1. କୃଷି ଖବର

Food Crisis:ଖାଦ୍ୟ ସଙ୍କଟ! ଚାଉଳ-ଚିକେନ୍-ଚିନି ରପ୍ତାନୀ ଉପରେ କଟକଣା

ଦେଶର ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର ପ୍ରଚେଷ୍ଠା ଜାରି ରଖିଛନ୍ତି । ଖୁବଶୀଘ୍ର ଚାଉଳ ରପ୍ତାନୀ ଉପରେ ମୋଦି ସରକାର କଟକଣା ଲଗାଇ ପାରନ୍ତି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି ।

Sudesna Nayak
Sudesna Nayak
food crisis india may ban rice export malasia halt export chickens from june amid shortage

food crisis india may ban rice export malasia halt export chickens from june amid shortage

ବିଶ୍ୱରେ ଆଗକୁ ଖାଦ୍ୟ ସଙ୍କଟ ଉତ୍କଟ ହେବାର ସମ୍ଭାବନା ଦେଖାଦେଲାଣି । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଦେଶ ବିଭିନ୍ନ ଖାଦ୍ୟ ଶଷ୍ୟର ରପ୍ତାନୀ ଉପରେ ରୋକ ଲଗାଉଛନ୍ତି । ଋଷ-ୟୁକ୍ରେନ ଯୁଦ୍ଧ (Russia-Ukraine War)ଯୋଗୁଁ ସପ୍ଲାଇ ଚେନ୍ ବାଧାପ୍ରାପ୍ତ ହୋଇଛି, ଯେଉଁଥିପାଇଁ ବିଶ୍ୱରେ ଖାଦ୍ୟାଭାବ ଦେଖାଦେଉଥିବା ଅର୍ଥନିତିଜ୍ଞମାନେ ଅନୁମାନ କରୁଛନ୍ତି । ଦେଶର ଚାହିଦାକୁ ଦୃଷ୍ଟିରେ ରଖି ଭାରତ ଏଥର ଚାଉଳ(Rice) ର ରପ୍ତାନୀ ଉପରେ ରୋକ ଲଗାଇବାକୁ ଯୋଜନା କରୁଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ଚାଉଳ ରପ୍ତାନୀ ଉପରେ କଟକଣା,ଜାଣନ୍ତୁ...

ଦେଶର ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ସରକାର (Central Government) ପ୍ରଚେଷ୍ଠା ଜାରି ରଖିଛନ୍ତି । ଖୁବଶୀଘ୍ର ଚାଉଳ ରପ୍ତାନୀ ଉପରେ ମୋଦି ସରକାର (MODI Government) କଟକଣା ଲଗାଇ ପାରନ୍ତି ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଏହା କେବେ ଠାରୁ ଲାଗୁ ହେବ ସେନେଇ କୌଣସି ଘୋଷଣା ହୋଇନାହିଁ । ଯଦି ଏପରି ହୁଏ ତେବେ, ବିଶ୍ୱର ଖାଦ୍ୟ ସୁରକ୍ଷା ଉପରେ ପ୍ରଭାବ ପକାଇବାର ଆଶଙ୍କା ରହିଛି । ନିଜ ଦେଶର ଚାହିଦା ପୂରଣ ପାଇଁ ଭାରତ ଆବଶ୍ୟକୀୟ ପରିମାଣର ଚାଉଳ ଗଚ୍ଛିତ ରଖିଛି ।

ଏସିଆ ମହାଦେଶରେ ବିଶ୍ୱର ପ୍ରାୟ ୯୦ ପ୍ରତିଶତ ଚାଉଳ ଉତ୍ପାଦନ ହୋଇଥାଏ । ଋଷ-ୟୁକ୍ରେନ ଯୁଦ୍ଧ (Russia-Ukraine War) ଯୋଗୁଁ ଚାଉଳ (Rice)ବ୍ୟବସାୟରେ ସେତେଟା ପ୍ରଭାବ ପଡିନାହିଁ । ତଥାପି ଆଗୁଆ ସତର୍କ ରହିବାକୁ ଭାରତ ସରକରା ଏହାର ରପ୍ତାନୀ ଉପରେ କଟକଣା ଲଗାଇପାରନ୍ତି । ଭାରତର ଦେଖାଦେଖି ଅନ୍ୟ ଦେଶ ମଧ୍ୟ ସମାନ ପଦକ୍ଷେପ ନିଅନ୍ତି ତେବେ ସ୍ଥିତି ସାଙ୍ଘାତିକ ହେବ । ୨୦୦୮ରେ ଭିଏତନାମ ଚାଉଳ ରପ୍ତାନୀ ଉପରେ କଟକଣା ଲଗାଇବା ପରେ ପରିସ୍ଥିତି ବଦଳି ଯାଇଥିଲା ।

ଚିନି ରପ୍ତାନୀ ଉପରେ କଟକଣା,ଜାଣନ୍ତୁ...

ଆସନ୍ତା ଜୁନ ପହିଲାରୁ ମୋଦି ସରକାର ଚିନି (SUGAR)ରପ୍ତାନୀ ଉପରେ କଟକଣା ଲଗାଇବାକୁ ଯାଉଛନ୍ତି । ଭାରତ ଚିନି ଉତ୍ପାଦନରେ ବିଶ୍ୱର ଦ୍ୱିତୀୟ ସ୍ଥାନରେ ରହିଛି । ଅକ୍ଟୋବର ୩୧ ସୁଦ୍ଧା ଚିନି ଆମଦାନୀକୁ ୧୦ ମିଲିୟନ ଟନ୍ ଯାଏଁ ସୀମିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ବର୍ଷ ଭାରତ ୩୫ ମିଲିୟନ ଟନ୍ ଚିନି ଉତ୍ପାଦନ ଲକ୍ଷ ରଖିଛି । ସେଥିରୁ ପ୍ରାୟ ୨୭ ମିଲିୟନ ଟନ ଘରୋଇ ବ୍ୟବହାର ହେବ ଆଉ ବଳକା ରପ୍ତାନୀ କରାଯିବ ବୋଲି ଆକଳନ କରାଯାଉଛି ।

ଗହମ ରପ୍ତାନୀ ଉପରେ କଟକଣା,ଜାଣନ୍ତୁ...

ଚଳିତ ମାସ ଆରମ୍ଭରୁ ଭାରତ ଗହମ (wheat) ରପ୍ତାନୀ ଉପରେ କଟକଣା ଲଗାଇଛି । ତେବେ ନିର୍ଦ୍ଦେଶନାମରେ କିଛି କୋହଳ କରାଯାଇଛି । ଅନ୍ୟଦେଶର ଅନୁରୋଧ କ୍ରମେ ଖାଦ୍ୟ ସୁରକ୍ଷାକୁ ଦୃଷ୍ଟିରେ ରଖି ଗହମ ଯୋଗାଇ ଦିଆଯିବ । କିନ୍ତୁ ଏନେଇ ଭାରତ ସରକାର ନିଷ୍ପତ୍ତି ନେବେ ।

ଚିକେନ୍ ରପ୍ତାନୀ ଉପରେ କଟକଣା,ଜାଣନ୍ତୁ...

ଭାରତ ସରକାର ଚିନି (SUGAR),ଗହମ (wheat) ଓ ଚାଉଳ (RICE)ରପ୍ତାନୀ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେବା ପରେ ବିଦେଶରେ ମଧ୍ୟ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଜୁନ ପହିଲାରୁ ମାଲେସିଆ ଚିକେନ ରପ୍ତାନୀ ବନ୍ଦ କରିବାକୁ ଯାଉଛି । ଦେଶର ଆବଶ୍ୟକୀୟ ଚାହିଦା ମେଣ୍ଟାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା ମାଲେସିଆ କୃଷି ଓ ଖାଦ୍ୟମନ୍ତ୍ରୀ କହିଛନ୍ତି । ମାଲେସିଆରେ ପ୍ରତ୍ୟେକ ଦିନ ଲକ୍ଷେରୁ ଅଢେଇ ଲକ୍ଷ ଚିକେନ (chicken)ଖିଆଯାଏ । ଯଦି ସେଠାରେ chicken ରପ୍ତାନୀ ଉପରେ ବ୍ୟାନ ଲାଗିଲେ ସିଙ୍ଗାପୁର ଅଧିକ ପ୍ରଭାବିତ ହେବ ବୋଲି କୁହାଯାଉଛି ।

ତେଲ ରପ୍ତାନୀ ଉପରେ କଟକଣା,ଜାଣନ୍ତୁ...

ପ୍ରକାଶ ଥାଉ ଯେ, ଗତ ମାସରେ ପାମ୍ ଅଏଲ ରପ୍ତାନୀ ଉପରେ ଇଣ୍ଡୋନେସିଆ କଟକଣା ଲଗାଇଛି । ବିଶ୍ୱର ସର୍ବ ବୃହତ୍ତ ପାମ ଅଏଲ ରପ୍ତାନୀକାରୀ ଦେଶ ଇଣ୍ଡୋନେସିଆ ତୈଳ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇଛି । ଅତ୍ୟାଧିକ ଚାହିଦା ଯୋଗୁ ଇଣ୍ଡୋନେସିଆରେ ପାମୋଲିନ ଏବେ ସୁନା ଦରରେ ବିକ୍ରି ହେଉଛି । ବିଶ୍ବରେ ପାମ ଅଏଲ (palm oil) ଚାହିଦାର ୫୦ ପ୍ରତିଶତ ଇଣ୍ଡୋନେସିଆ ପୂରଣ କରିଥାଏ । ଅନ୍ୟପଟେ ଇଣ୍ଡୋନେସିଆ ତେଲର ଚାହିଦା ପୂରଣ କରିବା ପାଇଁ ମାଲେସିଆ ଚେଷ୍ଟା କରୁଛି ।

BIG BREAKING: ଚିନି ରପ୍ତାନି ଉପରେ ଲାଗିଲା ରୋକ

ଶସ୍ତା ହେବ ଖାଇବା ତେଲ, କେନ୍ଦ୍ର ସରକାର ନେଲେ ବଡ ନିଷ୍ପତ୍ତି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments