1. କୃଷି ଖବର

କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କ ନିଷ୍ପତିରେ କୃଷକ ଭୟବିତ୍ତ !!

କ୍ଷମତାରେ ଯେଉଁ ସରକାର ଥାଆନ୍ତୁ ନା କାହିଁକି ସବୁ ସରକାରଙ୍କର ପ୍ରଥମ ଲକ୍ଷ୍ୟ ଏହା ହେବା ଆବଶ୍ୟକ ଯେମିତିକି ଦେଶର ବିକାଶ ହୋଇପାରିବ l ଦେଶର ବିକାଶ ପାଇଁ କୃଷକମାନଙ୍କର ବିକାଶ ହେବା ନିହାତି ଜରୁରୀ l ତେଣୁ ସରକାର ସବୁବେଳେ କୃଷକମାନଙ୍କର ବିକାଶ ପାଇଁ କିଛିନା କିଛି ଯୋଜନା କରୁଥାନ୍ତି l

Sugyan Kumar Nayak
Sugyan Kumar Nayak

କ୍ଷମତାରେ ଯେଉଁ ସରକାର ଥାଆନ୍ତୁ ନା କାହିଁକି ସବୁ ସରକାରଙ୍କର ପ୍ରଥମ ଲକ୍ଷ୍ୟ ଏହା ହେବା ଆବଶ୍ୟକ ଯେମିତିକି ଦେଶର ବିକାଶ ହୋଇପାରିବ l ଦେଶର ବିକାଶ ପାଇଁ କୃଷକମାନଙ୍କର ବିକାଶ ହେବା ନିହାତି ଜରୁରୀ l ତେଣୁ ସରକାର ସବୁବେଳେ କୃଷକମାନଙ୍କର ବିକାଶ ପାଇଁ କିଛିନା କିଛି ଯୋଜନା କରୁଥାନ୍ତି l ଆମ ଦେଶରେ କେନ୍ଦ୍ର ସରକାରଙ୍କ ତରଫରୁ ଅନେକଗୁଡ଼ିଏ ଯୋଜନା ପ୍ରସ୍ତୁତ କରାଯାଇଥାଏ ଯାହା ଦ୍ୱାରା କୃଷକ ଭାଇମାନଙ୍କର ବିକାଶ କରାଯାଇପାରିବ l ଏହା ମଧ୍ୟରେ କେନ୍ଦ୍ର ସରକାର କୃଷକମାନଙ୍କ ପାଇଁ ଏପରି ଏକ ଯୋଜନା କରିଥିଲେ ଯାହା ମାଧ୍ୟ୍ୟମରେ କୃଷକମାନଙ୍କୁ ପ୍ରତି ବର୍ଷ ୬ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହଯୋଗ ରାଶି ପ୍ରଦାନ କରାଯାଇପାରିବ l ଏହି ଯୋଜନାର ନାମ "କୃଷକ ସମ୍ମାନ ନିଧି ଯୋଜନା" ଅଟେ l ହେଲେ ଗତ ଅନେକ ଯୋଜନାରେ ଏହା ଦେଖାଯାଉଛି କି ଅନେକ କୃଷକ ଏହି ଯୋଜନାର ଅନୁଚିତ ଉପଯୋଗ କରିଛନ୍ତି l ଅନୁଚିତ ଉପଯୋଗର ଅର୍ଥ ସେହି କୃଷକମାନଙ୍କୁ ସହଯୋଗ ରାଶି ମିଳିଛି ଯେଉଁମାନେ ଯୋଜନା ପାଇଁ ଯୋଗ୍ୟ ନୁହଁନ୍ତି l ବର୍ତ୍ତମାନ ସେହିସବୁ କୃଷକମାନଙ୍କୁ ଠିକ ଶିକ୍ଷା ଦେବା ପାଇଁ କେନ୍ଦ୍ର ସରକାର ମନସ୍ଥ କରିଛନ୍ତି l

ଏହି ବିଷୟରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସଂସଦରେ କହିଛନ୍ତିଯେ ଯେଉଁ ସବୁ କୃଷକ ଯୋଗ୍ୟତା ନଥାଇ ମଧ୍ୟ "କୃଷକ ସମ୍ମାନ ନିଧି ଯୋଜନା"ର ଲାଭ ଉଠାଇଛନ୍ତି ସେମାନଙ୍କ ଠାରୁ ସମସ୍ତ ଅର୍ଥ ରାଶି ଆଦାୟ କରାଯିବ l  ଯେଉଁମାନ ଏହି ଯୋଜନା ମାଧ୍ୟମରେ ୬ ହଜାର ଟଙ୍କା ପାଇଛନ୍ତି ସେମାନଙ୍କ ଠାରୁ ପୁରା ଟଙ୍କା ଆଦାୟ କରାଯିବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ଜଣାଇଛନ୍ତି l ଏହି ଯୋଜନାରେ ସରକାର ପ୍ରାୟ ୪୨ ଲକ୍ଷ କୃଷକଙ୍କ ଠାରୁ ୧୯୯୨ କୋଟି ଟଙ୍କା ଆଦାୟ କରିବେ l କିନ୍ତୁ କେନ୍ଦ୍ର ମନ୍ତ୍ରୀଙ୍କର ଏହି ନିଷ୍ପତିରେ ଆସାମ, ପଞ୍ଜାବ,ଏବଂ ମହାରାଷ୍ଟ୍ରର କୃଷକମାନେ ଭୟଭୀତ ହୋଇଯାଇଛନ୍ତି l ଆସନ୍ତୁ ଜାଣିବା କାହିଁକି ଏହିସବୁ ରାଜ୍ୟର କୃଷକମାନେ ଭୟରେ ଅଛନ୍ତି l

ପ୍ରକୃତରେ ଆସାମ, ପଞ୍ଜାବ ଓ  ମହାରାଷ୍ଟ୍ରର କୃଷକମାନେ ଭୟରେ ଥିବାର କାରଣ, ଏହି ସବୁ ରାଜ୍ୟରେ ହିଁ ସବୁଠାରୁ ଅଧିକ କୃଷକମାନେ ଏହି ଯୋଜନା ଅଧୀନରେ ଅର୍ଥ ରାଶି ଲାଭ କରିଛନ୍ତି l ଏଥିରେ ସବୁଠାରୁ ଅଧିକ ଆସାମର କୃଷକମାନେ ହିଁ ଅଛନ୍ତି l ଆସାମର ପଖାପାଖି ୮ ଲକ୍ଷ ୩୫ ହଜାର କୃଷକ ଏହି ଯୋଜନାରୁ ୬ ହଜାର ଟଙ୍କାର ଲାଭ ପାଇଛନ୍ତି l ଏଥର କୃଷକମାନଙ୍କ ଠାରୁ ପ୍ରାୟ  ୫୪୧ କୋଟି ଟଙ୍କା ଆଦାୟ କରାଯିବ l

ଆପଣ  ମନେ ଜାଣିଥାଆନ୍ତୁ ଯେ ଗତ ୨୦୧୯ ଲୋକସଭା  ନିର୍ବାଚନ ପୂର୍ବରୁ କୃଷକମାନଙ୍କର ସୁବିଧା ପାଇଁ କେନ୍ଦ୍ର ସରକାର "କୃଷକ ସମ୍ମାନ ନିଧି ଯୋଜନା"ର ଆରମ୍ଭ କରିଥିଲେ l ଏହି ଯୋଜନାରେ ଆର୍ଥିକ କ୍ଷେତ୍ରରେ ଦୁର୍ବଳ କୃଷକମାନଙ୍କୁ ପ୍ରତିବର୍ଷ ୬ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ଥିଲା l କିନ୍ତୁ ଅନେକ କ୍ଷେତ୍ରରେ ଏହା ଦେଖିବାକୁ ମିଳୁଛି ଯେ, ଏହି ଯୋଜନାର ଫାଇଦା  ସେହି ସବୁ କୃଷକମାନେ ମଧ୍ୟ ଉଠାଉଛନ୍ତି  ଯେଉଁମାନେ ସେ ଯୋଜନାର  ଲାଭ ଉଠାଇବାକୁ ଯୋଗ୍ୟ ମଧ୍ୟ ନୁହଁନ୍ତି l ଆସନ୍ତୁ ଜାଣିବା କେଉଁସବୁ କୃଷକମାନେ ଏହି ଯୋଜନାର ଲାଭ ଉଠାଇବାକୁ ଯୋଗ୍ୟ ନୁହଁନ୍ତି l

୧. ସରକାରୀ କର୍ମଚାରୀ ଏବଂ ସରକାରଙ୍କୁ  କର ପୈଠ କରୁଥିବା କୃଷକମାନଙ୍କୁ ଏହି ଯୋଜନାରୁ ଅଲଗା  ରଖାଯାଇଛି l

୨. ଯଦି କୌଣସି ବିଧାୟକ ବା ମନ୍ତ୍ରୀ କୃଷି କ୍ଷେତ୍ରରେ ସକ୍ରିୟ ଥାନ୍ତି ତେବେ ସେମାନେ ମଧ୍ୟ ଏହି ଯୋଜନାର ଅଂଶ  ହୋଇପାରିବେ ନାହିଁ l

୩. ୧୦୦୦୦ ବା ତାଠାରୁ ଅଧିକ ପେନଶନ ପାଉଥିବା କୃଷକମାନଙ୍କୁ ମଧ୍ୟ ଏହି ଯୋଜନାରୁ ଅଲଗା ରଖା ଯାଇଛି l

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments