାନିକ/ଅଟୋମୋବାଇଲ/ଫିଟର ଟ୍ରେଡରେ ଆଇଟିଆଇ କରିଥିବା ଆବଶ୍ୟକ ।

ଆୟୁ ସୀମା-୧୮ ବର୍ଷରୁ ୨୫ ବର୍ଷ

ଆସିଷ୍ଟାଣ୍ଟ ଇଲେକ୍ଟ୍ରିସିଆନ:-ପ୍ରାର୍ଥୀ ଇଲେକ୍ଟ୍ରିସିଆନ(ଅଟୋ)/ମେକାନିକ ଅଟୋ ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ଟ୍ରେଡ୍ସରେ ଆଇଟିଆଇ କରିଥିବା ଆବଶ୍ୟକ ।

କେମିତି କରିବେ ଆବେଦନ,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ଡିଟିସିର ଆଧିକାରୀକ ୱେବସାଇଟ୍ dtc.nic.in ବା dtc-rp.com ରେ ଯାଇ ଆବେଦନ କରିପାରିବେ ।

ବିନା ପରୀକ୍ଷାରେ ରେଳବାଇରେ ଚାକିରି; ଶୀଘ୍ର କରନ୍ତୁ ଆବେଦନ

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସିଖବର: IFFCOରେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments