1. ସଫଳ କାହାଣୀ

କୃଷି ନିଶା ଦେଲା ନୂଆ ପରିଚୟ, ବାସୁମତି ଧାନ ଫଳାଇ ସ୍ବାବଲମ୍ବୀ ହେଲେ ଓଡିଆ ମହିଳା ଚାଷୀ

ନୂଆଦିଲ୍ଲୀରେ ଥିବା ପ୍ଲାଣ୍ଟ କିସମ ରେଜିଷ୍ଟ୍ରି ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଅ ଗାଁର ବାସିନ୍ଦା କାଦମ୍ବିନି ବେହେରାଙ୍କ ନାମରେ 'ଲାଲ ବସନା ଧାନ'ର ଏକ ନୂଆ କିସମ ଧାନ ପଞ୍ଜିକରଣ କରିଛି । ଉଭୟ ଖରିଫ ଏବଂ ରବି ଋତୁରେ ଏହି କିସମର ଧାନ ଚାଷ କରାଯାଇପାରିବ ବୋଲି ଏହି ସଫଳ ମହିଳା ଚାଷୀ କରିଛନ୍ତି ।

Sudesna Nayak
Sudesna Nayak
Woman farmer from Odisha's Jagatsinghpur secures rights over fragrant paddy variety

Woman farmer from Odisha's Jagatsinghpur secures rights over fragrant paddy variety

ନୂଆ ବାସୁମତି ଧାନ କିସମ ଚାଷ ଦେଇଛି ଓଡିଆ ମହିଳା ଚାଷୀଙ୍କୁ ନୂଆ ପରିଚୟ । ଦୁଇ ଦଶନ୍ଧି ପୂର୍ବରୁ ଜଗତସିଂହପୁରର କାଦମ୍ବିନୀ ବେହେରା କୌତୁହଳରୁ ପ୍ରଥମ ଥର ପାଇଁ ଧାନ କୃଷି କ୍ଷେତ୍ରରେ ପାଦ ଦେଇଥିଲେ । ଆଜି ସେ ଜିଲ୍ଲାର ଏକମାତ୍ର ମହିଳା ଚାଷୀ ଯିଏକି ତାଙ୍କ ନାମରେ କରିଛନ୍ତି ଏକ ଉଚ୍ଚ ଅମଳକ୍ଷମ ବାସୁମତି ଚାଉଳ(fragrant paddy)କିସମ ।

ନୂଆଦିଲ୍ଲୀରେ ଥିବା ପ୍ଲାଣ୍ଟ କିସମ ରେଜିଷ୍ଟ୍ରି ରଘୁନାଥପୁର ବ୍ଲକ ଅନ୍ତର୍ଗତ ରେଢୁଅ ଗାଁର ବାସିନ୍ଦା କାଦମ୍ବିନି ବେହେରାଙ୍କ ନାମରେ 'ଲାଲ ବସନା ଧାନ'ର ଏକ ନୂଆ କିସମ ଧାନ ପଞ୍ଜିକରଣ କରିଛି । ଉଭୟ ଖରିଫ ଏବଂ ରବି ଋତୁରେ ଏହି କିସମର ଧାନ ଚାଷ କରାଯାଇପାରିବ ବୋଲି ଏହି ସଫଳ ମହିଳା ଚାଷୀ କରିଛନ୍ତି ।

ଉଦ୍ୟାନ କୃଷି ପିଲାବେଳୁ ଏକ ସୋଉକ ରହିଥିବା କହିଛନ୍ତି କାଦମ୍ବିନି | 1997 ରେ ସ୍ନାତକ ଡିଗ୍ରୀ ସମାପ୍ତ କରିବା ପରେ ସେ ବିବାହ କରିଥିଲେସୁଦ୍ଧା ନିଜର ଉଦ୍ୟାନ କୃଷି ନିଶା ଛାଡିନଥିଲେ । ରଘୁନାଥପୁର ଏକ ଧାନଚାଷ ବହୁଳ ଅଞ୍ଚଳ ହୋଇଥିବାରୁ ତାଙ୍କର ଧ୍ୟାନ ବାସୁମତି ଧାନ କିସମକୁ ଆକର୍ଷିତ ହୋଇଥିଲା ।

ଏହିପରି କିସମ ବୃଦ୍ଧି ପାଇଁ ଆଗ୍ରହ ଦେଖାଇ କାଦମ୍ବିନି 2002ରେ ରେଢୁଅର ଏକ ଅଗ୍ରଣୀ କୃଷକ ସଂଗଠନରେ ଯୋଗ ଦେଇଥିଲେ । ଏହି କୃଷକ ସଂଗଠନର ସଦସ୍ୟମାନେ ଉଚ୍ଚମାନର ଧାନ ବିହନ ଉତ୍ପାଦନ କରୁଛନ୍ତି ଏବଂ ବେହେରା ଜଣେ ସକ୍ରିୟ ସଦସ୍ୟ ଭାବରେ କାର୍ଯ୍ୟ କରୁଛନ୍ତି ।

କୃଷି ସଂଗଠନଙ୍କ ମାର୍ଗଦର୍ଶନରେ କାଦମ୍ବିନି ଗତ 15 ବର୍ଷ ଧରି ନିଜ ଜମିରେ ଦୁଇ ପ୍ରକାରର ବାସୁମତି ଧାନ - କେଟାକିଜୁହା(Ketakijuha)ଏବଂ କୁଦ୍ରତ -3(Kudrat-3)ଚାଷ କରିଆସୁଛନ୍ତି । କେଟାକିଜୁହା ହେଉଛି NRRI ପକ୍ଷରୁ ସ୍ବୀକୃତିପ୍ରାପ୍ତ ହୋଇଥିବା ଏକ ପ୍ରକାର ଏବଂ କୁଦ୍ରତ -3 ହେଉଛି ଏକ ସ୍ୱଦେଶୀ କିସମ ।

ସୁନୁସୁନିଆ ଶାଗ ଚାଷ କଲା ଲକ୍ଷପତି,ଜାଣନ୍ତୁ କେମିତି କରିବେ...

ସମନ୍ବିତ କୃଷିର ସଫଳ କୃଷକ: ଦେବରାଜ ପଟିଦାର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments