
Extension of PMAY-Urban Mission upto March 2024 is under consideration
ବାସଗୃହ ଏବଂ ସହରାଂଚଳ ବ୍ୟାପାର ମନ୍ତ୍ରଣାଳୟ(Ministry of Housing and Urban Affairs ) ରାଜ୍ୟ / କେନ୍ଦ୍ର ଶାସିତ ପ୍ରଦେଶଗୁଡିକର ସମସ୍ତ ଯୋଗ୍ୟ ସହରୀ ହିତାଧିକାରୀ ମାନଙ୍କୁ ସମସ୍ତ ଋତୁରେ ପକ୍କ। ବାସଗୃହ ପ୍ରଦାନ କରିବା ନିମନ୍ତେ ୨୫.୦୬.୨୦୧୫ ଠାରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା – ସହରୀ (PMAY-Urban Mission) – ‘ସମସ୍ତଙ୍କ ପାଇଁ ବାସଗୃହ’ ମିଶନ ମାଧ୍ୟମରେ କେନ୍ଦ୍ରୀୟ ସହାୟତା ପ୍ରଦାନ କରୁଛି । ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡିକ ଦ୍ୱାରା ପ୍ରସ୍ତୁତ ପ୍ରକଳ୍ପ ପ୍ରସ୍ତାବ ଗୁଡିକ ଆଧାରରେ, ମିଶନ ଅବଧି ସମୟରେ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ମୋଟ୍ ୧୨୨. ୬୯ ଲକ୍ଷ ବାସଗୃହ ଗୁଡିକୁ ମଞ୍ଜୁରି ପ୍ରଦାନ କରା ଯାଇଛି ।
ସ୍ୱୀକୃତିପ୍ରାପ୍ତ ବାସଗୃହ ଗୁଡିକ ମଧ୍ୟରୁ ୧୦୧ . ୯୪ ଲକ୍ଷ ବାସଗୃହ ନିର୍ମାଣ ନିମନ୍ତେ ଆଧାର ପ୍ରସ୍ତୁତ କରା ଯାଇଛି; ଯାହା ମଧ୍ୟରୁ ୬୧.୧୫ ଲକ୍ଷ ସମ୍ପୂର୍ଣ୍ଣ ହୋଇ ଯାଇଛି/ ହିତାଧିକାରୀ ମାନଙ୍କୁ ପ୍ରଦାନ କରା ଯାଇଛି । ୨,୦୩,୪୨୭ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାକୁ ମଞ୍ଜୁରି ପ୍ରଦାନ କରା ଯାଇଛି; ଯାହା ମଧ୍ୟରୁ ୧,୨୦,୧୩୦ କୋଟି ଟଙ୍କା ପ୍ରଦାନ କରି ଦିଆ ଯାଇଛି ।
ଗତ ତିନି ବର୍ଷ ସମୟ ମଧ୍ୟରେ ନିର୍ମିତ ବାସଗୃହ ଗୁଡିକର ସଂଖ୍ୟା ଏବଂ ପ୍ରଦାନ କରା ଯାଇଥିବା କେନ୍ଦ୍ରୀୟ ସହାୟତାର ପରିମାଣ ରାଜ୍ୟ ଏବଂ କେନ୍ଦ୍ର ତଥ୍ୟର ବିବରଣୀ ଅନୁବନ୍ଧରେ ଉଲ୍ଲେଖ ରହିଛି ।
ଯୋଜନା ଅଧୀନରେ ସ୍ୱୀକୃତିପ୍ରାପ୍ତ ସମସ୍ତ ବାସଗୃହ ଗୁଡିକୁ ଆର୍ଥିକ ସହାୟତାର ପ୍ରକାର ଏବଂ କାର୍ଯ୍ୟାନ୍ୱୟନର ପଦ୍ଧତିକୁ ପରିବର୍ତନ ନକରି ୩୧ ମାର୍ଚ୍ଚ ୨୦୨୨ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କରିବା ନିମନ୍ତେ ମିଶନକୁ ମାର୍ଚ୍ଚ ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରିବାର ପ୍ରସ୍ତାବ ବିଚରାଧୀନ ସ୍ଥିତିରେ ରହିଛି । ଏହା ମଧ୍ୟରେ, ଋଣ ସଂଯୁକ୍ତ ସବ୍ସିଡି (ରିହାତି) ଯୋଜନା ବ୍ୟତୀତ ସମସ୍ତ କାର୍ଯ୍ୟ ନିମନ୍ତେ ୬ ମାସର ଆନ୍ତରିଣ ସମ୍ପ୍ରସାରଣ ଦିଆ ଯାଇଛି ।
PM svanidhi Scheme: ମାର୍ଚ୍ଚ ପୂର୍ବରୁ କରି ନିଅନ୍ତୁ ଏହି କାମ, ସିଧା ଖାତାକୁ ଆସିବ ୧୦,୦୦୦ ଟଙ୍କା
Share your comments