1. କୃଷି ଖବର

କୃଷି, କୃଷକ ଏବଂ କୃଷି ବିଜ୍ଞାନ କେନ୍ଦ୍ର

କୃଷକମାନଙ୍କର ଜ୍ଞାନ ଏବଂ କୌଶଳର ବିକାଶ କରାଇବାରେ କୃଷି ବିଜ୍ଞାନ କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି-ଡଃ. ଏ. କେ. ସିଂହ କୃଷି ବିଜ୍ଞାନ କେନ୍ଦ୍ର ହେଉଛି ଏମିତି ଏକ ସଂସ୍ଥା ଯାହା କୃଷକମାନଙ୍କୁ ତାଲିମ ଦେବା ଠାରୁ ଆରମ୍ଭ କରି ବିଭିନ୍ନ କୃଷି ଉତ୍ପାଦନ ପ୍ରଣାଳୀର ନୂତନ ଟେକନିକ, କୃଷକଙ୍କର ଜମିରେ ବିହନ ଏବଂ ରୋପଣ ସାମଗ୍ରୀର ପରୀକ୍ଷଣ କରିବା ପର୍ଯ୍ୟନ୍ତ କାର୍ଯ୍ୟ କରେ l ଏହା ସହିତ କୃଷକମାନଙ୍କର ଜ୍ଞାନ ଏବଂ କୌଶଳକୁ ବୃଦ୍ଧି କରିବା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରିଥାଏ, ଯଥା; କୃଷକ ମେଳା, କୃଷି ପ୍ରଦର୍ଶନୀ, ପ୍ରାଦୌଗିକୀ ସପ୍ତାହ, ମିଟିଂ, ସମୂହ ଚର୍ଚ୍ଚା ଏବଂ ସେମିନାର ଆଦିର ଆୟୋଜନ କରିଥାଏ l ଏହି ପରିପ୍ରେକ୍ଷୀରେ ଆଇସିଏଆର, ଉପ-ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଡଃ. ଏ.କେ. ସିଂହ (ଏଗ୍ରିକଲଚରାଲ ଏକ୍ସଟେନ୍ସସନ)ଙ୍କ ସହିତ କୃଷି ଜାଗରଣର ପ୍ରତିନିଧି ଜ୍ୟୋତି ଶର୍ମା ଏକ ବିଶେଷ ଆଲୋଚନା କରିଥିଲେ, ସେହି ଆଲୋଚନାର କିଛି ପ୍ରମୁଖ ଅଂଶ ଏଠାରେ ଉପସ୍ଥାପନ କରୁଛୁ…

Sugyan Kumar Nayak
Sugyan Kumar Nayak

କୃଷକମାନଙ୍କର ଜ୍ଞାନ ଏବଂ କୌଶଳର ବିକାଶ କରାଇବାରେ କୃଷି ବିଜ୍ଞାନ କେନ୍ଦ୍ର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି-ଡଃ. ଏ. କେ. ସିଂହ

କୃଷି ବିଜ୍ଞାନ କେନ୍ଦ୍ର ହେଉଛି ଏମିତି ଏକ ସଂସ୍ଥା ଯାହା କୃଷକମାନଙ୍କୁ ତାଲିମ ଦେବା ଠାରୁ ଆରମ୍ଭ କରି ବିଭିନ୍ନ କୃଷି ଉତ୍ପାଦନ ପ୍ରଣାଳୀର ନୂତନ ଟେକନିକ, କୃଷକଙ୍କର ଜମିରେ ବିହନ ଏବଂ ରୋପଣ ସାମଗ୍ରୀର ପରୀକ୍ଷଣ କରିବା ପର୍ଯ୍ୟନ୍ତ କାର୍ଯ୍ୟ କରେ l ଏହା ସହିତ କୃଷକମାନଙ୍କର  ଜ୍ଞାନ ଏବଂ କୌଶଳକୁ ବୃଦ୍ଧି କରିବା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ବିଭିନ୍ନ କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରିଥାଏ, ଯଥା; କୃଷକ ମେଳା, କୃଷି ପ୍ରଦର୍ଶନୀ, ପ୍ରାଦୌଗିକୀ ସପ୍ତାହ, ମିଟିଂ, ସମୂହ ଚର୍ଚ୍ଚା ଏବଂ ସେମିନାର ଆଦିର ଆୟୋଜନ କରିଥାଏ l ଏହି ପରିପ୍ରେକ୍ଷୀରେ ଆଇସିଏଆର, ଉପ-ମହାନିର୍ଦ୍ଦେଶକ ଶ୍ରୀଯୁକ୍ତ ଡଃ. ଏ.କେ. ସିଂହ (ଏଗ୍ରିକଲଚରାଲ ଏକ୍ସଟେନ୍ସସନ)ଙ୍କ ସହିତ କୃଷି ଜାଗରଣର ପ୍ରତିନିଧି ଜ୍ୟୋତି ଶର୍ମା ଏକ ବିଶେଷ ଆଲୋଚନା କରିଥିଲେ, ସେହି ଆଲୋଚନାର କିଛି ପ୍ରମୁଖ ଅଂଶ ଏଠାରେ ଉପସ୍ଥାପନ କରୁଛୁ…

କୃଷକମାନଙ୍କ ନିମନ୍ତେ କୃଷି ବିଜ୍ଞାନ କେନ୍ଦ୍ର କେତେ ପରିମାଣରେ ଲାଭଦାୟକ ଅଟେ ?

ସମସ୍ତ ଜିଲ୍ଲା ସ୍ତରରେ କୃଷି ବିଜ୍ଞାନ କେନ୍ଦ୍ର ସ୍ଥାପିତ ହୋଇଛି l ଏବେ ଏମିତି କିଛି ନୂଆ ଜିଲ୍ଲା ହୋଇଛି, ଯେଉଁଠି କୃଷି ବିଜ୍ଞାନ କେନ୍ଦ୍ର ନାହିଁ l ଏମିତି ଦେଖିବାକୁ ଗଲେ ସମସ୍ତ ପୁରୁଣା ଜିଲ୍ଲାଗୁଡ଼ିକରେ କୃଷି ବିଜ୍ଞାନ କେନ୍ଦ୍ର ରହିଛି l ଏହି କୃଷି ବିଜ୍ଞାନ କେନ୍ଦ୍ରରେ କୃଷି କାର୍ଯ୍ୟ ବ୍ୟତୀତ ପଶୁ ପାଳନ, ମତ୍ସ୍ୟ ଚାଷ, ଏବଂ ଗୃହ ବିଜ୍ଞାନ କ୍ଷେତ୍ରରେ କାର୍ଯ୍ୟକରୁଥିବା ବିଶେଷଜ୍ଞମାନେ ଅଛନ୍ତି l କୃଷି ବିଜ୍ଞାନ କେନ୍ଦ୍ର ହେଉଛି ଜ୍ଞାନର କେନ୍ଦ୍ର l ଜିଲ୍ଲାର ପରିସ୍ଥିତି ପାଇଁ ଯେଉଁ ଟେକନିକର ଜରୁରୀ ଆବଶ୍ୟକତା ରହିଛି ଏହାର ଜ୍ଞାନ କୃଷି ବିଜ୍ଞାନ କେନ୍ଦ୍ରରୁ ମିଳିଥାଏ l ଏ ବିଷୟରେ କୃଷି ବିଜ୍ଞାନ କେନ୍ଦ୍ର ନିକଟରେ ମଧ୍ୟ ସୂଚନା ରହିଥାଏ l ଯେମିତିକି ଏହି ଅଞ୍ଚଳର ଜମିଗୁଡ଼ିକ କିପରି ? ଏଠାକାର ଜଳବାୟୁ କିପରି ? ଏଠାକାର ଜଳସେଚନର ମାଧ୍ୟମ କଣ ? ଉକ୍ତ ଅଂଚଳ ନିମନ୍ତେ ଆବଶ୍ୟକ ବିହନ ମଧ୍ୟ କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ପ୍ରଦାନ କରାଯାଏ l କୌଣସି ଅଞ୍ଚଳରେ ଦେଖାଦେଉଥିବା ରୋଗପୋକର ନିୟନ୍ତ୍ରଣ ନିମନ୍ତେ କୃଷି ବିଜ୍ଞାନ କେନ୍ଦ୍ରରୁ ବିଶେଷଜ୍ଞମାନଙ୍କୁ ପଠାଯାଏ l ଏଥି ନିମନ୍ତେ କୃଷକମାନେ କୃଷି ବିଜ୍ଞାନ କେନ୍ଦ୍ରକୁ ଆସି ଯୋଗାଯୋଗ କରିପାରନ୍ତି l କୃଷି ସହିତ ଜଡ଼ିତ ସମସ୍ତ ବିଷୟରେ ଆବଶ୍ୟକ ଜ୍ଞାନ ପ୍ରଦାନ କରିବାର କ୍ଷମତା କୃଷି ବିଜ୍ଞାନ କେନ୍ଦ୍ରର ରହିଛି l

କୃଷି ବିଜ୍ଞାନ କେନ୍ଦ୍ରର କ୍ୟାଚମେଣ୍ଟ ଏରିଆର ଚୟନ ପ୍ରକ୍ରିୟା କିପରି ହୁଏ ?

ସମ୍ପୂର୍ଣ୍ଣ ଜିଲ୍ଲାଟି ହେଉଛି କୃଷି ବିଜ୍ଞାନ କେନ୍ଦ୍ରର କ୍ୟାଚମେଣ୍ଟ ଏରିଆ l ସମୟ ସମୟରେ କୃଷି ବିଜ୍ଞାନ କେନ୍ଦ୍ରର ବିଶେଷଜ୍ଞମାନଙ୍କ ପକ୍ଷରେ ସମସ୍ତ ଗ୍ରାମ ପରିଦର୍ଶନ କରିବା ସମ୍ଭବ ହୁଏ ନାହିଁ l ଏପରି ପରିସ୍ଥିତିରେ ପ୍ରଶିକ୍ଷଣ ଏବଂ ଜ୍ଞାନ କୌଶଳ ନିମନ୍ତେ କୃଷକମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ରକୁ ଆସିବାକୁ ପଡ଼ିଥାଏ l ଯେମିତି କି କିଛି କୃଷି ବିଜ୍ଞାନ କେନ୍ଦ୍ର ମହୁ ଚାଷରେ ସଫଳତା ହାସଲ କରିଥିବା ବେଳେ କେତେକ କୃଷି ବିଜ୍ଞାନ କେନ୍ଦ୍ର ଛତୁ ଚାଷରେ ସଫଳତା ହାସଲ କରିଛନ୍ତି l ଏହା ଦେଖିବା ନିମନ୍ତେ ଅନ୍ୟ ଜିଲ୍ଲାମାନଙ୍କରୁ ମଧ୍ୟ କୃଷକମାନେ ଅସିଥାଆନ୍ତି l

କୌଣସି ନୂତନ ଟେକନିକ ଆସିଲେ ଆପଣ ଏହାକୁ କୃଷକମାନଙ୍କ ନିକଟରେ କିପରି ପହଞ୍ଚାଇ ଥାଆନ୍ତା

କୃଷି ବିଜ୍ଞାନ କେନ୍ଦ୍ର ଅନୁସନ୍ଧାନ ସଂସ୍ଥାନ ଅଧୀନରେ କାମ କରେ l କେତେକ ବିଶ୍ୱବିଦ୍ୟାଳୟ ଅଧୀନରେ ଗୋଟିଏ କୃଷି ବିଜ୍ଞାନ କେନ୍ଦ୍ର ରହୁଥିବା ବେଳେ କେତେକ ବିଶ୍ୱବିଦ୍ୟାଳୟ ଅଧୀନରେ ୫ଟି କୃଷି ବିଜ୍ଞାନ କେନ୍ଦ୍ର ରହୁଛି l

କୃଷକମାନଙ୍କୁ ଆପଣ କୃଷି ବିଜ୍ଞାନ କେନ୍ଦ୍ର ସହିତ କିପରି ଯୋଡ଼ନ୍ତି ?

କୃଷକମାନଙ୍କୁ କୃଷି ବିଜ୍ଞାନ କେନ୍ଦ୍ର ସହିତ ଯୋଡ଼ିବା ଏକ ଲମ୍ବା ପ୍ରକ୍ରିୟା ଅଟେ l ଯେମିତି ଆପଣ ମୋ ସହିତ ସାକ୍ଷାତ କରି କୃଷି ବିଜ୍ଞାନ କେନ୍ଦ୍ର ସମ୍ପର୍କରେ ଜାଣିଲେ, ସେହିପରି ଅନ୍ୟମାନେ ମଧ୍ୟ ଆପଣଙ୍କ ମାଧ୍ୟମରେ କୃଷି ବିଜ୍ଞାନ କେନ୍ଦ୍ର ସମ୍ପର୍କରେ ଜାଣିବେ l ଏହା ବ୍ୟତୀତ ଆମର କୃଷି ବିଶେଷଜ୍ଞମାନେ ଲଗାତାର ଭାବରେ କୃଷି ବିଷୟଗୁଡ଼ିକ ଉପରେ ଗଣମାଧ୍ୟମରେ ସେମାନଙ୍କ ଲେଖାଗୁଡ଼ିକୁ ପ୍ରକାଶ କରୁଛନ୍ତି l ସାରା ଦେଶରେ ୧୪ କୋଟି କୃଷକ ଅଛନ୍ତି ଏବଂ ପାଖାପାଖି ୫.୩ କୋଟି କୃଷକ ଏମ ପୋର୍ଟାଲରେ ପଂଜୀକୃତ ଅଛନ୍ତି l କୌଣସି ନା କୌଣସି ପ୍ରକାରେ ଏହି କୃଷକମାନଙ୍କର କୃଷି ବିଜ୍ଞାନ କେନ୍ଦ୍ର ସହିତ ସମ୍ପର୍କ ରହିଛି l ଏହି କୃଷକମାନଙ୍କୁ ଆମର ବିଶେଷଜ୍ଞମାନେ ସମୟାନୁସାରେ କୃଷି ସମ୍ପର୍କିତ ସୂଚନା ପ୍ରଦାନ କରିଥାଆନ୍ତି l ଏହା ବ୍ୟତୀତ ସରକାରଙ୍କର ଯେତେ ସବୁ ମନ୍ତ୍ରଣାଳୟ କୃଷକମାନଙ୍କ ନିମନ୍ତେ କାମ କରିବା ନିମନ୍ତେ ଇଛା କରନ୍ତି ସେମାନେ ସବୁ କୃଷି ବିଜ୍ଞାନ କେନ୍ଦ୍ର ମାଧ୍ୟମରେ ହିଁ କାମ କରିଥାଆନ୍ତି, କାରଣ କୃଷି ବିଜ୍ଞାନ କେନ୍ଦ୍ର ହେଉଛି ଏକମାତ୍ର ସଂସ୍ଥା ଯାହାର କୃଷକମାନଙ୍କ ସହିତ ସିଧାସଳଖ ସମ୍ପର୍କ ରହିଛି l

ମହିଳା କୃଷକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ କୃଷି ବିଜ୍ଞାନ କେନ୍ଦ୍ର କଣ ପଦକ୍ଷେପ ଗ୍ରହଣ କରିଛି ?

ଆପଣ ଜାଣି ଖୁସି ହେବେ ଯେ, ପ୍ରତି ବର୍ଷ ୧୬ ଲକ୍ଷ କୃଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି, ଯାହାର ୫ ଲକ୍ଷ ମହିଳା କୃଷକ ସାମିଲ ହେଉଛନ୍ତି l ବର୍ତ୍ତମାନ ସମୟରେ ଗାଁ'ର ଯୁବକମାନେ ସହରକୁ ଯାଉଛନ୍ତି l ଗାଁ'ରେ କେବଳ ମହିଳା ଏବଂ ବୟସ୍କ ଲୋକମାନେ ରହୁଛନ୍ତି l ବିଶେଷକରି ମହିଳାମାନେ ଜମିର ଦେଖା ସୁନା କରୁଛନ୍ତି l ତେଣୁକରି ଆମେ ୫ ଲକ୍ଷ ମହିଳାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛୁ ଏବଂ ଲଗାତାର ଭାବରେ ଏହା ବୃଦ୍ଧି କରୁଛୁ l ଆହୁରି ମଧ୍ୟ ଆମେ 'ନାରୀ' ନାମରେ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛୁ, ଏହା ମାଧ୍ୟମରେ ମହିଳାମାନେ ଆତ୍ମ ନିର୍ଭରଶୀଳ ହୋଇପାରିବେ l

 

କୃଷି ବିଜ୍ଞାନ କେନ୍ଦ୍ରରୁ କୃଷକମାନଙ୍କ ନିମନ୍ତେ କଣ ଫାଇଦା ମିଳୁଛି ?

ଦେଶରେ ହଜାର ହଜାର କୃଷକ ଅଛନ୍ତି l ତିନି ଚାରି ବର୍ଷ ତଳେ ଆମର ଡାଲି ଉତ୍ପାଦନ ୧୬ ରୁ ୧୭ ମିଲିୟନ ଟନ ଥିଲା l ବର୍ତ୍ତମାନ ଏହା ୨୪ ରୁ ୨୫ ମିଲିୟନ ଟନରେ ପହଞ୍ଚିଛି, ଏ କ୍ଷେତ୍ରରେ ଦେଶ ଆତ୍ମନିର୍ଭର ହୋଇପାରିଛି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments