1. କୃଷି ଖବର

ଋଣ ପାଇଁ ଚାଷୀଙ୍କ ଆତ୍ମହତ୍ୟା

ସରକାରଙ୍କ ଦ୍ୱାରା କୃଷକମାନଙ୍କ ପାଇଁ ଅନେକ ଯୋଜନା କରାଯାଉଛି l କିନ୍ତୁ ତାହା କେତେ ଦୂର ଚାଷୀମାନଙ୍କ ପାଖରେ ପହଞ୍ଚି ପାରୁଛି ତାହାର ବାସ୍ତବତା ଏହି ଚାଷୀ ଆତ୍ମହତ୍ୟା ଘଟଣାରୁ ଜଣାପଡ଼ୁଛି l ବର୍ତ୍ତମାନ ସମୟରେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇପଡ଼ିଛନ୍ତି କୃଷକମାନେ l

Sugyan Kumar Nayak
Sugyan Kumar Nayak
Farmer

Farmer

ସରକାରଙ୍କ ଦ୍ୱାରା କୃଷକମାନଙ୍କ ପାଇଁ ଅନେକ ଯୋଜନା କରାଯାଉଛି l କିନ୍ତୁ ତାହା କେତେ ଦୂର ଚାଷୀମାନଙ୍କ ପାଖରେ ପହଞ୍ଚି ପାରୁଛି ତାହାର ବାସ୍ତବତା ଏହି ଚାଷୀ ଆତ୍ମହତ୍ୟା ଘଟଣାରୁ ଜଣାପଡ଼ୁଛି l ବର୍ତ୍ତମାନ ସମୟରେ ବିଭିନ୍ନ ସମସ୍ୟାରେ ଛନ୍ଦି ହୋଇପଡ଼ିଛନ୍ତି କୃଷକମାନେ l

କେତେକ କୌଣସି ଉପାୟ ନପାଇ ଆତ୍ମହତ୍ୟା କରିବାର ପଥ ବାଛିନେଉଛନ୍ତି l ଓଡ଼ିଶାରେ ମଧ୍ୟ ଏଭଳି ଅଭାବନୀୟ ଘଟଣା ଘଟି ଚାଲିଛି l ଋଣ ବୋଝ ସହି ନପାରି ଜୀବନ ହାରିଲେ ବୃଦ୍ଧ ଚାଷୀ। ବିଂଝାରପୁର ଥାନା ତଥା ବରୀ ବ୍ଲକ ଅନ୍ତର୍ଗତ ବୋଦୁଅ ପଞ୍ଚାୟତର କନ୍ତିଆ ଗ୍ରାମରେ ଘଟିଛି ଏହି ଦୁର୍ଭାଗ୍ୟଜନକ ଘଟଣା। ମୃତ ଚାଷୀ ଜଣକ ହେଉଛନ୍ତି କନ୍ତିଆ ଗ୍ରାମର ଯଦୁନାଥ ମଲ୍ଲିକ (୬୧)। ବିଲ ନିକଟରେ ଥିବା ଏକ ଗଛରେ ତାଙ୍କ ମୃତଦେହ ଝୁଲୁଥିବା ଆଜି ଗ୍ରାମବାସୀ ଦେଖିବାକୁ ପାଇଥିଲେ। ଖବର ପାଇ ବିଂଝାରପୁର ପୁଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ୩୫/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ମୁଖ୍ୟ ଡାକ୍ତରଖାନାକୁ ପଠାଇଛି। ଯଦୁନାଥ ଗତ ତିନିବର୍ଷ ହେଲା ଚାଷରେ କ୍ଷତି ସହୁଥିଲେ। ଚାଷ ବାବଦରେ ବିଭିନ୍ନ ଲୋକଙ୍କଠାରୁ ୩-୪ ଲକ୍ଷ ଟଙ୍କା ସେ ଧାରକରଜ କରିଥିଲେ।

ଏଥି ପାଇଁ ସବୁବେଳେ ସେ ଚାପରେ ରହୁଥିଲେ। ଆଜି ସକାଳେ ବିଲକୁ ଯାଇ ଚାଷର ଅବସ୍ଥା ଦେଖି ସେ ମାନସିକ ଭାରସାମ୍ୟ ହରାଇ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ପୁଅ ବିଂଝାରପୁର ଥାନାରେ ଜଣାଇଛନ୍ତି। ଏ ସଂପର୍କରେ ଆଇଆଇସି ଅମରେନ୍ଦ୍ର ଦାଶଙ୍କୁ ପଚାରିବାରୁ ତଦନ୍ତ ଚାଲିଛି, ଆତ୍ମହତ୍ୟାର କାରଣ ଏବେ ଜଣାପଡ଼ି ନାହିଁ ବୋଲି କହିଛନ୍ତି।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ