News

ଶସକ୍ତ ହେବେ ଓଡ଼ିଶାର କୃଷକ, ଆରମ୍ଭ ହେଲା କୃଷକ ମେଳା-୨୦୨୩

ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି କୃଷକ ମେଳା-୨୦୨୩ । ଦେଶର ଦ୍ୱିତୀୟ ବୃହତ ଓ କ୍ଷାତିନାମା ବିଶ୍ୱବିଦ୍ୟାଳୟ ଓୟୁଏଟି ପରିସରରେ ଏହି ମେଳାର ଆୟୋଜନ କରାଯାଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ଓୟୁଏଟି ଦ୍ୱାରା ଏହି ମେଳାର ଆୟୋଜନ କରାଯାଇଥିବା ବେଳେ ଏହାର ମିଡିଆ ପାର୍ଟନର ହୋଇଛି ‘କୃଷି ଜାଗରଣ’ । ଏହି ମେଳାର ମୁଖ୍ୟ ଉଦ୍ୟେଶ୍ୟ ହେଉଛି ଓଡ଼ିଶାର କୃଷି ଓ କୃଷକଙ୍କ ଶସକ୍ତିକରଣ ।

27 February, 2023 10:48 AM IST By: Priyambada Rana

ରାଜ୍ୟ ରାଜଧାନୀ ଭୁବନେଶ୍ୱର(Bhubaneswar)ରେ ଆରମ୍ଭ ହୋଇଯାଇଛି କୃଷକ ମେଳା-୨୦୨୩(Farmer’s Fair-2023) । ଦେଶର ଦ୍ୱିତୀୟ ବୃହତ ଓ କ୍ଷାତିନାମା ବିଶ୍ୱବିଦ୍ୟାଳୟ ଓୟୁଏଟି ପରିସରରେ ଏହି ମେଳାର ଆୟୋଜନ କରାଯାଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ଓୟୁଏଟି (OUAT) ଦ୍ୱାରା ଏହି ମେଳାର ଆୟୋଜନ କରାଯାଇଥିବା ବେଳେ ଏହାର ମିଡିଆ ପାର୍ଟନର ହୋଇଛି ‘କୃଷି ଜାଗରଣ’(Krishi Jagran) । ଏହି ମେଳାର ମୁଖ୍ୟ ଉଦ୍ୟେଶ୍ୟ ହେଉଛି ଓଡ଼ିଶାର କୃଷି ଓ କୃଷକଙ୍କ ଶସକ୍ତିକରଣ ।

ଏହି ମେଳା ଆଜି ଏବଂ ଆସନ୍ତା କାଲି ଦୀର୍ଘ ଦୁଇ ଦିନ ଧରି ଚାଲିବାକୁ ଅଛି ।ଏହି ମେଳା ଜରିଆରେ ଓୟୁଏଟି ତରଫରୁ କୃଷକ ଭାଇ-ଭଉଣୀମାନଙ୍କୁ ନୂଆ ନୂଆ କୃଷି ଜ୍ଞାନକୌଶଳ, ନୂତନ ଉପାୟ ଆପଣାଇ କିପରି କୃଷକମାନେ କୃଷି କ୍ଷେତ୍ରରେ ସମୃଦ୍ଧି ଆଣିପାରିପାରିବେ ସେ ନେଇ ତାଲିମ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ଏଠାରେ ୫୦ଟି ଷ୍ଟଲ ଜରିଆରେ କୃଷକମାନେ କୃଷି ସମ୍ବନ୍ଧିତ ବିଭିନ୍ନ ବିଷୟବସ୍ତୁ ଓ ଜ୍ଞାନକୌଶଳ ଉପରେ ଶିକ୍ଷା ପ୍ରାପ୍ତ କରିବାର ସୁଯୋଗ ପାଇବେ । ପ୍ରତ୍ୟେକ ଷ୍ଟଲରେ କୃଷି ପ୍ରାସଙ୍ଗିତ ବିଭିନ୍ନ ବିଷୟବସ୍ତୁ ଉପରେ ପ୍ରଦର୍ଶନ କରାଯାଉଛି । ଯେଉଥିରୁ ଆମ କୃଷକ ଭାଇ ଭଉଣୀମାନେ ନୂଆ ନୂଆ ଚାଷ ପଦ୍ଧତି, ଜୈବିକ ଚାଷ ପ୍ରଣାଳୀ, କେଉଁ ଚାଷ ପାଇଁ କେଉଁ ଯନ୍ତ୍ରପାତି ଆବଶ୍ୟକ, ଉନ୍ନତମାନର କୃଷି ପଦ୍ଧତି ଆଦି ସମ୍ପର୍କରେ ସେମାନେ ଶିକ୍ଷା ଗ୍ରହଣ କରିବା ସହ, ନିଜର ଜ୍ଞାନର ମଧ୍ୟ ଉନ୍ନୟନ କରିବାର ସୁଯୋଗ ପାଇପାରିବେ ବୋଲି ମତ ପ୍ରକାଶ କରିଛନ୍ତି ଓୟୁଏଟି କୂଳପତି ପ୍ରଭାତ କୁମାର ରାଉଳ ।

ଏହି ମେଳାରେ ପାଖାପାଖି ୫୦୦ ରୁ ୧୦୦୦ ପର୍ଯ୍ୟନ୍ତ ଚାଷୀ ଭାଇ-ଭଉଣୀମାନେ ଯୋଗ ଦେବାର ବ୍ୟବସ୍ଥା କରାଯାଇଛି । ଏହି ମେଳାରେ କୃଷି କ୍ଷେତ୍ରରେ ନାଁ କମାଇଥିବା ବଡ଼ ବଡ଼ କମ୍ପାନୀମାନେ ନିଜର ଷ୍ଟଲ ଜରିଆରେ କୃଷକମାନଙ୍କୁ ଆକୃଷ୍ଟ କରି ନୂତନ ତାଲିମ ଓ ଆବଶ୍ୟକୀୟ ସାମଗ୍ରୀ ଯୋଗାଇଦେବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଓଡ଼ିଶା ସରକାର କୃଷି ଓ କୃଷକଙ୍କ ସାମଗ୍ରୀକ ବିକାଶ ପାଇଁ ବିଭିନ୍ନ ପ୍ରକାରର ପ୍ରୟାସ ଜାରି ରଖିଥିବା ବେଳେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଆଉ ଦୁଇ ପାଦ ଆଗକୁ ଯାଇ କୃଷକଙ୍କ ପାଇଁ ଏଭଳି ଏକ କୃଷି ମେଳାର ଆୟୋଜନ କରିଛି ।

ତେବେ ଏଭଳି ମେଳା ଜରିଆରେ ଓଡ଼ିଶାର କୃଷକମାନେ ତାଲିମ ନେଇ ନୂଆ ନୂଆ କୃଷି ପଦ୍ଧତି ଆପଣାଇ ରାଜ୍ୟର କୃଷି କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିପାରିବେ । ଅତ୍ୟାଧୁନିକ ଓ ଉନ୍ନତ କୃଷି ପ୍ରଣାଳୀ ଦ୍ୱାରା ଚାଷ କରି କିପରି ଆମ ଚାଷୀ ଭାଇମାନେ ନିଜର ଆୟକୁ ଦ୍ୱିଗୁଣିତ କରିବା ସହ ରାଜ୍ୟର କୃଷି କ୍ଷେତ୍ରକୁ ଶସକ୍ତ କରିପାରିବେ ସେ ନେଇ ଲକ୍ଷ ରଖାଯାଇଥିବା କହିଛନ୍ତି ଓୟୁଏଟିର କୂଳପତି ପ୍ରଭାତ କୁମାର ରାଉଳ ।

ଏହି କୃଷି ମେଳାରେ ଅନେକ ବିଶିଷ୍ଟ ବ୍ୟକ୍ତି ତଥା କୃଷି ବୈଜ୍ଞାନିକ, କୃଷି ବିଶେଷଜ୍ଞ ଏବଂ ଓୟୁଏଟି ଅଧ୍ୟାପକ, ଅଧ୍ୟାପିକାମାନେ ଚାଷୀ ଭାଇ-ଭଉଣୀମାନଙ୍କୁ କୃଷି ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଶିକ୍ଷା, ସରକାରୀ ବ୍ୟବସ୍ଥା, ଯୋଜନା ଓ ଯୋଜନାର ଉପକାରିତା ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରିବେ । ଏଥିରେ ବିଶେଷ କରି ଛୋଟ ଚାଷୀଙ୍କୁ କିପରି ଶସକ୍ତ କରାଯାଇପାରିବ ସେ ନେଇ ଲକ୍ଷ ରଖାଯାଇଛି । ଓୟୁଏଟି କୃଷି ଓ କୃଷଙ୍କ ପାଇଁ ସର୍ବଦା ନୂଆ ନୂଆ ଗବେଷଣା ଓ ପରିକ୍ଷଣ କରି ଆସିଛି । ଆୟୋଜିତ ଏହି ମେଳା ନିଶ୍ଚିନ୍ତ ରୂପେ ସୁଫଳ ଆଣିବା ନେଇ ଆଶା ରଖାଯାଇଛି ।

ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ପରିଦର୍ଶନ କଲେ କୃଷି ଜାଗରଣ : ଓୟୁଏଟିର କୁଳପତି ପ୍ରଭାତ କୁମାର ରାଉଳଙ୍କ ସହ କଲେ ଆଲୋଚନା

Grand Inauguration of ‘OUAT Farmers’ Fair 2023’ Today In Bhubaneshwar

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)