1. କୃଷି ଖବର

ବେକାର ଯୁବକ ଯୁବତୀଙ୍କ ପାଇଁ ଖୁସିଖବର: IFFCOରେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

ବେକାର ଯୁବକ ଯୁବତୀଙ୍କ ପାଇଁ ଆସିଲା ଖୁସି ଖବର । IFFCOରେ ହିଁ ଖାଲିପଡିଛି ଆକାଉଣ୍ଟସ ଟ୍ରେନି ଏବଂ ଏଗ୍ରିକଲଚର ଗ୍ରାଜୁଏଟସ ଟ୍ରେନି ପଦବୀ ଖାଲିପଡିଛି ।

Sudesna Nayak
Sudesna Nayak
recruitment at IFFCO apply immediately

recruitment at IFFCO apply immediately

ବେକାର ଯୁବକ ଯୁବତୀଙ୍କ ପାଇଁ ଆସିଲା ଖୁସି ଖବର (Good News) । IFFCOରେ ହିଁ ଖାଲିପଡିଛି ଆକାଉଣ୍ଟସ ଟ୍ରେନି ଏବଂ ଏଗ୍ରିକଲଚର ଗ୍ରାଜୁଏଟସ ଟ୍ରେନି ପଦବୀ ଖାଲିପଡିଛି ।

ସୂଚନା ଅନୁଯାୟୀ,IFFCOର ବିଜ୍ଞପ୍ତି ଅନୁଯାୟୀ ଏହି ପଦବୀରେ ଭର୍ତ୍ତି ହେବାକୁ ଥିବା ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ iffco.in iffcoyuva.in କୁ ଯାଇ ହିଁ ଆବେଦନ କରିପାରିବେ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀ IFFCOର ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ ।

IFFCOରେ ଜାରି ହୋଇଥିବା ବିଜ୍ଞପ୍ତି ଅନୁଯାୟୀ ପଦବୀ ପାଇଂ ୩୦ ବର୍ଷ ବୟସ ନିର୍ଦ୍ଧାରିତ କରାଯାଇଛି । ଏସସି ଏବଂ ଏସଟି ବର୍ଗ ପ୍ରାର୍ଥୀଙ୍କ ପାଇଁ ୫ ବର୍ଷ ରିହାତି ଏବଂ ଓବିସି ଶ୍ରେଣୀ ପାଇଁ ୩ ବର୍ଷ ଛୁଟ ମିଳିବ ଏଗ୍ରିକଲ୍ଚର ଗ୍ରାଜୁଏଟ୍‌ ଟ୍ରେନି ପଦବୀରେ ଆବେଦନ କରିବା ପାଇଁ ଏଗ୍ରିକଲ୍ଚରରେ ଫୁଲ ଟାଇମ ରେଗୁଲାର ଡିଗ୍ରୀ ହେବା ଜରୁରୀ । ସାମାନ୍ୟ ଏବଂ ଓବିସି କ୍ୟାଟୋଗୋରୀ ପ୍ରାର୍ଥୀଙ୍କ ପାଇଁ ୬୦ ପ୍ରତିଶତ ମାର୍କ ଓ ଏସସି/ଏସଟି କ୍ୟାଟେଗୋରୀ ପାଇଁ ପ୍ରାର୍ଥୀ ୫୫ ପ୍ରତିଶତ ମାର୍କ ରଖିଥିବା ଜରୁରୀ ଅଟେ ।

ଦରମା,ଜାଣନ୍ତୁ...

ଆକାଣ୍ଟସ ଟ୍ରେନି ପଦବୀ ପାଇଁ ୩୬ ହଜାରରୁ ୪୦ ହଜାର ଟଙ୍କା ଦରମା ରହିଛି । ଏଗ୍ରିକଲ୍ଚର ଗ୍ରାଜୁଏଟ ଟ୍ରେନି ପଦବୀରେ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ଟ୍ରେନିଂ ସମୟରେ ମାସକୁ ୩୩ ହଜାର ଟଙ୍କା ଏବଂ ପରେ ୩୭ ରୁ ୭୦ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।

ପଦବୀ ପାଇଁ ଚୟନ ପ୍ରକ୍ରିୟା,ଜାଣନ୍ତୁ...

ପଦବୀ ପାଇଁ ସର୍ଟଲିଷ୍ଟ କରାଯାଇଥିବା ପ୍ରାର୍ଥୀଙ୍କୁ ଅନଲାଇନ ଟେଷ୍ଟ ଦେବାକୁ ହେବ । ଏହି ପରୀକ୍ଷା ଦେଶର ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଆୟୋଜିତ ହେବ ।

ପଦବୀ ପାଇଁ କିପରି କରିବେ ଆବେଦନ,ଜାଣନ୍ତୁ...

-ପ୍ରଥମେ ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ କ୍ଲିକ କରନ୍ତୁ ।

-ଏହା ପରେ ଏଠାରେ ରେଜିଷ୍ଟ୍ରେସନ କରନ୍ତୁ ।

-ଏହାପରେ ଲଗ୍‌ ଇନ କରି ଆପ୍ଲିକେସନ ଫର୍ମ ହିଁ ଫିଲଅପ କରନ୍ତୁ ।

-ଆପ୍ଲିକେସନ ଫର୍ମ ଭରିବା ପରେ ହିଁ ଫର୍ମରେ ଫଟୋ, ସାଇନ ଏବଂ ଅନ୍ୟ ଡକ୍ୟୁମେଣ୍ଟସ ଅପଲୋଡ କରନ୍ତୁ ।

-ପ୍ରୋସେସ ସଂପୂର୍ଣ୍ଣ ହେବା ପରେ ଆପ୍ଲିକେସନର ପ୍ରିଣ୍ଟ ଆଉଟ ରଖି ଦିଅନ୍ତୁ ।

ଡାକ ବିଭାଗରେ ନିଯୁକ୍ତି ସୁଯୋଗ: ଶୀଘ୍ର କରନ୍ତୁ ଆବେଦନ

ଓଡ଼ିଶାରେ ସରକାରୀ ଚାକିରି : ଦରମା ୪୦ ହଜାରରୁ ଉର୍ଦ୍ଧ୍ବ,ଶୀଘ୍ର କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments