1. କୃଷି ଖବର

MFOI VVIF Kisan Bharat Yatra: ଝାନ୍ସୀରେ ଫ୍ଲାଗ ଅଫ କାର୍ଯ୍ୟକ୍ରମ ଅନୁଷ୍ଠିତ

MFOI VVIF Kisan Bharat Yatra: ଯାତ୍ରାର ତୃତୀୟ ସଂସ୍କରଣ ଆରମ୍ଭ ହେବ....

Tanushree Mahapatra
Tanushree Mahapatra
flag off ceremony of 'MFOI VVIF Kisan Bharat Yatra from jhansi

flag off ceremony of 'MFOI VVIF Kisan Bharat Yatra from jhansi

ନିକଟରେ କୃଷକମାନଙ୍କୁ ଗ୍ଲାମରାଇଜ୍ କରିବା ଏବଂ ଚାଷକୁ ନୂତନ ଯୁବପିଢ଼ିଙ୍କୁ ସେମାନଙ୍କର ପ୍ରଥମ ପସନ୍ଦ ବୃତ୍ତି ବାଛିବା ପାଇଁ ଉତ୍ସାହିତ କରିବା ଏବଂ କୃଷିକୁ ଆହୁରି ଉତ୍ସାହିତ କରିବା ପାଇଁ କୃଷି ଜାଗରଣ ଗଣ ମାଧ୍ୟମ ସଂସ୍ଥା ଦ୍ୱାରା MILLIONAIRE FARMERS OF INDIA AWARDS 2023ର ଆୟୋଜନ କରାଯାଇଥିଲା ଯାହାର ମୁଖ୍ୟ ପ୍ରାୟୋଜକ ରହିଛନ୍ତି ମହିନ୍ଦ୍ରା ଟ୍ରାକ୍ଟର୍ସ l ଏହା ୩ ଦିନ ଧରି ICARରେ ଆୟୋଜିତ ହୋଇଥିଲା l

ଦେଶର କୋଣ ଅନୁକୋଣରୁ ଏଥିରେ ଚାଷୀ ସାମିଲ ହୋଇଥିଲେ l ଜିଲ୍ଲା ସ୍ତରରୁ ଆରମ୍ଭ କରି ଜାତୀୟ ସ୍ତର ପର୍ଯ୍ୟନ୍ତ ପୁରସ୍କାର ପାଇଥିଲେ ଚାଷୀଭାଇମାନେ l ଚାଷରେ ଉନ୍ନତି ଏବଂ ଦକ୍ଷତା ପାଇଁ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା l ଏହି ପୁରସ୍କାର ମେଧ୍ୟରେ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କୁ ଦେଶର ଶ୍ରେଷ୍ଠ ଧନୀ ଚାଷୀ ଭାବେ ସମ୍ମାନିତ କରାଯାଇଥିଲା l ଛତିଶଗଡ଼ ବସ୍ତର ଜିଲ୍ଲାର ରାଜାରାମ ତ୍ରିପାଠୀ ଏବଂ କେରଳର ମହିଳା କୃଷକ ରତ୍ନମା ଗୁଣ୍ଡମନ୍ତାଙ୍କୁ ଏହି ଶ୍ରେଷ୍ଠ ପୁରସ୍କାର ପ୍ରଦାନ କରାଯାଇଥିଲା l

ଖାଲି ଏତିକି ନୁହେଁ ବ୍ରାଜିଲ ଏମବାସୀ ତରଫରୁ ଦୁଇ ଜଣଙ୍କୁ ୭ ଦିନିଆ ବ୍ରାଜିଲ ଟ୍ରିପ ପାଇଁ ମଧ୍ୟ ଟିକେଟ ପ୍ରଦାନ କରାଯାଇଥିଲା l ଏହି ପୁରସ୍କାର କାର୍ଯ୍ୟକ୍ରମର ଦ୍ଵିତୀୟ ସଂସ୍କରଣ ଚଳିତ ବର୍ଷ ଡିସେମ୍ବର ମାସରୁ ଆରମ୍ଭ ହେବାକୁ ଯାଉଛି l ଯାହା ଡିସେମ୍ବର ମାସ ୧ ତାରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଚାଷୀଙ୍କ ପାଇଁ ପଞ୍ଜିକରଣ ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଛି ଏଥିପାଇଁ l ଏହାରି ଅନୁକୁଲ୍ୟରେ ଆରମ୍ଭ ହୋଇଛି 'MFOI VVIF Kisan Bharat Yatra' l

MFOI VVIF Kisan Bharat Yatra

ଅଦ୍ୟାବଧି ' MFOI VVIF କିଷାନ ଭାରତ ଯାତ୍ରା 'ର ଦୁଇଟି ପର୍ଯ୍ୟାୟ ସମାପ୍ତ ହୋଇଛି । ପ୍ରଥମ ଯାତ୍ରା ୩୦ ଜାନୁଆରୀ ୨୦୨୪ ରେ ଦିଲ୍ଲୀ ଛାଡିଥିଲା, ଯାହା ଉତ୍ତର ଭାରତ ଜୋନ୍ ପାଇଁ ଥିଲା l ଯେତେବେଳେ କି, ଦ୍ୱିତୀୟ ଯାତ୍ରା ୬ ଫେବୃଆରୀରେ କୋଏମ୍ବାଟୁରରୁ ଫ୍ଲାଗ୍ ଅଫ କରାଯାଇଥିଲା l ଯାହାର ଉଦ୍ଦେଶ୍ୟ ଥିଲା ଦକ୍ଷିଣ ଭାରତ ରାଜ୍ୟକୁ ଯାଇ କୃଷକମାନଙ୍କୁ ସଚେତନ କରାଇବା l ଏଥି ସହିତ କୃଷି ଜାଗରଣ ବର୍ତ୍ତମାନ ଏହାର ତୃତୀୟ ଯାତ୍ରା ପାଇଁ ପ୍ରସ୍ତୁତ ହୋଇଛି l

କେନ୍ଦ୍ରୀୟ ଏବଂ ପଶ୍ଚିମ ଭାରତ (West and Central Region) ପାଇଁ 'କିଷାନ ଭାରତ ଯାତ୍ରା ଗତକାଲି ମାର୍ଚ୍ଚ ୫, ୨୦୨୪ ଆୟୋଜିତ ହେବ । ଉତ୍ତରପ୍ରଦେଶ ଝାନ୍ସୀରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି l ଯେଉଁଠାରେ, ଏହି ଯାତ୍ରାକୁ ଆରଏଲବି କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର କୁଳପତି ଡଃ ଏ. କେ . ସିଂ ଝାନ୍ସୀରେ ଫ୍ଲାଗ୍ ଅଫ କରିବେ । ତାଙ୍କ ସହିତ ସହଯୋଗ କରିବେ କୃଷି ଜାଗରଣ ସଂସ୍ଥା ର ସମ୍ପାଦକ ଏମ . ସି ଡୋମିନିକ ଏବଂ ନିର୍ଦ୍ଦେଶକ ସାଇନି ଡୋମିନିକ l ଗତକାଲି ସକାଳ ୧୧ ଘଟିକାରେ ଏହା ଅନୁଷ୍ଠିତ ହେବ l ଏହି କାର୍ଯ୍ୟକ୍ରମ ଅବସରରେ ସେଠାରେ ଉପସ୍ଥିତ ଥିବା ପ୍ରଗତିଶୀଳ ଚାଷୀଙ୍କୁ ସମ୍ମାନିତ କରାଯିବ l ତେବେ ସବୁଠାରୁ ଖୁସିର ବିଷୟ ହେଉଛି ଏଥିରେ ଜେନ ( JAIN Irrigation system,ltd )ନାମକ କମ୍ପାନୀ ନିଜର ସହଯୋଗ ପ୍ରଦାନ କରିଛି l

MFOI award show 2024

ଆସନ୍ତୁ ଆପଣଙ୍କୁ କହିବା ଯେ 'MFOI କିସାନ ଭାରତ ଯାତ୍ରା 2023-24' ସ୍ମାର୍ଟ ଗ୍ରାମଗୁଡିକର ଗ୍ରାମାଞ୍ଚଳର ଦୃଶ୍ୟ ପରିବର୍ତ୍ତନ କରିବାର କଳ୍ପନା କରିଥାଏ l MFOI କିସାନ ଭାରତ ଯାତ୍ରା ଡିସେମ୍ବର ୨୦୨୩ ରୁ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ସାରା ଦେଶରେ ଭ୍ରମଣ କରିବାକୁ ଲକ୍ଷ୍ୟ ରଖିଛି l ୧ ଲକ୍ଷରୁ ଅଧିକ ଚାଷୀ ଓ ୪ ହଜାରରୁ ଅଧିକ ସ୍ଥାନର ଏକ ବିଶାଳ ନେଟୱାର୍କ ଅନ୍ତର୍ଭୁକ୍ତ ହେବ ଏବଂ ୨୬ ହଜାର କିଲୋମିଟରରୁ ଅଧିକ ଦୂରତା ବିଶିଷ୍ଟ ହେବ l ଏହି ମିଶନର ମୂଳ ଉଦ୍ଦେଶ୍ୟ ହେଉଛି କୃଷି ସମ୍ପ୍ରଦାୟରେ ସକରାତ୍ମକ ପରିବର୍ତ୍ତନ ଆଣିବା, ଯାହାଦ୍ୱାରା ସେମାନଙ୍କର ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମି ବୃଦ୍ଧି କରି କୃଷକମାନଙ୍କୁ ସଶକ୍ତ କରିବା l

MFOI ଇଣ୍ଡିଆ ଟୁର୍ ର ଶୁଭାରମ୍ଭ ଭାରତରେ କୋଟିପତି ଚାଷୀଙ୍କ ସଫଳତା ଏବଂ ସେମାନଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟକୁ ଚିହ୍ନିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଅଟେ l ଏହି ଦେଶବ୍ୟାପୀ ଏହି ଯାତ୍ରା ଏକ ଲକ୍ଷରୁ ଅଧିକ ଚାଷୀଙ୍କ ସହ ସଂଯୋଗ ହେବ, ୪୫୨୦ ସ୍ଥାନ ଅତିକ୍ରମ କରିବ ଏବଂ ୨୬,000 କିଲୋମିଟରରୁ ଅଧିକ ଦୂରତା ଅତିକ୍ରମ କରିବ । ଏତେ ପରିମାଣରେ କୃଷକମାନଙ୍କ ସହିତ ସଂଯୋଗ କରି ଯାତ୍ରା ସେମାନଙ୍କର ସଫଳତାର କାହାଣୀକୁ ବିଶ୍ୱକୁ ଆଣିବା ହେଉଛି ଏହାର ଉଦ୍ଦେଶ୍ୟ l

MFOI Samridh Kisan Utsav: ଚାଷୀଙ୍କ ପାଇଁ ଆଉ ଏକ ସୁଯୋଗ

MFOI Samridh Kisan Utsav 2024: ମାର୍ଚ୍ଚ ମାସର ସମ୍ପୂର୍ଣ୍ଣ ତାଲିକା ଦେଖନ୍ତୁ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments