1. କୃଷି ଖବର

କୃଷକଙ୍କ ଆୟ ହେବ ଦ୍ୱିଗୁଣିତ: ଶ୍ରୀ ଶିବରାଜ ସିଂ ଚୌହାନ

କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ଏବଂ କୃଷକଙ୍କ କଲ୍ୟାଣ ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ

Tanushree Mahapatra
Tanushree Mahapatra
Farmers' income will double: Shri Shivraj Singh Chouhan

Farmers' income will double: Shri Shivraj Singh Chouhan

ଗତକାଲି ନବ ନିର୍ବାଚିତ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ଚୌହାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ନିଆଯାଇଥିବା ପ୍ରଥମ ନିଷ୍ପତ୍ତି କୃଷକଙ୍କ ହିତରେ ଅଛି l ଏଥିପାଇଁ ସେ ଖୁସି ଅଛନ୍ତି ।

ସେ କହିଛନ୍ତି ଯେ କୃଷକଙ୍କ ଆୟ ଦ୍ୱିଗୁଣିତ କରିବାକୁ ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ଏବଂ କୃଷକଙ୍କ କଲ୍ୟାଣ ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେବେ । ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଗତ ଦଶ ବର୍ଷ ମଧ୍ୟରେ କୃଷକଙ୍କ କଲ୍ୟାଣ ପାଇଁ ଏନଡିଏ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ଏହି ଲକ୍ଷ୍ୟ ହାସଲ ପାଇଁ ତାଙ୍କ ମନ୍ତ୍ରଣାଳୟ କାର୍ଯ୍ୟ ଜାରି ରଖିବ।

ଦାୟିତ୍ତ୍ୱ ଗ୍ରହଣ କରିବା ପରେ କେନ୍ଦ୍ର କୃଷି ମନ୍ତ୍ରୀ ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରି ପରିମଳ କର୍ମଚାରୀଙ୍କ ସମେତ ବିଭିନ୍ନ ସ୍ତରର କର୍ମଚାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ। ସେ ସେମାନଙ୍କୁ ଏକ ଦଳ ଭାବରେ କାର୍ଯ୍ୟ କରିବାକୁ ଏବଂ କୃଷକଙ୍କ କଲ୍ୟାଣ ପାଇଁ ସରକାରଙ୍କ ଦୂରଦୃଷ୍ଟି ହାସଲ କରିବାକୁ ପରସ୍ପର ସହ ସହଯୋଗ କରିବାକୁ ଉତ୍ସାହିତ କରିଥିଲେ । ସେ ମନ୍ତ୍ରଣାଳୟର କୃଷି ଇଣ୍ଟିଗ୍ରେଟେଡ୍ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ୍ ସେଣ୍ଟର ପରିଦର୍ଶନ କରି ଦେଶର କୃଷି ପରିସ୍ଥିତିର ସମୀକ୍ଷା ଏବଂ ମରୁଡ଼ି ପ୍ରସ୍ତୁତି ସୁବିଧା ଉପରେ ନଜର ରଖିଥିଲେ।

ପରେ ସେ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀଙ୍କ ସହ ଏକ ବୈଠକ କରି ମନ୍ତ୍ରଣାଳୟର କାର୍ଯ୍ୟରେ ସ୍ୱଚ୍ଛତା ଉପରେ ଗୁରୁତ୍ୱାରୋପ କରିଥିଲେ । କୃଷକଙ୍କ କଲ୍ୟାଣ ତଥା ଗ୍ରାମାଞ୍ଚଳର ବିକାଶ ପାଇଁ ସରକାରଙ୍କ ମନିଫେଷ୍ଟୋ ହସ୍ତାନ୍ତର କରିବାବେଳେ ସେ ଏହାର ସମାପ୍ତି ଦିଗରେ କାର୍ଯ୍ୟ କରିବାକୁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି । ଶ୍ରୀ ଚୌହାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା ଏବଂ ମନିଫେଷ୍ଟୋରେ ଧାର୍ଯ୍ୟ ଲକ୍ଷ୍ୟ ହାସଲ କରିବା ପାଇଁ ଅଧିକାରୀମାନଙ୍କୁ ରୋଡମ୍ୟାପରେ କାର୍ଯ୍ୟ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଯେ ଆନ୍ନଦାତାଙ୍କ ଜୀବନରେ ଉନ୍ନତି ଆଣିବା ମନ୍ତ୍ରଣାଳୟର ମିଶନ ହେବା ଉଚିତ।

ଅଧିକ ପଢ଼ନ୍ତୁ

FREE RATION: ଏବେ ପ୍ରତି ମାସରେ ସମ୍ପୂର୍ଣ୍ଣ ମାଗଣା

ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ମୂଲ୍ୟ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ