1. କୃଷି ଖବର

ଅନେକ ରୋଗରୁ ଉପଶମ ଦେଇଥାଏ ଘିକୁଆଁରି

ଆପଣମାନେ ନିଶ୍ଚୟ ଶୁଣିଥିବେ ଯେ ଆଲୋବେରା ବା ଯାହାକୁ ଆମେ ଓଡ଼ିଆରେ ଘିକୁଆଁରି ନାମରେ ଜାଣନ୍ତି ତାହା ଏକ ଉପକାରୀ ଗଛ। ଏହା ଅନେକ କାମରେ ଆସିଥାଏ । ତ୍ୱଚା, କେଶ, ଖଣ୍ଡିଆ ଆଦି ପାଇଁ ଘିକୁଆଁରି ହେଉଛି ଅବ୍ୟର୍ଥ ଔଷଧ । ଏହାର ଟିସୁ ମୋଟାଳିଆ ହୋଇଥିବାରୁ ଏଥିରେ ପାଣି ଭାଗ ବେଶି ଥାଏ ।

Sudesna Nayak
Sudesna Nayak
health benefits of aloe vera

health benefits of aloe vera

ଆପଣମାନେ ନିଶ୍ଚୟ ଶୁଣିଥିବେ ଯେ ଆଲୋବେରା ବା ଯାହାକୁ ଆମେ ଓଡ଼ିଆରେ ଘିକୁଆଁରି ନାମରେ ଜାଣନ୍ତି ତାହା ଏକ ଉପକାରୀ ଗଛ। ଏହା ଅନେକ କାମରେ ଆସିଥାଏ । ତ୍ୱଚା, କେଶ, ଖଣ୍ଡିଆ ଆଦି ପାଇଁ ଘିକୁଆଁରି ହେଉଛି ଅବ୍ୟର୍ଥ ଔଷଧ । ଏହାର ଟିସୁ ମୋଟାଳିଆ ହୋଇଥିବାରୁ ଏଥିରେ ପାଣି ଭାଗ ବେଶି ଥାଏ । ଏଥିରେ ପାଣି ବ୍ୟତୀତ ଆମିନୋ ଏସିଡ, ମିନେରାଲ ଏବଂ ଆଣ୍ଟି ଅକ୍ସିଡେଣ୍ଟ୍‌ ଆଦି ଭରପୂର ପରିମାଣରେ ରହିଛି । ଆଲୋଭେରାକୁ ଆର୍ୟୁବେଦରେ ସଞ୍ଜିବନୀ କୁହାଯାଇଥାଏ। ଏଥିରେ ଆମିନୋ ଏସିଡ଼ର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ  ଏହାକୁ ସେଭିଂ ଜେଲ୍‌ ଭାବେ ବି ବ୍ୟବହାର କରାଯାଇପାରେ । ଏହାକୁ ବ୍ୟବହାର କରି ସେଭିଂ ହେଲେ ତ୍ୱଚା ନରମ ଓ ଉଜ୍ଜ୍ୱଳ ହୋଇଥାଏ ।

ଅନେକ ଚମତ୍କାରୀ ଗୁଣରେ ଭରପୁର ହୋଇଥାଏ ଘିକୁଆଁରି

ଘିଁକୁଆରୀ ଔଷଧୀୟ ଗୁଣରେ ଭରପୂର ହୋଇଥାଏ । ଘିଁକୁଆରୀର ଜେଲ୍ ଏବଂ ଏହାର ରସ ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ତ୍ବଚାରେ ଲଗାଇବା ଦ୍ବାରା ତ୍ବଚାରେ ଚମକ ଆସିଥାଏ । ଏହା ଆପଣଙ୍କ ପେଟ ପାଇଁ ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।

ଆସନ୍ତୁ ଜାଣିବା ଘିଁକୁଆରୀର କେତେକ ଔଷଧୀୟ ଗୁଣ ବିଷୟରେ

  1. ଏହା ଶରୀରରେ ବ୍ଲଡ୍‌ ସର୍କୁଲେସନ୍‌ ବା ରକ୍ତ ସଞ୍ଚାଳନରେ ସାହାଯ୍ୟ କରିଥାଏ ।
  2. ଯଦି ଆପଣ ଟିଭି ଅଧିକ ଦେଖନ୍ତି କିମ୍ବା ମୋବାଇଲ୍ ଅଧିକ ବ୍ୟବହାର କରନ୍ତି ତେବେ ଆପଣଙ୍କ ଆଖିରେ ଏହା ଖରାପ ପ୍ରଭାବ ପକାଇବ । ଆଲୋବେରା ଜୁସ୍ ପିଇଲେ ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ବଢ଼ିବ ।
  3. ଚର୍ମ-କୁଞ୍ଚନ ଥବା ସମସ୍ୟାକୁ ମଧ୍ୟ ଘିଁକୁଆରୀ ସମ୍ପୂର୍ଣ୍ଣ ଭାବେ ଦୂର କରିଥାଏ ।
  4. ଘିଁକୁଆରୀରେ ଭିଟାମିନ୍ ସି ଏବଂ ଇ ର ମାତ୍ରା ପ୍ରଚୁର ପରିମାଣରେ ଥାଏ । ଏହା ଦ୍ବାରା ତ୍ବଚାରେ ଚମକ ଆସିଥାଏ ।
  5. ଓଜନ କମିବାରେ ସହାୟକ ହେଉଥିବା ଘିଁକୁଆରୀ ରସ ଆପଣଙ୍କ ଶରୀରରୁ ଅନାବଶ୍ୟକ ଚର୍ବିକୁ କମ୍ କରିବାର କାମ କରିଥାଏ ଏହା ଦ୍ବାରା ଆପଣଙ୍କ ଓଜନ କମିଥାଏ ।
  6. ରକ୍ତଚାପ ନିୟନ୍ତ୍ରଣରେ ରଖିବା ସହ ଏହା କୋଲେଷ୍ଟ୍ରୋଲ୍‌କୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।
  7. ଆଲୋବେରା ଜେଲ୍‌ ହେଉଛି ଏକ ରକମର ଶ୍ରେଷ୍ଠ କେଶ ମସ୍‌ଚୁରାଇଜର୍‌ । ଏହାକୁ କେଶରେ ଲଗାଇଲେ କେଶ ଝଡ଼ିବା, ରୂପି ଆଦି ସମସ୍ୟାର ସମାଧାନ ହେବା ସହ କେଶ କଳା ଓ ସାଇନ୍‌ ବି ରହିଥାଏ ।
  8. ଆଇବ୍ରୋରେ ବି ଆଲୋବେରା ଜେଲ୍‌ ବ୍ୟହାର କରିପାରନ୍ତି । ଏହାକୁ ଆଇବ୍ରୋରେ ଲଗାଇଲେ ଆଇବ୍ରୋରେ ଥିବା କେଶ କଳା ମୁଚୁମୁଚୁ ହେବା ସହ ନରମ ହୋଇଥାଏ ।
  9. ପ୍ରତିଦିନ ଆଲୋବେରା ଜୁସ୍‌ ପିଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ବା ଏନିମିଆ ଦୂର ହୋଇଥାଏ ।
  10. ଏହା ରକ୍ତ ପରିଷ୍କାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।
  11. ଏହାକୁ ପ୍ରତିଦିନ ପିଇବା ଦ୍ୱାରା କବ୍‌ଜ, ଏସିଡିଟି ଓ ଗ୍ୟାସ୍‌ ଆଦି ହୋଇନଥାଏ ।

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments