1. କୃଷି ଖବର

ମହିଳା ଚାଷୀ ଗଠନ କରିଛନ୍ତି FPO, ମିଳିୁଛି ପ୍ରଚୁର ଲାଭ

କୃଷିରେ ମହିଳାଙ୍କ ଯୋଗଦାନ ଆର୍ଥିକ ରୂପେ ସେମାନଙ୍କୁ ସମୃଦ୍ଧ କରୁଛି । ଝାଡଖଣ୍ଡର ରାମଗଡ ଜିଲ୍ଲାରେ ମହିଳାମାନେ ଚାଷ କ୍ଷେତ୍ରରେ ମାଇଲଖୁଣ୍ଟ ସାଜିଛନ୍ତି ।

Shuvanshu Kar
Shuvanshu Kar
FPO created by a woman farmer

FPO created by a woman farmer

କୃଷି କ୍ଷେତ୍ରରେ ଆଗରେ ଅଛନ୍ତି ଝାଡଖଣ୍ଡର ମହିଳା ଚାଷୀ । ଏବେ ମହିଳାମାନେ କେବଳ ଚାଷ ଜମି ପର୍ଯ୍ୟନ୍ତ ସୀମିତ ହୋଇରହି ନାହାନ୍ତି, ବରଂ ନିଜର ମରିଶ୍ରମ ଓ ବୁଦ୍ଧି ବଳରେ ଏଫପିଓ ଗଠନ କରୁଛନ୍ତି । ଏହାସହିତ ନିଜ ଗାଁରେ ମହିଳାମାନେ କୃଷି କ୍ଷେତ୍ରକୁ ଆଗକୁ ବଢାଉଛନ୍ତି ।

କୃଷିରେ ମହିଳାଙ୍କ ଯୋଗଦାନ ଆର୍ଥିକ ରୂପେ ସେମାନଙ୍କୁ ସମୃଦ୍ଧ କରୁଛି । ଝାଡଖଣ୍ଡର ରାମଗଡ ଜିଲ୍ଲାରେ ମହିଳାମାନେ ଚାଷ କ୍ଷେତ୍ରରେ ମାଇଲଖୁଣ୍ଟ ସାଜିଛନ୍ତି । ଏମାନେ କେବଳ ନିଜକୁ ସଶକ୍ତ କରିନାହାଁନ୍ତି ବରଂ ଗାଁର ସମସ୍ତଙ୍କୁ ନେଇ ଆଗୁକୁ ବଢୁଛନ୍ତି । ମହିଳାମାନେ ଏଫପିଓ ଗଠନ କରି ଉତ୍ତମ ଭାବରେ ପନିପରିବା ବ୍ୟବସାୟ କରୁଛନ୍ତି ।

ଚାଷ ପାଇଁ ମହିଳାମାନେ ଆଧୁନିକ ଟେକ୍ନୋଲୋଜୀର ବ୍ୟବହାର ମଧ୍ୟ କରୁଛନ୍ତି । ଧାନ ବିହନ ବୁଣିବାଠୁ ନେଇ ଅମଳ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ମହିଳାମାନେ ହିଁ କରୁଛନ୍ତି । ଶ୍ରୀବିଧି ଜରିଆରେ ଚାଷ କରି ଏମାନେ ଭଲ ଫସଲ ଅମଳ କରୁଥିବା ଜଣାପଡିଛି ।

ପ୍ରଥମେ ଗାଁର ଚାଷୀ ସମସ୍ତ ପ୍ରକାରର ଚାଷ କରୁଥିଲେ । ହେଲେ ଏହାର ସଠିକ ପରିଚାଳନା ହୋଇପାରୁନଥିଲା । ଏହି କାରଣରୁ ଲାଭ ହୋଇପରୁନଥିଲା । ପରେ ଗାଁର ମହିଳା ଚାଷୀ ପ୍ରଶିକ୍ଷଣ ନେଇଥିଲେ ।

କୃଷି ନିଶା ଦେଲା ନୂଆ ପରିଚୟ, ବାସୁମତି ଧାନ ଫଳାଇ ସ୍ବାବଲମ୍ବୀ ହେଲେ ଓଡିଆ ମହିଳା ଚାଷୀ

କୃଷି କ୍ଷେତ୍ରରେ ମହିଳାଙ୍କ କମାଲ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments