News

ଲୋକସଭାରେ ବଜେଟ୍‌ ଉଦ୍‌ବୋଧନ ଆରମ୍ଭ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ବେଳେ ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରି ଉଦ୍‌ବୋଧନ ଆରମ୍ଭ କରିଛନ୍ତି । ସଂସଦରେ ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସରକାରଙ୍କ ସଫଳତାକୁ ସଂସଦରେ ରଖୁଛନ୍ତି ଅର୍ଥମନ୍ତ୍ରୀ । କୋଭିଡ ମହାମାରୀ ଯୋଗୁଁ ଅର୍ଥନିତୀ ପ୍ରଭାବିତ ହୋଇଛି ।

01 February, 2023 12:06 PM IST By: Tanushree Mahapatra

ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟା ବେଳେ ଆଜି ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରି ଉଦ୍‌ବୋଧନ ଆରମ୍ଭ କରିଛନ୍ତି । ସଂସଦରେ ବଜେଟ ଉପସ୍ଥାପନା କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ  । ସରକାରଙ୍କ ସଫଳତାକୁ ସଂସଦରେ ରଖୁଛନ୍ତି ଅର୍ଥମନ୍ତ୍ରୀ  । କୋଭିଡ ମହାମାରୀ ଯୋଗୁଁ ଅର୍ଥନିତୀ ପ୍ରଭାବିତ ହୋଇଛି  । ପ୍ରଧାନମନ୍ତ୍ରୀ ଗରିଣ କଲ୍ୟାଣ ଅର୍ଥ ଯୋଜନାରକୋ ଲୋକଙ୍କ ମାଗଣା ଖାଦ୍ୟ ଦିଆଯାଇଛି  । କୋଭି଼ଡ ମହାମାରୀଙ୍କ ପ୍ରତିହତ କରିବା ପାଇଁ ୧୨୦ ଲୋକଙ୍କୁ ୨୨୦ କୋଟି ଡୋଜ ଦିଆଯାଇଥିବା କହିଲେ ଅର୍ଥ୍ନମନ୍ତ୍ରୀ ନିର୍ମଳା ସୀତାରମଣ  ।

୨୦୨୩-୨୪ କେନ୍ଦ୍ର ବଜେଟ୍‌ ଉପସ୍ଥାପନ ପୂର୍ବରୁ ଅର୍ଥମନ୍ତ୍ରୀ ( budget 2023 ) ନିର୍ମଳା ସୀତାରମଣ ପ୍ରଥମେ ଅର୍ଥମନ୍ତ୍ରାଳୟରେ ପହଞ୍ଚିଥିଲେ । ଏହାପରେ ସେ ବଜେଟ୍‌ ଉପସ୍ଥାପନ ଅର୍ଥମନ୍ତ୍ରାଳୟ ସମ୍ମୁଖରେ ଫଟୋ ଉଠାଇବା ପାଇଁ ଅର୍ଥମନ୍ତ୍ରୀ ଲାଲ୍‌ ରଙ୍ଗର ‘ବହିଖାତା’ ଧରି ଅର୍ଥ ରାଷ୍ଟ୍ରମନ୍ତ୍ରୀ ଭାଗବତ କ୍ରିଷ୍ଣାରାଓ ଏବଂ ଅର୍ଥମନ୍ତ୍ରାଳୟର ଅନ୍ୟାନ୍ୟ ଅଧିକାରୀମାନଙ୍କ ସହିତ ଠିଆ ହୋଇଥିଲେ ।

୨୦୨୩-୨୪ ବଜେଟ୍‌ ଅଭିଭାଷଣ ପ୍ରଦାନ ପୂର୍ବରୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଭାଗବତ କିଷନ୍‌ରାଓ କରାଡ଼, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ଏବଂ ଅର୍ଥମନ୍ତ୍ରାଳୟର ପଦସ୍ଥ ଅଧିକାରୀମାନେ ରାଷ୍ଟ୍ରପତି ଭବନକୁ ଯାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଫେରିବା ପରେ ସଂସଦରେ କ୍ୟାବିନେଟ୍‌ ବୈଠକ ବସିଥିଲା।

ଦେଶରେ ୯.୬ କୋଟି ଏଲପିଜି ଗ୍ୟାସ ସଂଯୋଗ କରାଯାଇଛି  । ସାରାଦେଶରେ ପ୍ରୋ- ଆକ୍ଟିଭ ଭାବେ ଟିକାକରଣ ଚାଲିଛି  ।କୋଭିଡ ଯୋଗୁଁ ସମଗ୍ର ବିଶ୍ୱରେ ମାନ୍ଦାବସ୍ଥା ଦେଖାଯାଇଛି  । କିନ୍ତୁ ଭାରତ ସଠିକ ସ୍ଥାନରେ ରହିଛି  । କୋଭଡ ପରେ ଅର୍ଥନିତୀକୁ ଆଗକୁ ନେବାକୁ ହେଉଛି  । ସରକାର ସବକା ସାଥ୍ ସବକା ବିକାଶରେ କାର୍ଯ୍ୟ କରୁଛନ୍ତି  । ଦେଶରେ ମୁଣ୍ଡପିଛା ଆୟ ଦ୍ୱିଗୁଣିତ ହୋଇଛି  । ବର୍ତ୍ତମାନ ଦ୍ୱିଗୁଣିତ ହୋଇ 1 . 97 ଲକ୍ଷରେ ପହଁଚିଛି  ।

ଆକାଂକ୍ଷୀ ଜିଲ୍ଲା ଭଳି ୫୦୦ ବ୍ଲକ ହେବ ଆକାଂକ୍ଷୀ ବ୍ଲକ  । ପ୍ରଧାନମନ୍ତ୍ରୀ ଅବଲୁପ୍ତପ୍ରାୟ ଜନଜାତି ଉନ୍ନୟନ ମିଶନ ଆରମ୍ଭ ହେବ  । ମିଶନ ପାଇଁ ୩ ବର୍ଷରେ ଖର୍ଚ୍ଚ ହେବ ୧୫ ହଜାର କୋଟି ଟଙ୍କା  । ଏକଲବ୍ୟ ସ୍କୁଲ ପାଇଁ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ  । ସେହିଭଳି୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ ସ୍ଥାପନ ହେବ  । ଶିକ୍ଷକମାନଙ୍କୁ ଗୁଣାତ୍ମକ ଶିକ୍ଷା ନେଇ ଟ୍ରେନିଂ ଦିଆଯିବ  । ଶିଶୁ ଓ କିଶୋରମାନଙ୍କ ପାଇଁ ନ୍ୟାସନାଲ ଡିଜିଟାଲ ଲାଇବ୍ରେରୀ ହେବ  ।

ସେହିଭଳି ଶ୍ରୀଅନ୍ନ ଉତ୍ପାଦନ କ୍ଷେତ୍ରରେ ଭାରତ ନଂ୧, ରପ୍ତାନୀରେ ୨ ନମ୍ବରରେ ରହିଛି  । ମତ୍ସ୍ୟଚାଷକୁ ଅଧିକ ପ୍ରୋତ୍ସାହନ ପାଇଁ ୬ ହଜାର କୋଟି ବ୍ୟବସ୍ଥା କରାଯାଇଛି  । ୧୫୭ ମେଡିକାଲ କଲେଜରେ ୧୫୭ ନର୍ସିଂ କଲେଜ ସ୍ଥାପନ ହେବ  । ବଜେଟରେ ରେଳ ପାଇଁ ୨.୪୦ ଲକ୍ଷ କୋଟି ଟଙ୍କା ଘୋଷଣା  । ଅଭିବୃଦ୍ଧି ହାର ୭ ପ୍ରତିଶତ ଆକଳନ କରାଯାଇଛି  । ପିଲାଙ୍କ ପାଠ ପାଢାରେ ଉତ୍ସାହ ସୃଷ୍ଟି କରାଯିବ  । ୪୭ କୋଟି ଜନଧନ ଆକାଉଣ୍ଟ ଖୋଲାଯାଇଛି  । ମିଲେଟକୁ ପ୍ରୋତ୍ସାହନ ପାଇଁ ଶ୍ରୀଅନ୍ନ ଯୋଜନା କରାଯାଇଛି  । ୧୫୭ ମେଡିକାଲ କଲେଜରେ ୧୫୭ ନର୍ସି କଲେଜ ଖୋଲିବ  ।

ସେହିପରି ଅର୍ବାନ ଇନଫ୍ରା ଫଣ୍ଡ ପାଇଁ ୧୦ ହଜାର କୋଟିର ବ୍ୟବସ୍ଥା  । ଏକଲବ୍ୟ ସ୍କୁଲ ପାଇଁ ଖର୍ଚ୍ଚ ହେବ ୩୮, ୮୦୦ ନୂଆ ଶିକ୍ଷକଙ୍କୁ ନିଯୁକ୍ତି  । ମତ୍ସ୍ୟଜୀବୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ  । ୨୦ ଲକ୍ଷ କୋଟିର କୃଷି ଋଣ ଫଣ୍ଡ  । PMAYରେ ୬୬ ପ୍ରତିଶତ ବୃଦ୍ଧି  । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଖର୍ଚ୍ଚ ୭୯ ହଜାର କୋଟି  । ଏକ କୋଟି କୃଷକଙ୍କୁ ନାଚୁରାଲ ଫାର୍ମିଙ୍ଗ ସୁବିଧା ଦିଆଯିବ  । ଲଦାଖରେ ଅକ୍ଷୟଶକ୍ତି  ପାଇଁ ୨୦୭୦୦ କୋଟି  । ଗୋବର୍ଦ୍ଧନ ସ୍କିମ ପାଇଁ ୧୦ ହଜାର କୋଟି ଖର୍ଚ୍ଚ  ।

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି

Pension scheme: ପେନସନଭୋଗୀଙ୍କ ପାଇଁ ବଡ଼ ଝଟକା, ଜାନୁଆରୀରୁ ହ୍ରାସ ପାଇବ ପେନସନ ରାଶି

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)