News

ଚାଷୀ ବି ହୋଇପାରିବେ ସାମ୍ବାଦିକ, କୃଷି ଜାଗରଣର ଅନନ୍ୟ ପଦକ୍ଷେପ

କୃଷି ଜାଗରଣର Farmer The Journalist(FTJ) ପଦକ୍ଷେପ ଜରିଆରେ ବର୍ତ୍ତମାନ ପ୍ରତ୍ୟେକ ଗାଁର ଚାଷୀ ସାମ୍ବାଦିକ ହୋଇପାରିବେ ।

16 July, 2022 12:51 PM IST By: Shuvanshu Kar

କୃଷି ଜାଗରଣର Farmer The Journalist(FTJ) ପଦକ୍ଷେପ ଜରିଆରେ ବର୍ତ୍ତମାନ ପ୍ରତ୍ୟେକ ଗାଁର ଚାଷୀ ସାମ୍ବାଦିକ ହୋଇପାରିବେ । କେବଳ ସେତିକି ନୁହେଁ, ଚାଷୀମାନେ ନିଜ ପାଇଁ ସ୍ବର ଉତ୍ତୋଳନ ମଧ୍ୟ କରିପାରିବେ । ଗତ ବର୍ଷ ତୁଳନାରେ ବର୍ତ୍ତମାନ ସାମ୍ବାଦିକମାନେ ସାଧାରଣତଃ କୃଷି ସମ୍ବନ୍ଧିତ ଖବରକୁ ଗଣମାଧ୍ୟମରେ ସ୍ଥାନ ଦେଉଛନ୍ତି ।

ଚାଷୀ ବିଷୟରେ ସାମ୍ବାଦିକମାନଙ୍କର ସର୍ବନିମ୍ନ ଅଭିଜ୍ଞତା ରହିଥାଏ । ଏହି କାରଣରୁ ଚାଷୀଙ୍କ ପ୍ରକୃତ ସମସ୍ୟା ସରକାରଙ୍କ ନିକଟରେ ପହଞ୍ଚିପାରେ ନାହିଁ । ଏହି ସମସ୍ତ ପରିସ୍ଥିତିକୁ ଦୃଷ୍ଟିରେ ରଖି କୃଷି ସାମ୍ବାଦିକତାର ଏକ ଦୀର୍ଘକାଳୀନ ଗଭୀର ବିଶେଷଜ୍ଞତା ରଖୁଥିବା କୃଷି ଜାଗରଣର ମୁଖ୍ୟ ସମ୍ପାଦକ ଏମ ସି ଡୋମିନିକ Farmer The Journalist(FTJ) ପଦକ୍ଷେପ ଆରମ୍ଭ କରିଛନ୍ତି ।

ଏହି ପଦକ୍ଷେପ ମାଧ୍ୟମରେ କୃଷି ଜାଗରଣ ପ୍ରତିଭାବାନ କୃଷକମାନଙ୍କୁ ସାମ୍ବାଦିକ ହେବା ପାଇଁ ମାଗଣା ତାଲିମ ପ୍ରଦାନ କରିବ । ଯୁବପିଢିଙ୍କୁ ଏଥିରେ ଯୋଡିବାକୁ ପ୍ରୟାସ କରାଯାଇଛି । ମୋବାଇଲ ଓ ଇଣ୍ଟରନେଟର ବ୍ୟବହାର କରି ସେମାନେ ନିଜ ସ୍ବରକୁ ସମସ୍ତଙ୍କ ପାଖରେ ପହଞ୍ଚାଇପାରିବେ ।

କୃଷକମାନେ ସେମାନଙ୍କର ତାଲିମପ୍ରାପ୍ତ କୌଶଳ ବ୍ୟବହାର କରି ସରକାରୀ ସଂସ୍ଥା ତଥା ଦେଶର ପ୍ରତ୍ୟେକ କୋଣରେ ଜ୍ଞାନ ଏବଂ ଚିନ୍ତାଧାରା ବିସ୍ତାର କରିବାକୁ FTJ ପ୍ରୟାସରେ ସାମ୍ବାଦିକ ହେବେ । କୃଷକମାନଙ୍କ ମଧ୍ୟରେ କୃଷି ସଚେତନତାର ଏହି କାର୍ଯ୍ୟକ୍ରମ ସଫଳ ହୋଇଛି । ଏଥିରେ ଭାରତର ବିଭିନ୍ନ ସ୍ଥାନରୁ କୃଷକମାନେ ଭାଗ ନେଇଥିଲେ ।

ନବସୃଜନର ରାସ୍ତା କମ୍ପାନୀର ବୃଦ୍ଧିରେ ସହାୟକ: IIL MD ରାଜେଶ ଅଗ୍ରଓ୍ବାଲ

ମହିଳା ଚାଷୀ ଗଠନ କରିଛନ୍ତି FPO, ମିଳିୁଛି ପ୍ରଚୁର ଲାଭ

ଆପଣଙ୍କୁ କହିରଖୁଛୁ ଯେ ଜୁଲାଇ 15ରେ କୃଷି ଜାଗରଣ ପକ୍ଷରୁ ଏକ ଭର୍ଚୁଆଲ ଅଧିବେଶନ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା କୃଷକମାନଙ୍କର ଦୃଷ୍ଟିକୋଣ ପ୍ରଦର୍ଶନ କରି କୃଷି କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଆହ୍ୱାନଗୁଡିକ ଉପରେ ଆଲୋଚନା କରିବା । ଏହି ଅନଲାଇନ୍ କାର୍ଯ୍ୟକ୍ରମରେ ଭାରତର 100 ରୁ ଅଧିକ କୃଷକ ଅଂଶଗ୍ରହଣ କରିଥିଲେ ।

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)