1. କୃଷି ଖବର

ବଢିଲା PMAY-U ଅବଧି, ନିର୍ମାଣ ହେବ ୧୨୨.୬୯ ଲକ୍ଷ ଘର

PMAY-U ଅଧୀନରେ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ମଞ୍ଜୁର ହୋଇଥିବା ୧୨୨.୬୯ ଲକ୍ଷ ଆବାସ ସମ୍ପୂର୍ଣ୍ଣ କରିବା ଲାଗି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

Shuvanshu Kar
Shuvanshu Kar
Financial assistance is being provided for the construction of 122.69 lakh sanctioned houses under PMAY-U

Financial assistance is being provided for the construction of 122.69 lakh sanctioned houses under PMAY-U

୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଜାରି ରହିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ Pradhan Mantri Awas Yojana-Urban (PMAY-U)। ସମସ୍ତଙ୍କ ପାଇଁ ଆବାସ ଅଭିଯାନ ସଂକ୍ରାନ୍ତରେ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ)ର ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକ(Cabinet Meeting)ରେ ଅନୁମୋଦନ କରାଯାଇଛି । ଏହି ଯୋଜନା ଅଧୀନରେ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ମଞ୍ଜୁର ହୋଇଥିବା ୧୨୨.୬୯ ଲକ୍ଷ ଆବାସ ସମ୍ପୂର୍ଣ୍ଣ କରିବା ଲାଗି ଆର୍ଥିକ ସହାୟତା ଯୋଗାଇ ଦିଆଯିବ ।

PMAY-U ଭାରତ ସରକାରଙ୍କ ଦ୍ବାରା କାର୍ଯ୍ୟକାରୀ ହେଉଥିବା ଏକ ପ୍ରମୁଖ କାର୍ଯ୍ୟକ୍ରମ ଯାହା ମାଧ୍ୟମରେ ଦେଶର ସହରାଞ୍ଚଳରେ ଥିବା ସବୁ ଯୋଗ୍ୟ ହିତାଧିକାରୀମାନଙ୍କୁ ସବୁ ଋତୁ ପାଇଁ ଅନୁକୂଳ ପକ୍କା ଘର ଯୋଗାଇ ଦିଆଯାଉଛି । ରାଜ୍ୟ, କେନ୍ଦ୍ର ଶାସିତ ପ୍ରଦେଶ, କେନ୍ଦ୍ରୀୟ ନୋଡାଲ ଏଜେନ୍ସି ମାଧ୍ୟମରେ ଏହି ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି । ଦେଶର ସବୁ ସହରାଞ୍ଚଳକୁ ଏହି ଯୋଜନାରେ ସାମିଲ କରାଯାଇଛି ।

ବିଜ୍ଞପିତ ଯୋଜନା/ବିକାଶ କ୍ଷେତ୍ର ସମେତ ୨୦୧୧ ଜନଗଣନା ଅନୁଯାୟୀ ସବୁ ବୈଧାନିକ ସହର ଏବଂ ଏହାପରେ ବିଜ୍ଞପିତ ହୋଇଥିବା ସବୁ ସହରରେ ଯୋଜନା କାର୍ଯ୍ୟକାରୀ ହେଉଛି । ଚାରିଟି ବର୍ଗରେ ଯୋଜନାକୁ କାର୍ଯ୍ୟକାରୀ କରାଯାଉଛି, ଯଥା : ହିତାଧିକାରୀ ପରିଚାଳିତ ନିର୍ମାଣ/ସମ୍ପ୍ରସାରଣ (ବିଏଲସି), ସହଭାଗିତା ଭିତ୍ତିରେ ଶସ୍ତା ଆବାସ (ଏଏଚପି), ସ୍ଥାନୀୟ ବସ୍ତି ପୁନଃବିକାଶ (ଆଇଏସଏସଆର) ଏବଂ ଋଣ ଭିତ୍ତିକ ସବସିଡି ଯୋଜନା (ସିଏଲଏସଏସ) । ଏହି ଯୋଜନା ପାଇଁ ଭାରତ ସରକାର ଆର୍ଥିକ ସହାୟତା ଯୋଗାଇ ଦେଉଥିବା ବେଳେ ରାଜ୍ୟ ସରକାର/କେନ୍ଦ୍ର ଶାସିତ ପ୍ରଦେଶ ପ୍ରଶାସନ ହିତାଧିକାରୀଙ୍କୁ ଚୟନ କରିବା ସହିତ ଯୋଜନାକୁ କାର୍ଯ୍ୟକାରୀ କରିଥାନ୍ତି ।

୨୦୦୪-୨୦୧୪ ଅବଧିରେ, ସହରାଞ୍ଚଳ ଆବାସ ଯୋଜନା ଅଧୀନରେ ମାତ୍ର ୮.୦୪ ଲକ୍ଷ ଆବାସ ସମ୍ପୂର୍ଣ୍ଣ ହୋଇଥିଲା। ମୋଦୀ ସରକାରଙ୍କ ଅମଳରେ, ସବୁ ଯୋଗ୍ୟ ସହରାଞ୍ଚଳ ବାସହୀନମାନଙ୍କୁ ଘର ଯୋଗାଣ ସମ୍ପୂର୍ଣ୍ଣ କରିବା ଉପରେ ଗୁରୁତ୍ବ ଦିଆଯାଇଥିଲା । ଏହାକୁ ଆଧାର କରି ପିଏମଏୱାଇ-ସହରାଞ୍ଚଳ ଯୋଜନାର ପରିକଳ୍ପନା କରାଯାଇଥିଲା । ୨୦୧୭ରେ, ମୂଳ ଆନୁମାନିକ ପ୍ରକଳ୍ପ ଚାହିଦା ଥିଲା ୧୦୦ ଲକ୍ଷ ଆବାସ ନିର୍ମାଣ । ଏବେ ସୁଦ୍ଧା ମୂଳ ଆନୁମାନିକ ପ୍ରକଳ୍ପ ଚାହିଦା ତୁଳନାରେ, ୧୦୨ ଲକ୍ଷ ଆବାସ ନିର୍ମାଣ ହୋଇସାରିଛି କିମ୍ବା ନିର୍ମାଣ ପର୍ଯ୍ୟାୟରେ ରହିଛି । ଏଥିମଧ୍ୟରୁ ୬୨ ଲକ୍ଷ ଆବାସ ନିର୍ମାଣ ସମ୍ପୂର୍ଣ୍ଣ ହୋଇସାରିଛି । ମଞ୍ଜୁର ହୋଇଥିବା ମୋଟ୍‌ ପ୍ରାୟ ୧୨୩ ଲକ୍ଷ ଆବାସ ମଧ୍ୟରୁ ୪୦ ଲକ୍ଷ ଆବାସ ନିର୍ମାଣ ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଠାରୁ ବିଳମ୍ବରେ ପ୍ରସ୍ତାବ ମିଳିଥିଲା (ଯୋଜନାର ଶେଷ ଦୁଇ ବର୍ଷ ମଧ୍ୟରେ) । ଏସବୁ ଆବାସ ସମ୍ପୂର୍ଣ୍ଣ କରିବା ଲାଗି ଆଉ ଦୁଇ ବର୍ଷ ସମୟର ଆବଶ୍ୟକତା ରହିଛି । ତେଣୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଅନୁରୋଧକୁ ଆଧାର କରି, ୩୧-୧୨-୨୦୨୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳକୁ କାର୍ଯ୍ୟକାରୀ କରିବା ଲାଗି କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି ।

ଏହି ଯୋଜନାରେ ୨୦୦୪-୨୦୧୪ ପର୍ଯ୍ୟନ୍ତ ମାତ୍ର ୨୦,୦୦୦ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ଯୋଗାଇ ଦିଆଯାଇଥିବା ବେଳେ ୨୦୧୫ ଠାରୁ ଏବେ ସୁଦ୍ଧା ୨.୦୩ ଲକ୍ଷ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା ପ୍ରଦାନ କରାଯାଇଛି । ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା, ୧,୧୮,୦୨୦.୪୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା/ସବସିଡି ଜାରି କରାଯାଇ ସାରିଛି । ଅବଶିଷ୍ଟ ୮୫,୪୦୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା/ସବସିଡି ୩୧ ଡିସେମ୍ବର ୨୦୨୪ ସୁଦ୍ଧା ଯୋଗାଇ ଦିଆଯିବ ।

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଅନୁରୋଧ କ୍ରମେ ଯୋଜନାକୁ ୩୧ ଡିସେମ୍ବର ୨୦୨୪ ପର୍ଯ୍ୟନ୍ତ ଜାରି ରଖାଯିବା ଫଳରେ ବିଏଲସି, ଏଏଚପି ଏବଂ ଆଇଏସଏସଆର ଶ୍ରେଣୀରେ ପୂର୍ବରୁ ମଞ୍ଜୁର ହୋଇଥିବା ଆବାସ ନିର୍ମାଣ ସମ୍ପୂର୍ଣ୍ଣ କରିବାରେ ସହାୟତା ମିଳିପାରିବ।

PMAY-Urban Mission: ୧୦୩୬ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତା

PM Gati Shakti:ଓଡିଶା ଓ ଝାଡଖଣ୍ଡରେ ନିର୍ମିତ ହେବ 4 ପ୍ରକଳ୍ପ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments