1. କୃଷି ଖବର

ଜାଣନ୍ତୁ, କେତେ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଖରିଫ ଧାନକିଣା ପଞ୍ଜିକରଣ ଅବଧି ?

ଚଳିତ ବର୍ଷ ବିଳମ୍ବ ମୌସୁମୀ ଯୋଗୁଁ ରାଜ୍ୟରେ ଚାଷୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି l ଏହି ବିଳମ୍ବ ଯୋଗୁଁ ଖରିଫ ଫସଲ ବୀମାରେ ମଧ୍ୟ ଅନେକ ସିହସି ଯୋଡି ହୋଇପାରିନଥିଲେ l ଯେଉଁଥିପାଇଁ ଚାଷୀଙ୍କୁ ଆଉ ଥାଟରେ ସୁଯୋଗ ଦେବା ପାଇଁ ରାଜ୍ୟ ଶର୍କରା ଏହାର ତାରିଖ ବଢାଇବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ l

Tanushree Mahapatra
Tanushree Mahapatra
Extends timeline for farmer registration for kharif procurement , image source - pexels.com

Extends timeline for farmer registration for kharif procurement , image source - pexels.com

ଚଳିତ ବର୍ଷ ବିଳମ୍ବ ମୌସୁମୀ ଯୋଗୁଁ ରାଜ୍ୟରେ ଚାଷୀ ଅନେକ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି l ଏହି ବିଳମ୍ବ ଯୋଗୁଁ ଖରିଫ ଫସଲ ବୀମାରେ ମଧ୍ୟ ଅନେକ ସିହସି ଯୋଡି ହୋଇପାରିନଥିଲେ l ଯେଉଁଥିପାଇଁ ଚାଷୀଙ୍କୁ ଆଉ ଥାଟରେ ସୁଯୋଗ ଦେବା ପାଇଁ ରାଜ୍ୟ ଶର୍କରା ଏହାର ତାରିଖ ବଢାଇବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଆବେଦନ କରିଥିଲେ l ପରେ କେନ୍ଦ୍ର ଏହାର ତାରିଖ ମଧ୍ୟ ବଢାଇଥିଲେ l

ଆଉ ଏବେ ଧାନ କିଣା ପଞ୍ଜିକରଣ ତାରିଖ ବଦଳ କରାଯାଇଛି ରାଜ୍ୟ ସରକାରଙ୍କ ଦ୍ୱାରା l ଚଳିତ ବର୍ଷ ବିଳମ୍ବରେ ମୌସୁମୀର ଆଗମନ ହେତୁ ସ୍ୱଳ୍ପ ବୃଷ୍ଟିପାତ ହୋଇଥିବା ଦେଖିବାକୁ ମିଳିଥିଲା ରାଜ୍ୟରେ l ଏଥିପାଇଁ ଚାଷ କାର୍ଯ୍ୟ ବ୍ୟାପକ ଭାବେ ପ୍ରଭାବିତ ମଧ୍ୟ ହୋଇଛି ରାଜ୍ୟରେ  । ଯାହା ଫଳରେ ରାଜ୍ୟରେ ଚାଲିଥିବା ଖରିଫ୍‌ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟାରେ ରାଜ୍ୟରେ ଥିବା ଅନେକ ଚାଷୀ ଯୋଡ଼ି ହୋଇପାରିନାହାନ୍ତି । 

ତେବେ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ପଞ୍ଜିକରଣ ତାରିଖର ଶେଷ ତାରିଖ ରହିଥିଲା ଅଗଷ୍ଟ ୧୬ l ପରେ ଏହି ସମୟସୀମାକୁ ବୃଦ୍ଧି କରାଯାଇ ଅଗଷ୍ଟ ୨୨ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିଲା । କିନ୍ତୁ ଆଜି ପୁଣି ଥରେ ଏହି ଖରିଫ ଧାନକିଣା ପାଇଁ ଚାଷୀ ପଞ୍ଜୀକରଣ ଅବଧିକୁ ଅଗଷ୍ଟ ୨୫ ତାରିଖ ପର୍ଯ୍ୟନ୍ତ ବଢ଼ା ଯାଇଛି l ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ସମବାୟ ସମିତିକୁ ଯୋଗାଣ ବିଭାଗ ପକ୍ଷରୁ ନିର୍ଦେଶ ମଧ୍ୟ ଜାରି କରାଯାଇଛି । ଏଥି ସହିତ ରାଜ୍ୟରେ ଖରିଫ ଚାଷୀଙ୍କ ଚୂଡ଼ାନ୍ତ ତାଲିକା ସେପ୍ଟେମ୍ବର ମାସ ୩୦ ତାରିଖ ସୁଦ୍ଧା ଦାଖଲ କରିବାକୁ ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି ।

ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣ ସଂଖ୍ୟା ୨୩ ଲକ୍ଷ ୫୦ ହଜାରରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୨୨ ଲକ୍ଷ କ୍ଷୁଦ୍ର ଚାଷୀ ରହିଥିବାବେଳେ ଓ ନାମମାତ୍ର ଚାଷୀ ମଧ୍ୟ ସାମିଲ ରହିଛନ୍ତି । ସେହିଭଳି ୪ ଲକ୍ଷ ମହିଳା ଚାଷୀ ପଞ୍ଜିକୃତ ହୋଇଥିବା କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବିଗତ ବର୍ଷଗୁଡ଼ିକରେ ଚାଷୀ ପଞ୍ଜିକରଣ ସଂଖ୍ୟା ପ୍ରାୟତଃ ୧୦ରୁ ୧୧ ଲକ୍ଷ ମଧ୍ୟରେ ସୀମିତ ରହୁଥିବା ବେଳେ ଏହି ବର୍ଷ ରାଜ୍ୟ ସରକାର ସାନି ପଞ୍ଜିକରଣ ବ୍ୟବସ୍ଥା ଲାଗୁ କରି ସବୁ ବର୍ଗର ଚାଷୀଙ୍କୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରିବାରେ ସଫଳ ହୋଇଛନ୍ତି । ସେହିଭଳି ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ନିମନ୍ତେ ମଧ୍ୟ ଏହି ପଞ୍ଜିକୃତ ତାଲିକା ଉପଲବ୍ଧ ହେବ ବୋଲି କୁହାଯାଇଛି । 

ସୂଚନାଯୋଗ୍ୟ ଯେ, ଚାଷୀ ପଞ୍ଜୀକରଣର ଅଗଷ୍ଟ ୧୬ ତାରିଖ ପର୍ଯନ୍ତ ରଖାଯାଇଥିବା ଯୋଗୁଁ ରାଜ୍ୟର ଅନେକ ଚାଷୀ ଏହି ପଞ୍ଜୀକରଣରେ ସାମିଲ ହୋଇପାରିନଥିଲେ । ଚାଷୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ସରକାର ଚାଷୀ ପଞ୍ଜୀକରଣ ଅବଧି ବଢ଼଼ାଇ ଏହାକୁ ଅଗଷ୍ଟ ୨୨ ତାରିଖ କରିଥିଲେ । ତେବେ ପୁଣି ଆଜି ଏହାକୁ ଅଗଷ୍ଟ ୨୫ ଯାଏ ବୃଦ୍ଧି କରିଛନ୍ତି ସରକାର । ଉଲ୍ଲେଖଯୋଗ୍ୟ ଯେ, ପଞ୍ଜିକୃତ ଚାଷୀମାନଙ୍କୁ ସରକାର ବୀମା ଯୋଜନାରେ ସାମିଲ କରିବେ ବୋଲି ମଧ୍ୟ କହିଛନ୍ତି । ତେବେ ଚାଷୀଙ୍କ ବୀମା ପ୍ରିମିୟମ ଅର୍ଥ ମଧ୍ୟ ରାଜ୍ୟ ସରକାର ବହନ କରିବେ ବୋଲି ପ୍ରକାଶ କରାଯାଇଛି । ଚାଷୀଙ୍କ ପାଇଁ ଖୁସିର କଥା ହେଲା ଚାଷୀଙ୍କ ପ୍ରିମିୟମ ବାବଦକୁ ରାଜ୍ୟ ସରକାର ୮୫୦ କୋଟି ପ୍ରଦାନ କରିବେ।

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments