1. କୃଷି ଖବର

ମୂଳା ଚାଷୀଙ୍କୁ ଉତ୍ସାହିତ କରିବା ପାଇଁ, କୃଷି ଜାଗରଣର ବିଶେଷ ପଦକ୍ଷେପ

ମୂଳା କାହିଁକି ଖାଇବା ଉଚିତ୍ ....

Tanushree Mahapatra
Tanushree Mahapatra
evnt for radish and radish farmers , image source - pixeles

evnt for radish and radish farmers , image source - pixeles

ଖାଦ୍ୟ ଆମ ଜୀବନର ମୌଳିକ ଆବଶ୍ୟକତା ମଧ୍ୟରୁ ଗୋଟିଏ l ଯାହା ଅନେକ ଖାଦ୍ୟ ପଦାର୍ଥରୁ ତିଆରି ହୋଇଥାଏ l ଏହି ମିଶ୍ରଣରେ ସାଧାରଣତଃ ଶସ୍ୟ, ଡାଲି, ତେଲ ଜାତୀୟ ଶସ୍ୟ, ପନିପରିବା, ଫଳ, ମସଲା, କ୍ଷୀର କିମ୍ବା ଦୁଗ୍ଧଜାତ ଦ୍ରବ୍ୟ, ମାଂସ, ମାଛ ଏବଂ ଅଣ୍ଡା ଇତ୍ୟାଦି ଅନ୍ତର୍ଭୁକ୍ତ l ଏଥି ସହିତ, ଫସଲର ଚାଷ ଏବଂ ଉତ୍ପାଦନର ମୂଲ୍ୟ ନିର୍ଣ୍ଣୟ କରିବାରେ ଅନେକ କାରଣ ଜଡିତ l

ଯେପରିକି ଉତ୍ପାଦ, ଚାହିଦା ଏବଂ ଯୋଗାଣ, ଚାଷର ମୂଲ୍ୟ ନିର୍ଣ୍ଣୟ କରିବା ଆବଶ୍ୟକ l ଅନେକ ଶସ୍ୟ, ପନିପରିବା ଏବଂ ଫଳ ଅଛି ଯାହା ପୁଷ୍ଟିକର ଗୁଣରେ ଭରପୂର, କିନ୍ତୁ ତଥାପି ଚାଷୀ ସେମାନଙ୍କର ଚାଷ, ମୂଲ୍ୟ ଏବଂ ବ୍ୟବହାର ଦୃଷ୍ଟିରୁ ପ୍ରାଥମିକତା ପାଆନ୍ତି ନାହିଁ l ତେଣୁ ଚାଷ କରିବା ପାଇଁ  ଭୟ କରୁଛନ୍ତି l ଏହା ପଛରେ ମୁଖ୍ୟ କାରଣ ହେଉଛି ମହତ୍ତ୍ୱ ବିଷୟରେ ସୂଚନା ଅଭାବ l

ଏହାକୁ ଦୃଷ୍ଟିରେ ରଖି କୃଷି ଜାଗରଣ ପ୍ରତିଷ୍ଠାତା ତଥା ସମ୍ପାଦକ ଏମସି ଡୋମିନିକ୍ କୃଷକ ସାମ୍ବାଦିକ, ଫାର୍ମର ଫାଷ୍ଟ , ROOI ଫାର୍ମର ଦ ବ୍ରାଣ୍ଡ, AJAI (ଅଜୟ), FTB ଅର୍ଗାନିକ୍ ଏବଂ MFOI ୨୦୨୩ ପୁରସ୍କାର ପ୍ରଦାନ ଭଳି କାର୍ଯ୍ୟକ୍ରମ ହାତକୁ ହେଇଛନ୍ତି l କୃଷକମାନଙ୍କୁ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଏକ ପଦକ୍ଷେପ ନିଆଯାଇଛି  l ଏହି ପଦକ୍ଷେପ ଅନୁଯାୟୀ ଗ୍ରାହକଙ୍କୁ କୃଷି, ଉତ୍ପାଦନରେ ମିଳୁଥିବା ପୁଷ୍ଟିକର ଖାଦ୍ୟ କୃଷି ଜାଗରଣର ସମସ୍ତ ଡିଜିଟାଲ ପ୍ଲାଟଫର୍ମରେ ସେମାନଙ୍କର ଗୁରୁତ୍ୱ ବିଷୟରେ ବିସ୍ତୃତ ଭାବରେ ଅବଗତ କରାଯିବ । ଏହି କ୍ରମରେ, ଆଜିର ଆର୍ଟିକିଲରେ, ଆମେ ଆପଣଙ୍କୁ ମୂଳା ଏବଂ ଫସଲ ପରିଚାଳନାରେ ସଫଳ ଚାଷ କରିବାର ପଦ୍ଧତି, ମୂଳାରୁ ମିଳିଥିବା ଔଷଧୀୟ  ଗୁଣ ଏବଂ ମୂଳା କାହିଁକି ଖାଇବା ଉଚିତ୍ ସେ ବିଷୟରେ ବିସ୍ତୃତ ଭାବରେ କହିବାକୁ ଯାଉଛୁ ...

ଦେଶ ତଥା ବିଶ୍ୱରେ ମୂଳା ଚାଷର ଗୁରୁତ୍ୱ ଏବଂ ଉତ୍ପାଦନ

ଭାରତରେ ମୂଳା ଚାଷ କିଛି ରାଜ୍ୟରେ ହେଉଥିବା ଦେଖିବାକୁ ମିଳେ l ଅଧିକ ମୂଳା ଚାଷ ଆସାମ , ପଶ୍ଚିମ ବଙ୍ଗ , ବିହାର , କର୍ଣ୍ଣାଟକ , ଉତ୍ତରପ୍ରଦେଶ ଏବଂ ପଞ୍ଜାବ ଭଳି ରାଜ୍ୟରେ ଅଧିକ ମାତ୍ରାରେ ଚାଷ ହୋଇଥାଏ l ମୂଳାର ସଠିକ ବଜାର ନ ମିଳିବାରୁ ଦେଶରେ ଏହାର ଚାଷ କରିବା ମାତ୍ରା ମଧ୍ୟ ଧୀରେ ଧୀରେ କମିବାକୁ ଯାଉଛି l ସେହିପରି ଓଡ଼ିଶାରେ ମୂଳା ଚାଷ ଋତୁ ଅନୁଯାୟୀ ବଜାରକୁ ଦେଖି ଚାଷ କରୁଛନ୍ତି ଚାଷୀ l ବଜାରରେ ମୂଳା ଚାହିଦା ଅଧିକ କିନ୍ତୁ ଗୁରୁତ୍ତ୍ଵ ମିଳୁନଥିବାରୁ ଏହି ଚାଷ କରାଇବାକୁ ପଛଘୁଞ୍ଚା ଦେଉଛନ୍ତି ଚାଷୀ l ମୂଳାର ଉପକାରୀ ଗୁଣ ଜାଣି ବିଦେଶରେ ଏହାର ଚାହିଦା ଅଧିକ ହେବା ସହିତ ଚାଷ ମଧ୍ୟ ଖୁବ ଅଧିକ ହେଉଥିବାର ଦେଖିବାକୁ ମିଳେ l ତେବେ ଆମ ଦେଶରେ ହୁଏତ ମହତ୍ତ୍ୱ ବିଷୟରେ ସୂଚନା କମ ରହିଛି l ତେଣୁ ଚାଷୀ ଏହାର ଚାଷ ଅଧିକ ପରିମାଣରେ କରିବା ପାଇଁ ଇଛା ପ୍ରକାଶ କରୁନାହାନ୍ତି l

ମୂଳା ରେ ମିଳିଥିବା ଔଷଧୀୟ ଗୁଣ

ମୂଳା ଏକ ପୁଷ୍ଟିକର ମୂଳ ଜାତୀୟ ପରିବା । ଯେଉଁଥିରେ ଭିଟାମିନ ଏ, ବି, କ୍ୟାଲସିଅମ, ଫସଫରସ, ପଟାସ ଓ ବିଭିନ୍ନ ପ୍ରକାରର ଧାତବ ଲବଣ ରହିଛି । ଡାକ୍ତରମାନଙ୍କ ମତରେ ମଳକଣ୍ଟକ, ଜଣ୍ଡିସ ବା କାମଳ ରୋଗ , ଯକୃତ କିମ୍ବା ଲିଭର ଜନିତ ରୋଗୀମାନଙ୍କ ପାଇଁ ମୂଳା ଏକ ଉପକାରୀ ପରିବା ହୋଇଥାଏ । ମୂଳାରେ ଜଳୀୟ ଅଂଶ ୯୪.୪ ରହିଥାଏ l ମୂଳା ପତ୍ରକୁ ପ୍ରାୟତଃ ଶାଗ ଭାବେ ଗ୍ରହଣ କରିଥାନ୍ତି ସମସ୍ତେ l ଏହା ଖୁବ ଉପକାରୀ ପରିବା ମଧ୍ୟରେ ଅନ୍ୟତମ l ତନ୍ତୁ ଜାତୀୟ ପଦାର୍ଥ ମଧ୍ୟ ଏତିରେ ଭରପୁର l

ମୂଳା କାହିଁକି ଖାଇବା ଉଚିତ୍ ?

ମୂଳା ହେଉଛି ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ l ରକ୍ତଚାପ ରୋଗୀମାନେ ମୂଳା ଖାଇଲେ ଶରୀର ପାଇଁ ଖୁବ ଉପକାରୀ । ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢାଇଥାଏ ଓ ରକ୍ତବାହୀକୁ ମଧ୍ୟ ଦୂର କରେ ମୂଳା । କାରଣ,  ମୂଳାରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ସି ଥାଏ। ଯାହାଫଳରେ କାଶ ସହିତ ଥଣ୍ଡା ସମସ୍ୟା ଆପଣଙ୍କୁ ବ୍ୟଥିତ କରେ ନାହିଁ ଏହା ଖାଇବା ଦ୍ୱାରା। ମୂଳା ଖାଇଲେ ହୃଦରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ। ମୂଳା ରେ ଫୋଲିକ୍ ଏସିଡ୍ ଏବଂ ଫ୍ଲାଭୋନାଏଡ୍ ରହିଛି । ଯେଉଁଥିପାଇଁ ରକ୍ତରେ ଅମ୍ଳଜାନ ଯୋଗାଣ ବୃଦ୍ଧି ପାଏ। ଏହିଭଳି ବିଭିନ୍ନ ରୋଗ ପାଇଁ ମୂଳା ଅତ୍ୟନ୍ତ ଲାଭଦାୟକ ଅଟେ l

ମୂଳା କିପରି ସଫଳତାର ସହିତ ଚାଷ କରିବେ ?

ଯଦି ଆପଣ ମୂଳା ଚାଷ କରିବା ପାଇଁ ଇଛା ରଖୁଛନ୍ତି ତେବେ ସର୍ବପ୍ରଥମେ ସଠିକ ବିହନ ବାଛିବାକୁ ହେବ l ଆମ ରାଜ୍ୟରେ ମୂଳା ଶୀତଦିନେ ଚାଷ କରିଥାନ୍ତି ଚାଷୀ । ଏପରିକି ଆପଣ ସେପ୍ଟେମ୍ବର ମାସରୁ ମଧ୍ୟ ମୂଳା ଲଗାଇ ପାରିବେ । ନୂତନ ଜ୍ଞାନକୌଶଳ ବ୍ୟବହାର କରି ଅନ୍ୟାନ୍ୟ ଋତୁ ତଥା ବର୍ଷାଦିନେ ମଧ୍ୟ ମୂଳା ଚାଷ କରାଯାଉଅଛି । ତେବେ ଶୀତଦିନ ମୂଳା ଫସଲ ଅଧିକ । ସେପ୍ଟେମ୍ବର ରୁ ଅକ୍ଟୋବର ମାସ ମଧ୍ୟରେ ମୂଳା ଲଗାଇଲେ ତହିଁ ରୁ ଅଧିକ ଲାଭ ମିଳିଥାଏ । ତେବେ ସଫଳ ଚାଷ କରିବାକୁ ହେଲେ ମୂଳା ଅମଳ ଠାରୁ ଉତ୍ପାଦ ଏବଂ ବଜାର ବିଷୟ ଉପରେ ଅଧିକ ଜାଣିବାକୁ ହେବ l

ମୂଳା ଫସଲର ରୋଗ ଏବଂ ପରିଚାଳନା

ମୁଳା ଫସଲରେ ଉକୁଣୀ, କରତ ମାଛି ଓ ଫି-ବିଟଲ ଭଳି ପୋକ ଲାଗିଥାନ୍ତି । ମେଘୁଆ ପାଗ ହେଲେ ଆଫିଡ଼ ଲାଗିବାର ମଧ୍ୟ ସମ୍ଭାବନା ବେଶିଥାଏ ଓ ପୋକ ଲାଗିଲେ ପତ୍ର ଗୁଡିକ କୁଞ୍ଚୁକୁଞ୍ଚୁଆ ହୋଇ ହଳଦିଆ ପଡ଼ିଯାଏ । ମୂଳା ଫସଲରେ ଧଳା କଳଙ୍କି ନାମକ ଏକ ରୋଗ ଦେଖା ଦେଇଥାଏ । ତେବେ କେବଳ ଏତିକି ନୁହେଁ ପାଣିପାଗ ଅନୁଯାୟୀ ଏବଂ ଋତୁ ଅନୁଯାୟୀ ଅନ୍ୟାନ୍ୟ ରୋଗପୋକ ମଧ୍ୟ ଦେଖିବାକୁ ମିଳେ l ତେବେ ଏହାର ସମାଧାନ ଠିକ ସମୟରେ କରିବାକୁ ପଡ଼ିବ l ନଚେତ ସମସ୍ୟ ସହିତ ଫସଲ ମଧ୍ୟ ନଷ୍ଟ ହେବାର ସମ୍ଭାବନା ରହିଛି l ତେବେ ଅବହେଳିତ ମୂଳା ଚାଷ ପାଇଁ ପଦକ୍ଷେପ ନେଇଛନ୍ତି କୃଷି ଜାଗରଣ ସଂସ୍ଥା ଏବଂ ସଂସ୍ଥାର ସମ୍ପାଦକ ଏମ.ସି ଡୋମିନିକ l ଏହାକୁ ସହଯୋଗ କରୁଛନ୍ତି କୃଷି ଜାଗରଣର ମୁଖ୍ୟ ନିର୍ଦ୍ଦେଶକ ସାଇନି ଡୋମିନିକ l

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments