1. କୃଷି ଖବର

ଓଡ଼ିଶାର କୃଷି ପର୍ବ: ପବିତ୍ର ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା ହେଉଛି ଆମ ରାଜ୍ୟ ଓଡ଼ିଶାର ମହାନ୍ କୃଷିଭିତ୍ତକ ପର୍ବ l ଏହି ଦିନ ଚାଷ ପୁଅ ତାହାର ବିଲରେ ବିହନ ବୁଣିବା କାମ ଆରମ୍ଭ କରିଦିଏ l ବୈଶାଖ ଶୁକ୍ଳ ତୃତୀୟା ତିଥିରେ ଆମ ଚାଷୀ ଭାଇମାନେ ଏହି ପର୍ବକୁ ପାରମ୍ପରିକ ରୀତିରେ ପାଳନ କରିଥାନ୍ତି । କୃଷକର ଏହି ପ୍ରଥମ ବିହନ ବୁଣିବା କାମକୁ 'ଅକ୍ଷି ମୁଠି ଅନୁକୂଳ' ବୋଲି କୁହାଯାଏ l କାରଣ ବିଶ୍ୱାସ ଅଛି ଯେ, ଏହି ଦିନରେ ବୁଣାଯାଇଥିବା ବିହନ ଅକ୍ଷୟ ହୁଏ ଏବଂ କୃଷକ ପ୍ରତି ଅନୁକୂଳ ଅଟେ l ତେଣୁ ଏହି ପର୍ବର ନାମ ଅକ୍ଷୟ ତୃତୀୟା କୁହାଯାଏ ।

Sugyan Kumar Nayak
Sugyan Kumar Nayak
Farmer's Festival; Akshay Tritiya

Farmer's Festival; Akshay Tritiya

ଅକ୍ଷୟ ତୃତୀୟା ହେଉଛି ଆମ ରାଜ୍ୟ ଓଡ଼ିଶାର ମହାନ୍ କୃଷିଭିତ୍ତକ ପର୍ବ l ଏହି ଦିନ ଚାଷ ପୁଅ ତାହାର ବିଲରେ ବିହନ ବୁଣିବା କାମ ଆରମ୍ଭ କରିଦିଏ l ବୈଶାଖ  ଶୁକ୍ଳ ତୃତୀୟା ତିଥିରେ ଆମ ଚାଷୀ ଭାଇମାନେ ଏହି ପର୍ବକୁ ପାରମ୍ପରିକ ରୀତିରେ ପାଳନ କରିଥାନ୍ତି । କୃଷକର ଏହି ପ୍ରଥମ ବିହନ ବୁଣିବା କାମକୁ 'ଅକ୍ଷି ମୁଠି ଅନୁକୂଳ' ବୋଲି କୁହାଯାଏ l କାରଣ ବିଶ୍ୱାସ ଅଛି ଯେ, ଏହି ଦିନରେ ବୁଣାଯାଇଥିବା ବିହନ ଅକ୍ଷୟ ହୁଏ ଏବଂ କୃଷକ ପ୍ରତି ଅନୁକୂଳ ଅଟେ l ତେଣୁ ଏହି ପର୍ବର ନାମ ଅକ୍ଷୟ ତୃତୀୟା କୁହାଯାଏ ।

କିନ୍ତୁ ଏବେ ବଦଳିଯାଇଛି ସମୟ l ଆଉ ଗାଁ ଗଣ୍ଡାରେ ହଳ ଲଙ୍ଗଳ ଓ ବଳଦ ଦେଖିବା ସାତ ସପନ ହୋଇଗଲାଣି l ଏବେ ସବୁ କାମ ଚାଲିଛି କଳ ଲଙ୍ଗଳରେ l ତଥାପି ଆମର ଏଇ କୃଷି ପରମ୍ପରା ବଞ୍ଚି ରହିଛି l ଆମ ରାଜ୍ୟରେ ଆଗରୁ ଯେଭଳି ଚାଷୀଙ୍କ ଘରେ ଘରେ ବଡ଼ ବଡ଼ ହଳ ବଳଦ ଗାଁ ଦାଣ୍ଡରେ ବନ୍ଧା ହେବାର ଦେଖାଯାଉଥିଲା, ତାହା ଏବେ ଆଉ ଦେଖାଯାଉ ନାହିଁ । ବଳଦ ଗାଁରେ ଖୋଜିଲେ ଆଉ ମିଳୁନାହିଁ । ଗାଁଗୁଡିକରେ ଟ୍ରାକ୍ଟର ଦ୍ଵାରା ଚାଷକାର୍ଯ୍ୟକୁ ଚାଷୀ ଭାଇମାନେ ପ୍ରାୟ ଆଦରି ନେଉଛନ୍ତି । ବର୍ତ୍ତମାନ ବଳଦ ଦ୍ଵାରା ଗଭୀର ଚାଷ ପ୍ରଣାଳୀ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି । ଟ୍ରାକ୍ଟର ବା ପାୱାର ଟିଲରର ବହୁଳ ବ୍ୟବହାର ଯୋଗୁ ବଳଦଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି ବା ଆଉ ଦେଖିବାକୁ ମିଳୁନାହିଁ । ଛୋଟ ଛୋଟ ଜମି ଥବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ବଳଦ ନ ଥବା ଯୋଗୁ ଚାଷ କାର୍ଯ୍ୟରେ ଅସୁବିଧାର ସାମ୍ନା କରୁଛନ୍ତି l

ଖରିଫ ଋତୁରେ ଧାନ ବିହନ ପାଇଁ ଆବଶ୍ୟକ ହେଉଥବା ମାଟିର ଉଷ୍ମତା ବା ଉତ୍ତାପ ଏହି ଅକ୍ଷୟ ତୃତୀୟାଠାରୁ ହିଁ ମିଳିଥାଏ । କୃଷକ ଏହି ଖରାଟିଆ ଚାଷ କରିବା ଦ୍ଵାରା ମାଟି ଭିତରେ ଥିବା  ଅନିଷ୍ଟକାରୀ ପୋକ, ଗେଣ୍ଡା ଶାମୁକା ଓ ଘାସ ଲତାର ଚେର ମାଟି ଉପରକୁ ଉଠିଆସି ଟାଣ ଖରାରେ ମରିଯାଆନ୍ତି । ଫଳରେ ମାଟି ବିଶୋଧୂତ ହୁଏ ଏବଂ ଧାନର ଖରଡ଼ି ବୁଣା ପାଇଁ ଏହା ପ୍ରକୃଷ୍ଟ ସମୟ ଅଟେ । ପ୍ରାକ୍ ମୌସୁମୀ ବର୍ଷାରେ ଧାନ ବିହନରେ ଗଜା ସୃଷ୍ଟି ହୋଇ ଧାନ ଗଛରେ ପରିଣତ ହୁଏ । ଖରାଟିଆ ଚାଷ ଦ୍ଵାରା ମାଟିର ଉର୍ବରତା ବୃଦ୍ଧି ହେବା ଦ୍ଵାରା ଧାନ ଗଛର ବୃଦ୍ଧି ଘଟିଥାଏ ।

ଅପରପକ୍ଷରେ ଆମ ରାଜ୍ୟ ତଥା ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ବୃଦ୍ଧି ଲକ୍ଷ୍ୟ ନେଇ କୃଷି ଓ କୃଷକର ଗୁରୁତ୍ଵକୁ ଉପଲବ୍ଧି କରି ଏହି ଦିବସଟିକୁ କୃଷକ ଦିବସ ରୂପେ ପାଳନ କରାଯାଇ ଆସୁଅଛି । ସାଧାରଣତଃ ଖରିଫ ଋତୁ ଏହି ଅକ୍ଷୟ ତୃତୀୟା ଠାରୁ ହିଁ ଆରମ୍ଭ ହୋଇଥାଏ । କୃଷି ଓ କୃଷକର ଉନ୍ନତିରେ ରାଜ୍ୟ ତଥା ଦେଶର ପ୍ରଗତି ସମ୍ଭବ । ଉକ୍ତ ଦିବସର ଗୁରୁତ୍ଵକୁ ଉପଲବ୍ଧ କରି ସରକାର ଏହି ଦିବସଟିକୁ କୃଷକ ଦିବସ ଭାବରେ ପାଳନ କରୁଛନ୍ତି । ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଭୂମିପୂଜା, ଅକ୍ଷିମୁଠି ଅନୁକୂଳ, ସଭା ଓ କୃଷକଙ୍କୁ ସମ୍ବର୍ଦ୍ଧନା ଆଦି କାର୍ଯ୍ୟକ୍ରମ ଗ୍ରହଣ କରାଯାଉଅଛି । ରାଜ୍ୟର ଚାଷୀ ଭାଇଭଉଣୀମାନେ ପରିବର୍ତ୍ତିତ ଜଳବାୟୁକୁ ଆଖିରେ ରଖି ଦୃଢ ମନୋବଳ ନେଇ ଚାଷକାର୍ଯ୍ୟ ଅବ୍ୟାହତ ରଖପାରିଲେ ଏହି ଅକ୍ଷୟ ତୃତୀୟା ପାଳନର ପ୍ରକୃତ ଉଦ୍ଦେଶ୍ୟ ସାଧିତ ହେବା ସହିତ ଆମ ରାଜ୍ୟ ସର୍ବଭାରତୀୟ ସ୍ତରରେ ଏକ ଅଗ୍ରଣୀ ରାଜ୍ୟ ରୂପେ ପରିଗଣିତ ହୋଇପାରିବ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments