1. କୃଷି ଖବର

ରାସ୍ତାରେ ପରିବା ଜମା କଲେ ଚାଷୀ, ଶୀତଳ ଭଣ୍ଡାର ପାଇଁ ଦାବି

ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାରେ କୃଷି ହେଉଛି ରୋଜଗାରର ଏକ ମୁଖ୍ୟ ମାଧ୍ୟମ l କିନ୍ତୁ ବରଗଡ଼ ଜିଲ୍ଲାରେ ଯଥେଷ୍ଟ ପରିମାଣର ଶୀତଳ ଭଣ୍ଡାର ନଥିବାରୁ ସ୍ଥାନୀୟ ଚାଷୀମାନେ ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି l

Sugyan Kumar Nayak
Sugyan Kumar Nayak

ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାରେ କୃଷି ହେଉଛି ରୋଜଗାରର ଏକ ମୁଖ୍ୟ ମାଧ୍ୟମ l କିନ୍ତୁ ବରଗଡ଼ ଜିଲ୍ଲାରେ ଯଥେଷ୍ଟ ପରିମାଣର ଶୀତଳ ଭଣ୍ଡାର ନଥିବାରୁ ସ୍ଥାନୀୟ ଚାଷୀମାନେ ନାହିଁ ନଥିବା ସମସ୍ୟାର ସାମ୍ନା କରୁଛନ୍ତି l ଏ ସମ୍ପର୍କରେ ଚାଷୀମାନେ ପ୍ରତିବାଦ କରି ଆଜି ରାସ୍ତା ଉପରେ ପନିପରିବା ଗଦା କରିଥିଲେ ଏବଂ ତୁରନ୍ତ ଏକ ଶୀତଳ ଭଣ୍ଡାର ସ୍ଥାପନ କରିବାକୁ ଦାବି କରିଥିଲେ l

ବାରମ୍ବାର ବର୍ଷାଭାବ ଚାଷୀଙ୍କ ମେରୁଦଣ୍ତ ଭାଙ୍ଗି ଦେଇଛି। ରୋଗପୋକ ଆହୁରି ଦାଉ ସାଧୁଛି। ଅଦିିନିଆ ଝଡ଼ତୋଫାନ ଏବଂ କରକାମାଡ଼ ‌ଯୋଗୁଁ ଫଳନ୍ତି ଚାଷଜମି ଉଜୁଡ଼ି ଯାଉଛି। ଚାଷୀଙ୍କ ଆର୍ଥିକ ବିକାଶ ପାଇଁ ବିକଳ୍ପ ଚାଷ ଉପରେ ସର୍ବଦା ଗୁରୁତ୍ବାରୋପ କରାଯାଉଛି, କିନ୍ତୁ ପରିବା ଚା‌ଷରେ ମଧ୍ୟ ଚାଷୀକୁ ଉଚିତ ପାଉଣା ମିଳୁନାହିଁ। ବଜାର ବ୍ୟବସ୍ଥା ଏବ˚ ଶୀତଳ ଭଣ୍ତାର ଅଭାବରୁ ଚାଷୀ ଦଲାଲମାନଙ୍କ ହାତରେ ପଡ଼ି ଲୁଣ୍ଠିତ ହେଉଛନ୍ତି। ବରଗଡ଼ ଭଳି କୃଷିଭିତ୍ତିକ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ଶୀତଳ ଭଣ୍ତାରଟିଏ ଖୋଲି ନ ପାରିବା ଚାଷୀଙ୍କ କଷ୍ଟକୁ ଦ୍ବିଗୁଣିତ କରିଛି। ଫଳରେ ଜିଲ୍ଲାରେ ପରିବାର ଅଭାବୀ ବିକ୍ରି ପରିସ୍ଥିତି ସୃଷ୍ଟି ହେଉଛି। ଏଭଳି ସମ୍ବେଦନଶୀଳ ଅଭିଯୋଗ ନେଇ ଜୟ କିସାନ ଆନ୍ଦୋଳନ ନେତୃତ୍ବରେ ଦଶମାଇଲ୍‌ ଛକଠାରେ ଚାଷୀ ରାସ୍ତା ଉପରେ ପ୍ରତିବାଦ କରିଥିଲେ। ଜିଲ୍ଲାରେ ଶୀତଳ ଭଣ୍ଡାର ପ୍ରତିଷ୍ଠା ସହ ପନିପରିବାର ସହାୟକ ମୂଲ୍ୟ ଘୋଷଣା, ବଜାର ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଚାଷୀମାନେ ଦାବି କରିଥିଲେ।

ଚାଷୀମାନେ ନିଜ ଉପାର୍ଜିତ ପନିପରିବା ରାଜପଥ ଉପରେ ଗଦା କରିଥିଲେ। ରାସ୍ତାରେ ଯାଉଥିବା ଯାତ୍ରୀଙ୍କୁ ଅଟକାଇ ମାଗଣାରେ ପନିପରିବା ବାଣ୍ଟିଥିଲେ । ବରିଷ୍ଠ ଚାଷୀନେତା ଶ୍ରୀଯୁକ୍ତ ଲିଙ୍ଗରାଜ ସରକାରଙ୍କ କୃଷି ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ଚାଷୀଙ୍କ ପାଇଁ କୌଣସି ବଜାର ସୁବିଧା ନଥିବାରୁ ଏଥି ପ୍ରତି ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ନେବାକୁ ସେ ଦାବି କରିଥିଲେ। ଚାଷୀ ନେତା ସୁଶୀଲ ସାହୁ, ହର ବଣିଆ, ସୁରେନ୍ଦ୍ର ମେହେର, ରମେଶ ମହାପାତ୍ର, କିଶୋର ସାହୁ, ଅରୁଣ ପଧାନ, ସରୋଜ ବାରିକ, ତ୍ରିଲୋଚନ ଭୁଏ, ଲକ୍ଷ୍ମଣ ପ୍ରଧାନ, କୁଶ ଭୋଇ, ଡୋଳାମଣି ଭୋଇ ପ୍ରମୁଖ ଏହି କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ