News

ବିନା ମାଟିରେ ବଢୁଛି ଗଛ,ଫୁଟୁଛି ଫୁଲ; ହେବେ ଲାଭବାନ

ବିନା ମାଟିରେ ବଢୁଛି ଗଛ, ଫୁଟୁଛି ଜାତିଜାତିକା ଫୁଲ । ରଜନୀଗନ୍ଧା, ଗେଣ୍ଡୁ, ଜାରବେରା ଓ ପିଟୁନିଆ ଏଭଳି ସୁନ୍ଦର ସୁନ୍ଦର ଫୁଲ ଗଛରେ ଫୁଟିଛି । ଏଭଳି ମନୋରମ ଦୃଶ୍ୟ କୌଣସି ବଗିଚାରେ ଦେଖିବାକୁ ମିଳିନାହିଁ ।

20 May, 2022 12:38 PM IST By: Sudesna Nayak

ବିନା ମାଟିରେ ବଢୁଛି ଗଛ, ଫୁଟୁଛି ଜାତିଜାତିକା ଫୁଲ । ରଜନୀଗନ୍ଧା, ଗେଣ୍ଡୁ, ଜାରବେରା ଓ ପିଟୁନିଆ ଏଭଳି ସୁନ୍ଦର ସୁନ୍ଦର ଫୁଲ ଗଛରେ ଫୁଟିଛି । ଏଭଳି ମନୋରମ ଦୃଶ୍ୟ କୌଣସି ବଗିଚାରେ ଦେଖିବାକୁ ମିଳିନାହିଁ ।

ସୂଚନା ଅନୁଯାୟୀ, ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସବୁଜ ଘର ଭିତରର ଏହି ଦୃଶ୍ୟ ଦେଖିବାକୁ ମିଳିଛି । କଥାଟା ଶୁଣିକି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । Hydroponics ଉପାୟରେ ଏଭଳି କିଛି କରି ଦେଖାଇଛନ୍ତି କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର । ବିନା ମାଟିରେ (Farming without soil)ଲାଗିଛି ଏସବୁ ଗଛ । କେବଳ ପାଣିରେ ବଞ୍ଚିଛି ।

ସହକାରୀ ପ୍ରଫେସରଙ୍କ କହିବା ଅନୁସାରେ, ଓଡିଶା ସରକାରଙ୍କ ବିଜ୍ଞାନ ଓ ବୈଷୟିକ ବିଭାଗ ପକ୍ଷରୁ ମିଳିଥିବା Hydroponics ପ୍ରକଳ୍ପର ଏହା ଅଂଶ ବିଶେଷ । ମାଟି (soil)ରୁ ପାଉଥିବା ସମସ୍ତ ପୃଷ୍ଟିସାର କୃତିମ ଭାବରେ ପାଣି ମାଧ୍ୟମରେ ପହଞ୍ଚା ଯିବା ଫଳରେ ଏହି ଗଛ ଗୁଡ଼ିକ ବଞ୍ଚି ପାରିଛି ।

ବିନା ମାଟିରେ (Farming without soil)ଗଛ ବଞ୍ଚିବା ନୂଆ ନ ହେଲେ ମଧ୍ୟ ଓଡ଼ିଶାରେ ଏହା ହେବା ଖୁବ୍ ଗର୍ବର ବିଷୟ । ଖାଲି ଫୁଲ କାହିଁକି ପନିପରିବା ଠାରୁ ଆରମ୍ଭ କରି ଫଳମୂଳ ପର୍ଯ୍ୟନ୍ତ Hydroponics ଉପାୟରେ ଚାଷ (Farming)ବି କରିହେବ । ସାଧାରଣ ଚାଷ ଠାରୁ ଏହା ଅଧିକ ବ୍ୟୟ ବହୁଳ ହୋଇଥିଲେ ମଧ୍ୟ ଅଧିକ ଉତ୍ପାଦନ ପାଇ ଚାଷୀ (FARMERS) ଲାଭବାନ ହୋଇପାରିବେ ବୋଲି ଅଧ୍ୟୟନରତ ଛାତ୍ରଛାତ୍ରୀ କହିଛନ୍ତି ।

ପ୍ରକାଶ ଥାଉ ଯେ, ବିଦେଶ ତଥା ବିକଶିତ ଦେଶ ଗୁଡ଼ିକରେ ଏଭଳି କୃଷି ପ୍ରଣାଳୀକୁ ଚାଷୀମାନେ ବହୁଳ ଭାବେ ଆପଣାଇଛନ୍ତି । ରାଜ୍ୟରେ ଏଥିପ୍ରତି ଚାଷୀ (FARMERS)ଙ୍କୁ ଆତ୍କୃଷ୍ଟ କରିବା ଲାଗି ସରକାରୀ ପ୍ରୋତ୍ସାହନର ବ୍ୟବସ୍ଥା ବି ରହିଛି ।

ଏହି ବ୍ୟବସାୟ କଲେ କମ ଖର୍ଚ୍ଚରେ ଆୟ କରିବେ ଲକ୍ଷ ଲକ୍ଷ ଟଙ୍କା

ବିନା ହଳରେ କମ ଖର୍ଚ୍ଚରେ ଅଧିକ ଅମଳ ଆଳୁ ଚାଷ, ଜାଣିଛନ୍ତି କି ?

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)