ଆମର ଦୈନନ୍ଦିନ ଜୀବନରେ ଫୁଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଜନ୍ମଦିନ ଠାରୁ ଶୁଦ୍ଧିକ୍ରିୟା ପର୍ଯ୍ୟନ୍ତ ଫୁଲ ସବୁଠାରେ ବ୍ୟବହୃତ ହୁଏ ଏହାସହ ଫୁଲ ମଧ୍ୟ ସମସ୍ତ ଧର୍ମର ଲୋକମାନଙ୍କ ଦ୍ୱାରା ବ୍ୟବହୃତ ହୁଏ |ଆଜିକାଲି ଆପଣ ବୈଜ୍ଞାନିକ ଉପାୟରେ ଫୁଲ ଚାଷ କରି ପ୍ରଚୁର ଅର୍ଥ ଉପାର୍ଜନ କରିପାରିବେ ଏହା ସହିତ ବର୍ତମାନ ବେଷଣା ବିଭିର୍ନ ଋତୁ ଉପରେ ନିର୍ଭର କରି ବିଭିନ୍ନ ଫୁଲର କିସମ ସୃଷ୍ଟି କରିଛି | ତେଣୁ ବର୍ତ୍ତମାନ ଫୁଲ ବ୍ୟବସାୟ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି |

ଭାରତ ରେ ଫୁଲ ବ୍ୟବସାୟର ଭବିଷ୍ୟତ |
ଭାରତରେ ଏହି ବ୍ୟବସାୟ ପ୍ରତି ଅନୁକୂଳ ପରିବେଶ ରହିଅଛି | ଭାରତୀୟ ମୃତ୍ତିକା ଓ ଜଳବାୟୁ ବିଭିର୍ନ୍ନ କିସମର ଫୁଲଗଛ ପାଇଁ ଅତ୍ୟନ୍ତ ଉପଯୋଗୀ | କର୍ଣ୍ଣାଟକ ରାଜ୍ୟରେ ଭାରତରେ ଉତ୍ପାଦନ ହେଉଥିବା ଫୁଲର ଶତକଡା 75 ଭାଗ ଉତ୍ପାଦନ କରାଯାଏ | ସାଧାରଣତଃ ଫୁଲଚାଷୀ ମାନେ ଫୁଲ ଉତ୍ପାଦନ କରନ୍ତି ଓ ତାକୁ ଆନ୍ତଃରାଷ୍ଟ୍ରିଅ ବଜାରରେ ବିକ୍ରୀ କରିଥାନ୍ତି | ବର୍ତମାନ ଏହି କ୍ଷେତ୍ର କୁ ଅଧିକ ସମୃଦ୍ଧ କରିବାପାଇଁ ଜେନେଟିକ ଇଞ୍ଜିନିୟରିଂ ର ବ୍ୟବହାର କରାଗଲାଣି | ଏହି ପଦ୍ଧତି ର ପ୍ରୟୋଗରେ ଫୁଲର ରୂପ ଓ ଗୁଣକୁ ବିକଶିତ କରାଯାଇ ଚାହିଦା ଅନୁଯାଇ ନୂଆ ନୂଆ ପ୍ରକାରର ଫୁଲ ସୃଷ୍ଟି କରାଯାଇପାରୁଛି | କେତେକ ଭଲ ଫୁଲ ଓ ଅଳଙ୍କାରିକ ପତ୍ର ଅତ୍ୟଧିକ ଥଣ୍ଡା କିମ୍ବା ଗରମ ସହ୍ୟ କରିପାରନ୍ତି ନହିଁ ଓ ନଷ୍ଟ ହେଇଯାନ୍ତି | ତେଣୁ ଏହିପରି ଗଛ ବଢାଇବା ପାଇଁ ଗ୍ରୀନହାଉସ କିମ୍ବା ଆବଦ୍ଧ ପରିବେଶ ଦରକାର ହେଇଥାଏ |

ଏହା ପାଇଁ ଶିକ୍ଷାଗତ ଯୋଗ୍ୟତା |
ଏହି କ୍ଷେତ୍ରରେ ପ୍ରବେଶ କରିବା ପାଇଁ ଏଗ୍ରୀକଲଚର କିମ୍ବା ହର୍ଟିିକଲଚର କିମ୍ଵା ଫ୍ଲୋରିକଲଚରରେ ଡିଗ୍ରୀହାସଲ କରିବା ଆବଶ୍ୟକ | ଏହା ଚାଷ ସହ ଅମଳ, ସଂରକ୍ଷଣ ଏବଂ ପ୍ୟାକେଜିଙ୍ଗ ବିଷୟରେ ଶିକ୍ଷା ପ୍ରଦାନ କରିଥାଏ |
ବିଶ୍ବ ବଜାରରେ ଫୁଲ ବ୍ୟବସାୟ ର ସ୍ଥାନ |
ବିଶ୍ୱ ବଜାରରେ ଫୁଲବ୍ୟବସାୟ ଏକ ମାନ୍ୟତା ପ୍ରାପ୍ତ ବ୍ୟବସାୟ ଭାବରେ ସ୍ୱୀକୃତି ପ୍ରାପ୍ତ | ପୃଥିବୀର ପ୍ରମୁଖ ଫୁଲ ଉତ୍ପାଦନକାରି ଦେଶ ମଧ୍ୟରେ ନେଦରଲାଣ୍ଡ, ଜର୍ମାନ, ଇଟାଲୀ, ଜାପାନ ଆଦି ଥିଲାବେଳେ ଆମଦାନୀ କ୍ଷେତ୍ରରେ କଲମ୍ବିଆ, ଇସ୍ରାଏଲ, ସ୍ପେନ୍ ଓ କେନିଆ ଆଦି ଅଛନ୍ତି | ଯଦିଓ ଫୁଲ ବ୍ୟବସାୟ ର ବାର୍ଷିକ ଅଭିବୃଦ୍ଧିର ହାର 25 ଶତକଡା ଥାଏ ତଥାପି ଭାରତ ଯଥେଷ୍ଟ ପଛରେ ରହିଛି |

ଫୁଲ ଚାଷ କ୍ଷେତ୍ରରେ ଅନେକ ନିଯୁକ୍ତି ସୁବିଧା ଉପଲବ୍ଧ | ଉପଯୁକ୍ତ ପ୍ରଶିକ୍ଷଣ ପାଇବାପରେ ଆପଣ ନିଜର ଫର୍ମ କରିପାରିବେ କିମ୍ବା ଯେକୌଣସି ଫର୍ମ ରେ ସୁପରଭାଇଜର ହିସାବରେ ରହିପାରିବେ | ଏହିକ୍ଷେତ୍ରରେ ବ୍ୟବସାୟ କରିବା ପାଇଁ ଭାରତ ସରକାରଙ୍କ ତରଫରୁ ପ୍ରୋତ୍ସାହନ ମଧ୍ୟ ଯୋଗାଇଦିଆଯାଉଛି | ରପ୍ତାନି କରୁଥିବା ଫୁଲଚାଷୀଙ୍କ ପାଇଁ ଟିକସ ମଧ୍ୟ ରିହାତି ହେଉଛି | ଏହାସହ ଯେଉଁମାନେ ଫ୍ଲୋରିକଲଚର ରେ ପି.ଏଚ.ଡି. ଡିଗ୍ରୀ ହାସଲ କରିଥିବେ ସେମାନଙ୍କୁ ଖ୍ୟାତିନାମା କମ୍ପାନୀ ରେ ଗବେଷଣା ପାଇଁ କାର୍ଯ୍ୟ କରିପାରିବେ |
Share your comments