1. କୃଷି ଖବର

ନୂତନ ଶସ୍ୟ ବୀମା ଯୋଜନାରେ ଲାଭବାନ ହେବେ ଚାଷୀ

ଅଭିବୃଦ୍ଧି ଓ ବିକାଶ ନିମନ୍ତେ କେନ୍ଦ୍ର ସରକାର କୃଷି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । କୃଷି ଓ କୃଷକଙ୍କ ବିକାଶ ପାଇଁ ସରକାର ୨୦୧୬ ଜାନୁଆରୀ ୧୩ରେ ନୂଆ ଶସ୍ୟ ବୀମା ଯୋଜନାର ଘୋଷଣା କରିଥିଲେ ।

KJ Staff
KJ Staff

ଅଭିବୃଦ୍ଧି ଓ ବିକାଶ ନିମନ୍ତେ କେନ୍ଦ୍ର ସରକାର କୃଷି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । କୃଷି ଓ କୃଷକଙ୍କ ବିକାଶ ପାଇଁ ସରକାର ୨୦୧୬ ଜାନୁଆରୀ ୧୩ରେ ନୂଆ ଶସ୍ୟ ବୀମା ଯୋଜନାର ଘୋଷଣା କରିଥିଲେ । ଦେଶରେ ଖାଦ୍ୟ ନିରାପତ୍ତା, କୃଷି ଅଭିବୃଦ୍ଧି ଏବଂ କୃଷି କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି ପାଇଁ ସରକାର ଓ ନୀତି ନିର୍ଦ୍ଧାରକଙ୍କ ସକାଶେ ଅନେକ ଆହ୍ୱାନ ରହିଆସିଛି । ଏଥିପାଇଁ କୃଷକଙ୍କ କଲ୍ୟାଣ, ଫାର୍ମ କ୍ଷେତ୍ରରେ ନିୟୋଜିତ କୃଷକଙ୍କ ବିକାଶ, ଫାର୍ମପରିଚାଳନା, ମରୁଡି ଓ ବନ୍ୟାର ପ୍ରତିକାର, ବିପର୍ଯ୍ୟୟ ପରିଚାଳନା, ପ୍ରଭାବିତ ଲୋକଙ୍କୁ ମୁଖ୍ୟସ୍ରୋତକୁ ଆଣିବା ଆଦି ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି ।  ଏହାକୁ ଦୃଷ୍ଟିରେ ରଖି ସରକାର ଉଭୟ ସ୍ୱଳ୍ପକାଳୀନ ଓ ଦୀର୍ଘକାଳୀନ ଯୋଜନାମାନ କାର୍ଯ୍ୟକାରୀ କରିଛନ୍ତି ।

ବିଭିନ୍ନ ଆବଶ୍ୟକତାଗୁଡ଼ିକୁ ପୂରଣ କରିବା ପାଇଁ ଏହି ନୂତନ ଶସ୍ୟ ବୀମା ଯୋଜନା ସଫଳ ହୋଇପାରିବ । କୃଷକଙ୍କ ପ୍ରିମିୟମ-ମୌସୁମୀ ଅଭାବ କାରଣରୁ ଲଗାତର ଦୁଇ ବର୍ଷ ଧରି ଦେଶ ମରୁଡ଼ି ସମସ୍ୟାର ସମ୍ମୁଖୀନ ହୋଇଥିବାବେଳେ ସରକାରଙ୍କ ଏହି ବୀମା ଯୋଜନା କୃଷକଙ୍କ ପାଇଁ ଆଶାର କିରଣ ହୋଇପାରିଛି। ନୂଆ ବୀମା ଯୋଜନା ସକାଶେ ସରକାରଙ୍କୁ ବାର୍ଷିକ ପ୍ରାୟ ୯ ହଜାର କୋଟି ଟଙ୍କାର ବୋଝ ମୁଣ୍ଡାଇବାକୁ ପଡ଼ିବ । ଏହି ଯୋଜନାରେ କୃଷକଙ୍କ ପ୍ରିମିୟମ ପରିମାଣ ରହିଛି ଶସ୍ୟ ଓ ତୈଳବୀଜ ପାଇଁ ୨ ପ୍ରତିଶତ ଏବଂ ଉଦ୍ୟାନକୃଷି ଓ କପା ପାଇଁ ୫ ପ୍ରତିଶତ । ଚଳିତ ବର୍ଷ ଖରିଫ ଋତୁରେ ବହୁପ୍ରତୀକ୍ଷିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କାର୍ଯ୍ୟକାରୀ ହେବ । ଏହାକୁ କ୍ୟାବିନେଟ ବୈଠକରେ ମଞ୍ଜୁରୀ ଦିଆଯାଇଛି । ଘରୋଇ ବୀମା କମ୍ପାନି-ଏହି ନୂଆ ଯୋଜନା ବିଭିନ୍ନ ଘରୋଇ ବୀମା କମ୍ପାନି ଦ୍ୱାରା କାର୍ଯ୍ୟକାରୀ ହେବ ଏବଂ କୃଷକ ସମ୍ପ୍ରଦାୟ ଓ ବିଶେଷଜ୍ଞଙ୍କ ଦ୍ୱାରା ଆଧାରିତ ନୀତି ଅନୁସାରେ ଏହି ଯୋଜନା ପରିଚାଳିତ ହେବ । ରବି ଫସଲ ପାଇଁ କୃଷକଙ୍କ ପ୍ରିମିୟମ ଅଂଶକୁ ୧.୫ ପ୍ରତିଶତ ରଖାଯାଇଛି । ଅର୍ଥକାରୀ ଫସଲ ସକାଶେ ଏହି ପରିମାଣକୁ ୫ ପ୍ରତିଶତ ରଖାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ରହିଆସିଥିବା ଜାତୀୟ କୃଷି ବୀମା ଯୋଜନା ବଦଳରେ ଏହି ନୂଆ ଯୋଜନା କାର୍ଯ୍ୟକାରୀ କରାଯିବ । ଏହି ନୂଆ ବୀମା ଯୋଜନା ଯୋଗୁ ବୀମା ପ୍ରିମିୟମ କ୍ଷେତ୍ରରେ କୃଷକଙ୍କ ସକାଶେ ୭୫ ରୁ ୮୦ ପ୍ରତିଶତ ସବସିଡି ଯୋଗାଇଦିଆଯିବ ।

କୃଷକଙ୍କ ସମସ୍ୟାର ସମାଧାନ-ଏହାଛଡ଼ା ବିଭିନ୍ନ ବିପର୍ଯ୍ୟୟଜନିତ ସହାୟତା ପଦକ୍ଷେପ ସ୍ୱରୂପ ସରକାର ବାର୍ଷିକ ୫୦୦୦ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଏହା ଯୋଗୁ ଦେଶର କୃଷକମାନେ ଉପକୃତ ହେବେ । ପୂର୍ବରୁ ଥିବା ବିଭିନ୍ନ ବୀମାଯୋଜନା ତୁଳନାରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା କୃଷକଙ୍କୁ ଅଧିକ ଉପକୃତ କରାଇବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଥିଲେ ଯେ, ଏହି ବୀମା ଯୋଜନା ଭାରତର କୃଷକମାନଙ୍କ ଜୀବନର ମାନ ରୂପାନ୍ତରଣ କରିବାରେ ସକ୍ଷମ ହେବ । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଜରିଆରେ କୃଷକଙ୍କ ସମସ୍ୟାର ସମାଧାନ ହୋଇପାରିବ ଏବଂ ସବୁଠାରୁ କମ ପି୍ରମିୟମ ଯୋଗୁ ଏହାକୁ ଦେବାରେ କୃଷକମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ । ଏଥିରେ ମୋବାଇଲ ପ୍ରଯୁକ୍ତି, କ୍ଷତିର ତୁରନ୍ତ ଆକଳନ ଓ କ୍ଷତିପୂରଣ ପ୍ରଦାନ ପ୍ରକ୍ରିୟାକୁ ମଧ୍ୟ ସରଳ କରାଯାଇଛି  । ସାମାଜିକ ଆବଶ୍ୟକତା-ବିଶେଷଜ୍ଞମାନେ ମତ ଦିଅନ୍ତି ଭାରତରେ ପ୍ରଦାନ କରାଯାଉଥିବା ଶସ୍ୟଜନିତ ପ୍ରିମିୟମ ଆନ୍ତର୍ଜାତିକ ସ୍ତରରେ ନିର୍ଦ୍ଧାରିତ ମାନର ନୁହେଁ। ଆମେରିକାରେ ୧୨୦ ନିୟୁତ ହେକ୍ଟର ଚାଷଜମିକୁ ବୀମାଭୁକ୍ତ କରାଯାଇଛି ଏବଂ ୭୦ ପ୍ରତିଶତ ସବସିଡି ପ୍ରଦାନ କରାଯାଉଛି। ଚୀନରେ ୭୫ ନିୟୁତ ହେକ୍ଟର ଜମିକୁ ବୀମାଭୁକ୍ତ କରାଯାଇଥିବାବେଳେ ୮୦ ପ୍ରତିଶତ ସବସିଡି ପ୍ରଦାନ କରାଯାଉଛି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବିଭିନ୍ନ ଦିଗକୁ ବହୁଳ ପ୍ରତିଫଳିତ କରୁଛି ଏବଂ ସାମାଜିକ ଆବଶ୍ୟକତାଗୁଡ଼ିକୁ ପୂରଣ କରୁଛି । ଦୀର୍ଘକାଳୀନ ଭିତିରେ ଏହା କୃଷକଙ୍କ ପାଇଁ କଲ୍ୟାଣକାରୀ ସାଧିତ ହେବ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments