News

ଦେଶରେ 10,000 ନୂତନ FPO ଗଠନ ପାଇଁ କାର୍ଯ୍ୟ କରାଯାଉଛି : କୃଷିମନ୍ତ୍ରୀ

ଆଜି ଗୁରୁବାର 23 ତାରିଖ ଦିନ 11th Agrochemicals Conference 2022 ଦିଲ୍ଲୀର ତାଜ ହୋଟେଲରେ ଆୟୋଜିତ ହେଉଅଛି । ଯାହାର ଥିମ ହେଉଛି “Policy Landscape for a Flourishing Agrochemicals Industry” ।

23 June, 2022 4:58 PM IST By: Sudesna Nayak

ଆଜି ଗୁରୁବାର 23 ତାରିଖ ଦିନ 11th Agrochemicals Conference 2022 ଦିଲ୍ଲୀର ତାଜ ହୋଟେଲରେ ଆୟୋଜିତ ହେଉଅଛି । ଯାହାର ଥିମ ହେଉଛି “Policy Landscape for a Flourishing Agrochemicals Industry” । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ସମେତ Mr R. G. Agarwal, Dr Sowmya Mitra, Shri Vijay Sampla ଯୋଗ ଦେଇଛନ୍ତି ।

ସୂଚନା ଅନୁଯାୟୀ, 11th Agrochemicals Conference 2022 ଜରିଆରେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର (Narendra Singh Tomar) ଦେଶରେ 10,000 ନୂତନ FPO ଗଠନ ପାଇଁ କାର୍ଯ୍ୟ କରାଯାଉଛି ।

ସରକାର ଚାଷୀ ହିତରେ କରିଥିବା ନିୟମ ତଥା ଚାଷୀ ଓ ବୈଜ୍ଞାନିକଙ୍କ ପରିଶ୍ରମର ପରିଣାମ ଆଜି କୃଷି ଉତ୍ପାଦନକୁ ପ୍ରତିକୂଳ ପରିସ୍ଥିତିରେ ଅନ୍ୟ ଦେଶକୁ ପହଞ୍ଚାଉଛି ଭାରତ । ଅଧିଂକାଶ କୃଷି ଉତ୍ପାଦର ଉତ୍ପାଦନ ଦୃଷ୍ଟିରୁ ଆଜି ବିଶ୍ବରରେ ପ୍ରଥମ କିମ୍ବା ଦ୍ବିତୀୟ ସ୍ଥାନରେ ଅଛି ଭାରତ । ସେହିପରି ଦେଶରୁ ସାଢେ 4 ଲକ୍ଷ କୋଟି କୃଷି ଉତ୍ପାଦର ରପ୍ତାନି ହୋଇଛି ।

ଆଜି କୃଷିରେ ଟେକ୍ନୋଲୋଜୀର ଅଧିକ ପ୍ରୟୋଗ କରିବା, ଚାଷୀଙ୍କୁ ମହଙ୍ଗା ଫସଲ ଆଡକୁ ଆକୃଷ୍ଠ କରିବା, ଚାଷ ଖର୍ଚ୍ଚ କମ କରିବା, ମୃତ୍ତିକା ସ୍ବାସ୍ଥ୍ୟ, ଚାଷୀଙ୍କୁ ସେମାନଙ୍କ ଫସଲ ର ଉପଯ଼ୁକ୍ତ ମୂଲ୍ୟ ମିଳିବାର ଆବଶ୍ୟକତା ରହିଛି । ଏହି ସମ୍ପର୍କରେ ଭାରତ ସରକାର ରାଜ୍ୟ ସରକାରଙ୍କ ସହିତ ମିଶି କାମ କରୁଛନ୍ତି । ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ମଧ୍ୟ ଦୃତ ଗତିରେ କାମ କରୁଛି । ଏହାସହିତ କୃଷିରେ ସମସ୍ତ ସଂସ୍ଥା ଉତ୍ତମ କାର୍ଯ୍ୟ କରୁଥିବା କହିଛନ୍ତି ତୋମାର ।

ପ୍ରକାଶ ଥାଉ ଯେ, ନିକଟରେ, କୃଷି କ୍ଷେତ୍ରରେ ଅବାଦନ ନେଇ ଓଡିଶାକୁ ପ୍ରଶଂସା କରିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଗତ ଦୁଇବର୍ଷ ହେବ କୋଭିଡ ଭଳି ସଙ୍କଟ ସ୍ଥିତି ଜାରି ରହିଛି । ଏଭଳି ସ୍ଥିତିରେ ସବୁ କ୍ଷେତ୍ର ଉପରେ ପ୍ରଭାବ ପଡିଥିବାବେଳେ କୃଷି କ୍ଷେତ୍ରରେ ଅଭିବୃଦ୍ଧି ହୋଇଛି । ଆଉ ଏହି ଅଭିବୃଦ୍ଧିରେ ଓଡିଶାର ବିଶେଷ ଅବଦାନ ରହିଥିବା କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ତୋମାର (Narendra Singh Tomar) ।

ବଢୁଛି ଚାଷୀଙ୍କ ଆୟ: କୃଷିମନ୍ତ୍ରୀ

ଓଡିଶାକୁ କେନ୍ଦ୍ର କୃଷିମନ୍ତ୍ରୀଙ୍କ ପ୍ରଶଂସା

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)