1. କୃଷି ଖବର

ମଣ୍ଡି ଦୁର୍ନୀତିର ମିଳିଲା ପ୍ରମାଣ : ଜାଲିଆତି କରି କୋଟିକୋଟି ଟଙ୍କା ହଡ଼ପ

ଚନ୍ଦାହାଣ୍ତି, : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଧାନ ବିକ୍ରିକୁ ନେଇ ଲାଗି ରହିଥିବା ଅବ୍ୟବସ୍ଥା ମଧ୍ୟରେ ବଡ଼ ଦୁର୍ନୀତିର ପ୍ରମାଣ ମିଳିଛି। ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି କିଣା ଯାଇଛି ହଜାର ହଜାର କ୍ବିଣ୍ଟାଲ ଧାନ। ଅନ୍ୟପଟେ ଶହ ଶହ ଚାଷୀ ଧାନ ଗଦା କରି ମଣ୍ଡିରେ ପଡ଼ି ରହିଛନ୍ତି। ଅନ୍ୟପଟେ ଯେଉଁ ଚାଷୀଙ୍କ ନାମ ବ୍ୟବହାର କରି ଜାତିଆତି କରାଯାଇଛି ସେମାନେ ଆସନ୍ତାକାଲି ଏତଲା ଦେବେ ବୋଲି ସୂଚନା ମିଳିଛି।

KJ Staff
KJ Staff

ଚନ୍ଦାହାଣ୍ତି, : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ଧାନ ବିକ୍ରିକୁ ନେଇ ଲାଗି ରହିଥିବା ଅବ୍ୟବସ୍ଥା ମଧ୍ୟରେ ବଡ଼ ଦୁର୍ନୀତିର ପ୍ରମାଣ ମିଳିଛି। ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି କିଣା ଯାଇଛି ହଜାର ହଜାର କ୍ବିଣ୍ଟାଲ ଧାନ। ଅନ୍ୟପଟେ ଶହ ଶହ ଚାଷୀ ଧାନ ଗଦା କରି ମଣ୍ଡିରେ ପଡ଼ି ରହିଛନ୍ତି। ଅନ୍ୟପଟେ ଯେଉଁ ଚାଷୀଙ୍କ ନାମ ବ୍ୟବହାର କରି ଜାତିଆତି କରାଯାଇଛି ସେମାନେ ଆସନ୍ତାକାଲି ଏତଲା ଦେବେ ବୋଲି ସୂଚନା ମିଳିଛି। ଖରିଫ୍ ଋତୁ ପୂର୍ବରୁ ଧାନ ଟଙ୍କା ହଡ଼ପ ପାଇଁ ହୋଇଥିଲା ଯୋଜନା। ଏଥିପାଇଁ ସଂଗ୍ରହ କରାଯାଇଥିଲା ଚାଷୀଙ୍କ ତାଲିକା। ମଣ୍ଡିରେ ନିୟମିତ ଧାନ ବିକ୍ରି କରୁ ନଥିବା ଚାଷୀଙ୍କ ନାମକୁ ଉକ୍ତ ତାଲିକାରୁ ବାହାର କରି ପ୍ରସ୍ତୁତ କରାଯାଇଥିଲା ଜାଲ୍ କାଗଜପତ୍ର। ସରକାରୀ ପ୍ରକ୍ରିୟା ଅନୁଯାୟୀ ଏହି ଚାଷୀଙ୍କ ନାମକୁ ମଣ୍ଡିରେ ଧାନ ବିକ୍ରି ନିମନ୍ତେ ପଞ୍ଜୀକରଣ କରାଯାଇଥିଲା। ଏପରିକି ଉକ୍ତ ଚାଷୀଙ୍କ ନାମରେ ଉମରକୋଟସ୍ଥିତ ଏକ ଘରୋଇ ବ୍ୟାଙ୍କରେ କିଛି ମାସ ତଳେ ଆକାଉଣ୍ଟ ମଧ୍ୟ ଖୋଲା ଯାଇଥିଲା। ମଣ୍ଡି ଆରମ୍ଭ ହେବାର କିଛି ଦିନ ମଧ୍ୟରେ ପ୍ରାଥମିକତା ଭିତ୍ତିରେ ଉକ୍ତ ଜାଲ କଗଜପତ୍ର ଜରିଆରେ ମଣ୍ଡିରେ ଧାନ କିଣାବିକା କରି ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଜମା କରାଗଲା। ଯାହାକୁ ପରବର୍ତ୍ତୀ ସମୟରେ ଉଠାଇ ନେଇଛନ୍ତି ଏହି କରାସାଦି ପଛରେ ରହିଥିବା ଅସାଧୁ ମେଣ୍ଟ। ପୂରା ପ୍ରକ୍ରିୟା ଏତେ ଗୋପନୀୟ ଭାବେ ହେଲା ଯେ ସଂପୃକ୍ତ ଚାଷୀ ମଧ୍ୟ ଟେର୍ ପାଇ ନଥିଲେ।

ତେବେ ମଣ୍ଡିରେ ଲାଗି ରହିଥିବା ଅବ୍ୟବସ୍ଥା ଏବଂ ପ୍ରକୃତ ଚାଷୀ ବିକ୍ରି କରିବା ପୂର୍ବରୁ ଟାର୍ଗେଟ ସରିଯିବାରୁ ସନ୍ଦେହ ପ୍ରକାଶ ପାଇଥିଲା। ତେଣୁ କେଉଁ ଚାଷୀ କେତେ ଧାନ ବିକ୍ରି କରିଛନ୍ତି ତାହାର ଖୋଳତାଡ଼ ଆରମ୍ଭ କରିଥିଲେ ଚାଷୀ। ଆଉ ସେମାନେ ଦେଖିଲେ ତାହା ହତଚକିତ କରିଥିଲା। ଚକାମାଲ ଗ୍ରାମର ନାରାୟଣ ହଂସ, ନାରଦ ହଂସ, ପବିତ୍ର ମାଝୀ, ଟଙ୍କଧର ପୋଡ଼, ହରି ସିଂ ହଂସ, ଟିକମ ହଂସ, ଗୋରେଲାଲ କେତକୀ, ଉକିଆ କେତକୀ, ସିନ୍ଦୂରଲାଲ ମାଝୀ, ମଧୁ ପୋଡ଼, ଗୁନେ କେତକୀ, ଖଗେଶ୍ବର କେତକୀ ପ୍ରମୁଖ ଚାଷୀ ଧାନ ବିକ୍ରି କରିଥିବା ସରକାରୀ ପୋର୍ଟାଲରେ ସୂଚନା ଦିଆଯାଇଛି। କିନ୍ତୁ ଏହି ଚାଷୀମାନେ ଚଳିତ ବର୍ଷ ଆଦୌ ଧାନ ବିକ୍ରି କରି ନାହାନ୍ତି ବୋଲି ପ୍ରକାଶ କରିଛନ୍ତି। ଏପରିକି ଏମାନେ ସରକାରୀ ପୋର୍ଟାଲରେ ବି ଧାନ ବିକ୍ରି କରିବା ପାଇଁ ପଞ୍ଜୀକରଣ କରି ନଥିଲେ ବୋଲି କହିଛନ୍ତି। ପୁଣି ଯେଉଁ ଆକାଉଣ୍ଟକୁ ଟଙ୍କା ଯାଇଛି ତାହା ସେମାନଙ୍କର ନାହିଁ। ପୂର୍ବ ବର୍ଷ ଗୁଡ଼କିରେ ଏହି ଚାଷୀମାନେ ଧାନ ବିକ୍ରି ପାଇଁ ଦାଖଲ କରିଥିବା କାଗଜପତ୍ରକୁ ଜାଲିଆତି କରି ସେମାନଙ୍କ ନାମରେ ଚଳିତ ବର୍ଷ ଧାନ ବିକ୍ରି କରାଯାଇଥିବା ଜଣାପଡ଼ିଛି।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments