
first case of monkeypox detected in delhi in isolation
ଦିଲ୍ଲୀରେ ଚିହ୍ନଟ ହେଲା ପ୍ରଥମ ମଙ୍କିପକ୍ସ ମାମଲା । 34 ବର୍ଷ ବୟସର ଜଣେ ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେହି ବ୍ୟକ୍ତି ଜଣକୁ ଲୋକ ନାୟକ ହସ୍ପିଟାଲ (LNJP) ରେ ଆଇସୋଲେଟରେ ରଖାଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରବିବାର ଏହି ସୂଚନା ଦେଇଛନ୍ତି ।
ରୋଗୀର ନିକଟବର୍ତ୍ତୀ ଲୋକଙ୍କ ସହିତ ଯୋଗାଯୋଗ କରାଯାଇଛି,ଜାଣନ୍ତୁ...
ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ଯେ, "ରୋଗୀ ବର୍ତ୍ତମାନ ଲୋକ ନାୟକ ହସ୍ପିଟାଲରେ ଆଇସୋଲେସନରେ ଅଛନ୍ତି" ।
ଭାରତରେ ମଙ୍କିପକ୍ସର ମୋଟ 4ଟି ମାମଲା ଚିହ୍ନଟ,ଜାଣନ୍ତୁ...
ଦିଲ୍ଲୀରେ ପ୍ରଥମ ମାମଲା ଚିହ୍ନଟ ହେବା ପରେ ଭାରତରେ ମଙ୍କିପକ୍ସର ମୋଟ 4ଟି ମାମଲା ସାମ୍ନାକୁ ଆସିଛି । ସେଥିମଧ୍ୟରୁ 3ଟି କେରଳର ବୋଲି ଜଣାପଡିଛି । ଦ୍ରୁତ ଗତିରେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଶନିବାର ଦିନ ମଙ୍କିପକ୍ସକୁ ଏକ ବିଶ୍ବ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛି ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପୂର୍ବରୁ କହିଥିଲା ଯେ, Monkeypox ହେଉଛି ପଶୁଙ୍କ ଶରୀରରୁ ମଣିଷ ଶରୀରକୁ ସଂକ୍ରମିତ ହୋଇଥିବା ଏକ ଭୁତାଣୁ ଅଟେ ।
ପୂର୍ବରୁ କପହାଯାଇଥିଲା ଯେ, ବାହାରୁ ଆସୁଥିବା ଯାତ୍ରୀଙ୍କଠାରେ ଯଦି ଜ୍ୱର, ଫୁଲା, ମୁଣ୍ଡବିନ୍ଧା, ଶରୀର ଯନ୍ତ୍ରଣା, ମାଂସପେଶୀ ଯନ୍ତ୍ରଣା, ଗଳା ଯନ୍ତ୍ରଣା ଏବଂ ଖାଦ୍ୟ ଗିଳିବାରେ ଅସୁବିଧା ଭଳି ଲକ୍ଷଣ ରହିଛି, ତେବେ ବିମାନବନ୍ଦରରେ ହେଲପ୍ ଡେସ୍କ ସହିତ ଯୋଗାଯୋଗ କରିବା ଦରକାର ବୋଲି ପରାମର୍ଶ ଦିଆଯାଇଥିଲା ।
ପ୍ରକାଶ ଥାଉ ଯେ, କୋରୋନା (Coronavirus) ସାଙ୍ଗକୁ ଏବେ Monkeypox ଭୂତାଣୁ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି । ଭାରତରେ ଏହା ନିଜର କାୟା ମେଲାଇ ଚାଲିଛି । ଏଣୁ ଏହାକୁ ନେଇ ଚିନ୍ତା ବଢିଯାଇଛି ।
Share your comments