Krishi Jagran odia
Menu Close Menu

ମହିଳା କିଷାନ୍ ସଶକ୍ତିକରଣ ଯୋଜନା: ମହିଳାମାନେ ହେବେ ଉପକୃତ

Monday, 11 October 2021 02:28 PM , by: KJ Staff

ଭାରତର ଏକ ପଛୁଆ ଏବଂ ଗରିବ ଅଞ୍ଚଳ ଅଟେ । ୫୦ ଭାଗରୁ ଅଧିକ କୃଷି ଉପରେ ନିର୍ଭରଶୀଳ କରନ୍ତି । ଚାରା ଲଗାଇବା ଠାରୁ ଆରମ୍ଭ କରି ବିହନ ସଂରକ୍ଷଣ ପର୍ଯ୍ୟନ୍ତ ସେମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥାନ୍ତି,  କିନ୍ତୁ ଜମି ଉପରେ ମାଲିକାନାସ୍ୱତ୍ତ୍ୱ ନଥିବା କାରଣରୁ ସରକାରୀ ଯୋଜନାରେ ପ୍ରଦାନ କରାଯାଉଥିବା ତାଲିମ୍, ସହାୟତା ତଥା କୃଷି ଋଣରୁ ସେମାନେ ବଞ୍ଚିତ ହୋଇଥାନ୍ତି । ଉତ୍ପାଦିତ ସାମଗ୍ରୀର ବିକ୍ରିବଟା କରିବା ଓ ରୋଜଗାର ଉପରେ ସେମାନଙ୍କର ନିୟନ୍ତ୍ରଣ ନଥାଏ । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ‘ଜାତୀୟ ଗ୍ରାମୀଣ ଜୀବିକା ମିଶନ’ଙ୍କର ‘ମହିଳା କିଷାନ୍ ସଶକ୍ତିକରଣ ପରିଯୋଜନା ମହିଳା କିଷାନ୍ ସ୍ଥିତି ତଥା ଜୀବନ ଜୀବିକାର ମାନଦଣ୍ଡରେ ଉନ୍ନତି ଆଣିବା ଦିଗରେ ଏକ ସୁଯୋଗ ସୃଷ୍ଟି କରିଛି ।

ଏହି ପ୍ରକଳ୍ପ ଜିଲ୍ଲାର ଗୁଣୁପୁର ଓ ମୁନିଗୁଡ଼ା ବ୍ଲକରେ କାର୍ଯ୍ୟକାରୀ କରାଯିବ । ଏହାଦ୍ୱାରା ପ୍ରକଳ୍ପ ଅଞ୍ଚଳରେ ୨୨୦୦ ମହିଳା କିଷାନ୍ ସିଧାସଳଖ ଭାବେ ଉପକୃତ ହେବା ସହିତ ଅଞ୍ଚଳର ଅନ୍ୟାନ୍ୟ ମହିଳା କିଷାନ୍ ପରୋକ୍ଷ ଭାବେ ସଚେତନ ଓ ପ୍ରଭାବିତ ହେବେ । କାର୍ଯ୍ୟକ୍ରମର ପରିଚାଳନା ଓ ସଫଳ ରୂପାୟନ ପାଇଁ ପଞ୍ଚାୟତ ପ୍ରତିନିଧି ଓ ସରକାରୀ ବିଭାଗ ସହ ସମନ୍ୱୟ ରକ୍ଷା କରାଯିବ । ଏହି କାର୍ଯ୍ୟକ୍ରମରେ ‘ମାଧ୍ୟମ ଫାଉଣ୍ଡେସନ୍’ ଅନୁଷ୍ଠାନ ଜରିଆରେ ଛଅ ଗୋଟି ସହଯୋଗୀ ସଂସ୍ଥା ପ୍ରକଳ୍ପର କାର୍ଯ୍ୟକରିବା ଲାଗି ଆର୍ଥିକ ଅନୁଦାନ ପାଇବେ । ମାଧ୍ୟମ ଫାଉଣ୍ଡେସନ୍ ଆଇନତଃ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟକାରୀ ସଂସ୍ଥା ଭାବେ କାର୍ଯ୍ୟ କରିବ । ଏହା ବ୍ୟତୀତ ହର୍ଷ ଟ୍ରଷ୍ଟ୍, ଆର୍ସିଡିସି, ଓପିଡିଏସ୍ସି, ପ୍ରଗତି ଓ ଚେତନା ଅର୍ଗାନିକ୍ ଅନୁଷ୍ଠାନ l ଏହି ପ୍ରକଳ୍ପକୁ ଦକ୍ଷିଣରେ ମୋଟ ୪ଗୋଟି ଜିଲ୍ଲାରେ ନିଜର ସ୍ୱଳ୍ପ ଜମି ସମ୍ବଳ ଥିବା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଜୀବନ ଜୀବିକାରେ ଉନ୍ନତି ଲାଗି କାର୍ଯ୍ୟକାରୀ କରାଯିବ । ମୁଖ୍ୟତଃ ଏହିମାନେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତିର ହୋଇଥିବେ । ପ୍ରକଳ୍ପର ବିବରଣୀ-ଦକ୍ଷିଣ କାର୍ଯ୍ୟକାରୀ କରାଯାଉଥିବା ଏହି ପ୍ରକଳ୍ପ ସେଠାକାର ଅନୁସୂଚିତ ଜନଜାତି ତଥା ଅନୁସୂଚିତ ଜାତିବର୍ଗଙ୍କ ଜୀବନଧାରଣର ଗୁଣବତ୍ତା ବୃଦ୍ଧି ତଥା ସେମାନଙ୍କର ସାମୁହିକ ଦକ୍ଷତା ବୃଦ୍ଧି ଦିଗରେ ମୁଖ୍ୟତଃ କାର୍ଯ୍ୟ କରିବ । ତେବେ ଏହା ସହିତ ନିମ୍ନଲିଖିତ କାର୍ଯ୍ୟ କୌଶଳଗୁଡ଼ିକୁ ମଧ୍ୟ କାର୍ଯ୍ୟକାରୀ କରିବ । ପ୍ରକଳ୍ପ ଦ୍ୱାରା ନିର୍ଦ୍ଧାରିତ ଗରିବ ଲୋକମାନଙ୍କର ଜୀବନ ଧାରଣ ଗୁଣବତ୍ତାରେ ଉଲ୍ଲେଖନୀୟ ବୃଦ୍ଧି କରାଇବା । ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ପାଖରେ ସ୍ୱତନ୍ତ୍ର ଗୁଣ ଥାଏ । ତେବେ ଏହା ନିଜ ଭିତରେ ଲୁକାୟିତ ହୋଇ ରହିଯାଏ । ଏହି ପ୍ରକଳ୍ପ ଆଦିବାସୀ ତଥା ଅନୁସୂଚିତ ଜନଜାତିଙ୍କର ଜୀବନ ଜୀବିକାର ଉନ୍ନତିରେ ଏହି ସ୍ୱତନ୍ତ୍ର ଗୁଣ ବା ଅଭିଜ୍ଞତାଗୁଡ଼ିକୁ ବ୍ୟବହାର କରିବ । ଏହାଦ୍ୱାରା ଗୋଟିଏ ଗୋଷ୍ଠୀ ଓ ଅନ୍ୟଗୋଷ୍ଠୀ ଭିତରେ ପାରସ୍ପରିକ ଜ୍ଞାନକୌଶଳର ବିନିମୟ ହୋଇପାରିବ । ସମ୍ବଳର ଆବଣ୍ଟନ କରାଯିବା ଏହି ପ୍ରକଳ୍ପର ଅନ୍ୟ ଏକ ପ୍ରମୁଖ ଲକ୍ଷ୍ୟ ଅଟେ । ଅନେକ ଅଞ୍ଚଳର କେତେକ ବ୍ୟକ୍ତି ବିଶେଷ ବା ଗୋଷ୍ଠୀ ଅଛନ୍ତି, ଯାହାଙ୍କର ସଫଳ କାର୍ଯ୍ୟଶୈଳୀ ନିକଟସ୍ଥ ଅଞ୍ଚଳଠାରୁ ସମ୍ପୂର୍ଣ୍ଣ ଭାବେ ଅଲଗା ଧରଣର ଅଟେ । ଏହି ପ୍ରକଳ୍ପ ସହାୟତାରେ ସଫଳ କାର୍ଯ୍ୟଶୈଳୀଗୁଡ଼ିକୁ ବିସ୍ତାର କରାଯିବା, ଏହାର ଗୁଣବତ୍ତା ବୃଦ୍ଧି କରାଯିବା ଏବଂ ଏଥିରୁ ଶିଖି ଅନ୍ୟକୁ ଶିଖାଇବା ଭଳି କାର୍ଯ୍ୟ କରାଯିବ । ପ୍ରକଳ୍ପର କାର୍ଯ୍ୟଶୈଳୀରେ ସାଧୁତା, ସ୍ୱଚ୍ଛତା ତଥା ଉତ୍ତରଦାୟିତ୍ୱତା ପ୍ରତି ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯିବ ।

English Summary: Female Farmer empowerment policy: Women will get benefit Female Farmer empowerment Women will get benefit

CopyRight - 2021 Krishi Jagran Media Group. All Rights Reserved.