News

ଏହି ରାଜ୍ୟରେ ଅକାଳ ମରୁଡି ମାଡ ! ଚିନ୍ତାରେ ଚାଷୀ

ବର୍ଷା ଅଭାବରୁ କୃଷକ ଏବଂ ଲୋକମାନେ ମରୁଡ଼ି ଘୋଷଣା କରିବାକୁ ଦାବି କରିବା ଆରମ୍ଭ କରି ଦେଇଛନ୍ତି । ମରୁଡ଼ିର ସର୍ବାଧିକ ପ୍ରଭାବ ଦକ୍ଷିଣ ବିହାରର ନାଳନ୍ଦା, ଗୟା, ଜାହାନାବାଦ, ରୋହତାସ ଏବଂ ଏହାର ଆଖପାଖ ଜିଲ୍ଲାରେ ଦେଖିବାକୁ ମିଳିଛି ।

03 August, 2022 11:10 AM IST By: Shuvanshu Kar

ବିହାର ଉପରେ ବାଦ କରିଛି ମରୁଡି(drought threat) । ପରିସ୍ଥିତି ହେଉଛି ଯେ କେବଳ ଦୁଇଟି ଜିଲ୍ଲା ବ୍ୟତୀତ ସମସ୍ତ ଜିଲ୍ଲାରେ ସ୍ବଭାବିକରୁ କମ ବର୍ଷା ହୋଇଛି । ଶ୍ରାବଣ ସରିବାକୁବସିଲାଣି, ଏଯାଏଁ କିନ୍ତୁ ନଦୀ, ନାଳ, କେନାଲ, ପାଇନ୍ ସବୁ ଶୁଖିଲା ପଡିଛି । ବର୍ଷା ଅଭାବରୁ କୃଷକ ଏବଂ ଲୋକମାନେ ମରୁଡ଼ି(drought) ଘୋଷଣା କରିବାକୁ ଦାବି କରିବା ଆରମ୍ଭ କରି ଦେଇଛନ୍ତି । ମରୁଡ଼ିର ସର୍ବାଧିକ ପ୍ରଭାବ ଦକ୍ଷିଣ ବିହାରର ନାଳନ୍ଦା, ଗୟା, ଜାହାନାବାଦ, ରୋହତାସ ଏବଂ ଏହାର ଆଖପାଖ ଜିଲ୍ଲାରେ ଦେଖିବାକୁ ମିଳିଛି ।

ଏଥର ମୌସୁମୀ ଋତୁରେ ବିହାରରେ ସ୍ବଳ୍ପ ବର୍ଷା ହେତୁ ରାଜ୍ୟରେ ମରୁଡ଼ି ସଙ୍କଟ ଘନେଇବାରେ ଲାଗିଛି । ଯଦି ଆଉ କିଛି ଦିନ ମଧ୍ୟ ରାଜ୍ୟରେ ଭଲ ବର୍ଷା ନହୁଏ ତେବେ ଧାନ ଚାଷ ନଷ୍ଟ ହୋଇଯିବ । ଚାଷୀମାନେ କୋଟି କୋଟି ଟଙ୍କାର କ୍ଷତି ସହିବେ । ଏଭଳି ପରିସ୍ଥିତିରେ ଅନ୍ନଦାତାଙ୍କ ଉପରେ ଆର୍ଥିକ ବୋଝ ବୃଦ୍ଧି ହେବାର ବିପଦ ରହିଛି ।

ବିହାରରେ 35 ଲକ୍ଷ 12 ହଜାର ହେକ୍ଟର ଜମିରେ ଧାନ ରୋପଣର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ଏଥିମଧ୍ୟରୁ କେବଳ 11 ଲକ୍ଷ 31 ହଜାର ହେକ୍ଟର ରୋପଣ କରାଯାଇପାରିଛି । ଏହା ହେଉଛି ମୋଟ ଲକ୍ଷ୍ୟର 68 ପ୍ରତିଶତ । ଅର୍ଥାତ୍ ଏପର୍ଯ୍ୟନ୍ତ କେବଳ 31.4% ରୋପଣ କରାଯାଇଛି ।

ରାଜ୍ୟରେ ହେକ୍ଟର ପିଛା 24.90 କ୍ବିଣ୍ଟାଲ ଧାନ ଉତ୍ପାଦନର ଲକ୍ଷ୍ୟ ରହିଛି । କୃଷି ବୈଜ୍ଞାନିକଙ୍କ ଅନୁଯାୟୀ, ଯଦି ବର୍ତ୍ତମାନର ମରୁଡ଼ି ସଙ୍କଟକୁ ଦେଖିବା ଏବଂ ହେକ୍ଟର ପିଛା କ୍ୱିଣ୍ଟାଲ ଧାନ ଉତ୍ପାଦନରେ 68 ପ୍ରତିଶତ ହ୍ରାସ ହୁଏ, ତେବେ ଏହା ହେକ୍ଟର ପିଛା 16.93 କ୍ବିଣ୍ଟାଲ ହେବ। ଅର୍ଥାତ୍ ହେକ୍ଟର ପିଛା ଉତ୍ପାଦନରେ 1693 କିଲୋଗ୍ରାମ ହ୍ରାସ ହେବ । ଯଦି ଏକ କିଲୋଗ୍ରାମ ଧାନର ବଜାର ମୂଲ୍ୟ 20 ଟଙ୍କା, ତେବେ ଚାଷୀ ହେକ୍ଟର ପିଛା 33,860 ଟଙ୍କା ପ୍ରତ୍ୟକ୍ଷ ଅର୍ଥନୈତିକ କ୍ଷତି ସହିପାରନ୍ତି ।

ସାଂପ୍ରତିକ ମରୁଡ଼ି ସଙ୍କଟ ଯୋଗୁଁ ସୀମାନ୍ତ ଏବଂ କ୍ଷୁଦ୍ର ଚାଷୀମାନେ ଅଧିକ କ୍ଷତିଗ୍ରସ୍ତ ହେବେ । ରାଜ୍ୟରେ ସର୍ବାଧିକ 44.40 ଲକ୍ଷ ସୀମାନ୍ତ ଚାଷୀ ରହିଛନ୍ତି, ଯେଉଁମାନଙ୍କ ପାଖରେ 1 ହେକ୍ଟରରୁ କମ୍ ଜମି ଅଛି ।

ଅନୁପଯୋଗୀ ଜମି ରେ ଚାଷ !

ଖରିଫ ଚାଷୀ ସାବଧାନ ! 31 ଜୁଲାଇସୁଦ୍ଧା କରନ୍ତୁ ଫସଲ ବୀମା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)