News

Farmer Scheme: ମିଳିବ ୨୫୦୦୦ ଟଙ୍କା !

ଏହି ଯୋଜନା ଅଧୀନରେ ଚାଷୀଙ୍କୁ ମୋଟ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ସହୟତା ପ୍ରଦାନ କରାଯାଉଛି

13 June, 2024 11:32 AM IST By: Tanushree Mahapatra

ଦେଶ ଅର୍ଥନୀତିରେ ଚାଷୀ ଅବଦାନ ଏକ ବଡ଼ ଭୂମିକା । ଏଣୁ ସରକାର ଚାଷୀଙ୍କ ସ୍ବାର୍ଥକୁ ଅଗ୍ରାଧିକାର ଦେଇ ଆସୁଛନ୍ତି ସର୍ବଦା । ଏହି କ୍ରମରେ ଚାଷୀଙ୍କ ପାଇଁ ଅନେକ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି ଦେଶରେ  । ଏହି ଯୋଜନାରେ ଚାଷୀଙ୍କୁ ଅନେକ ଲାଭ ମଧ୍ୟ ମିଳୁଛି ଯାହା ତାଙ୍କୁ ଚାଷ କ୍ଷେତ୍ରରେ ଆର୍ଥିକ ସହାୟତା ପ୍ରଦାନ କରୁଛି । କେନ୍ଦ୍ରୀୟ ଯୋଜନାଗୁଡ଼ିକ ମାଧ୍ୟମରେ ଚାଷୀଙ୍କୁ ସରକାର ଋଣ ମଧ୍ୟ ପ୍ରଦାନ କରୁଛନ୍ତି । ଚାଷୀ ଏ ସମସ୍ତ ଯୋଜନା ସମ୍ପର୍କରେ ଜାଣିବା ସହ ପଞ୍ଜିକୃତ ହେବା ନିହାତି ଜରୁରୀ ।

ଏହି ଯୋଜନା ଅଧୀନରେ ଚାଷୀଙ୍କୁ ମୋଟ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ସହୟତା ପ୍ରଦାନ କରାଯାଉଛି । ଏହି ଯୋଜନାରେ ଅଧୀନରେ ହିତାଧିକାରୀ ହୋଇଥିଲେ ଚାଷୀଙ୍କୁ ଫସଲ କ୍ଷତି ପାଇଁ ଆଉ ଡରିବା ଆବଶ୍ୟକ ନାହିଁ । କାରଣ ଏହି ଫସଲ କ୍ଷତି ଭରଣା ଏବେ ସରକାର ପ୍ରଦାନ କରିବେ । ଅନେକ ସମୟରେ ଅଧିକ ବର୍ଷା କିମ୍ବା ପାଣିପାଗ ଖରାପ ଯୋଗୁଁ ଚାଷୀଙ୍କୁ ଅନେକ କ୍ଷତି ସହିବାକୁ ପଡ଼ୁଛି । କିନ୍ତୁ ଏଥିପାଇଁ ଚାଷୀଙ୍କୁ ଚିନ୍ତା କରିବା ଆବଶ୍ୟକତା ନାହିଁ । ଏହି ଯୋଜନା ପାଇଁ ଜଣେ ଚାଷୀ ଅନ୍‌ଲାଇନ୍‌ ମାଧ୍ୟମରେ ଆବେଦନ କରି ପାରିବେ । ଏହି ଯୋଜନା ଅନ୍ତର୍ଗତ ଚାଷୀଙ୍କ ଫସଲ ମଧ୍ୟ ୩୩ ପ୍ରତିଶତ ନଷ୍ଟ ହୋଇଥିଲେ ସୁଦ୍ଧା ସେମାନଙ୍କୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ ।

ଅନ୍ୟପଟେ ୬୦ ପ୍ରତିଶତରୁ ଅଧିକ ଫସଲ କ୍ଷତି ହେଲେ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳିବ । ଯୋଜନା ପାଇଁ କୌଣସି ସମୟ ସୀମା ରଖାଯାଇ ନାହିଁ ସରକାରୀ ସ୍ତରରେ । ହିତାଧିକାରୀ ଯେତେବେଳେ ଚାହିଁବେ ସେତେବେଳେ ଏହି ଯୋଜନାରେ ନିଜକୁ ପଞ୍ଜିକୃତ କରି ପାରିବେ । ତେବେ ଗୁଜୁରାଟରେ ମୁଖ୍ୟମନ୍ତ୍ରୀ କିସାନ ସହାୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି ଯାହାଦ୍ୱାରା ଚାଷୀ ଲାଭବାନ ହେଉଛନ୍ତି ।

ଫଳରେ ଏହି ଯୋଜନାର ଲାଭ ଲକ୍ଷଲକ୍ଷ ଚାଷୀ ପାଇବାକୁ ଯାଉଛନ୍ତି । କିନ୍ତୁ କେବଳ ଫସଲ କ୍ଷତି ହେଲେ ଏହି ଯୋଜନାରେ ଲାଭ ମିଳି ପାରିବ ଚାଷୀଙ୍କୁ । ଏଥିପାଇଁ ଜଣେ ଅନ୍‌ଲାଇନ୍‌ରେ ମଧ୍ୟ ଆବେଦନ ପ୍ରକ୍ରିୟା କରିପାରିବ । ଏହି ଯୋଜନା ଲାଭ ଉଠାଇବାକୁ ହେଲେ ଚାଷୀ ଜଣକ ଗୁଜୁରାଟର ମୂଳ ବାସିନ୍ଦା ହୋଇଥିବା ଜରୁରୀ । ଏହାଦ୍ୱାରା ଚାଷୀଙ୍କୁ କିଛିଟା ଆଶ୍ବସ୍ତି ମଧ୍ୟ ମିଳି ପାରିବ ।

ଅଧିକ ପଢ଼ନ୍ତୁ

ବଢିଲା ରାସନ କାର୍ଡ ଆଧାର ଲିଙ୍କ ସମୟସୀମା

ଶରୀରରେ ଥାଇରଏଡ୍ ବଢ଼ୁଚି କି ? ତେବେ ପିଅନ୍ତୁ ଏହି ଡ୍ରିଙ୍କ !

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)