1. କୃଷି ଖବର

କୃଷିଜାଗରଣ ଚୌପାଲରେ ପୂର୍ବତନ କୃଷି ପରାମର୍ଶଦାତା ଡ.ଭିଭି ସଦାମତେ

କୃଷି ଜାଗରଣ ଚୌପାଲରେ ଯୋଗ ଦେଇଥିଲେ ଭାରତ ସରକାରଙ୍କ ଯୋଜନା କମିଶନର ତଥା ପୂର୍ବତନ କୃଷି ପରାମର୍ଶଦାତା ଡ.ଭିଭି ସଦାମତେ ।

Shuvanshu Kar
Shuvanshu Kar
former agriculture adviser Dr. VV Sadamte visits krishi jagran

former agriculture adviser Dr. VV Sadamte visits krishi jagran

କୃଷି ଜାଗରଣ ଚୌପାଲରେ ଯୋଗ ଦେଇଥିଲେ ଭାରତ ସରକାରଙ୍କ ଯୋଜନା କମିଶନର ତଥା ପୂର୍ବତନ କୃଷି ପରାମର୍ଶଦାତା ଡ.ଭିଭି ସଦାମତେ(Dr. VV Sadamte visits krishi jagran) । କୃଷି କ୍ଷେତ୍ରରେ ନିଜର ଅଭିଜ୍ଞତା ବାଣ୍ଟିଛନ୍ତି ଡ.ଭିଭି ସଦାମତେ(Dr. VV Sadamte visits krishi jagran) ।

ଡ.ଭିଭି ସଦାମତେ 1973 ରେ ପୁଣେ କୃଷି ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି । ପରେ ସେ କୃଷି କ୍ଷେତ୍ରରେ ସ୍ନାତୋକତ୍ତୋର ଏବଂ ପିଏଚଡି କରିଥିଲେ । ଡକ୍ଟର ସାଦାମତେ ମିଚିଗାନ୍ ଷ୍ଟେଟ୍ ୟୁନିଭରସିଟି, ଆମେରିକାର ବରିଷ୍ଠ ରିସର୍ଚ୍ଚ ସ୍କଲାର୍ ଭାବରେ ୱିସକନ୍ସିନ୍, କର୍ଣ୍ଣେଲ୍ ୟୁନିଭରସିଟି ଏବଂ ରୟାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ପବ୍ଲିକ୍ ଆଡମିନିଷ୍ଟ୍ରେସନରେ ଆଡଭାନ୍ସଡ ଏକ୍ସଟେନ୍ସନ୍ ମ୍ୟାନେଜମେଣ୍ଟ ଟ୍ରେନିଂ ନେଇଛନ୍ତି ।

କୃଷି ସମ୍ପ୍ରସାରଣ, ପରିଚାଳନା ଏବଂ ଯୋଜନା କ୍ଷେତ୍ରରେ ଗତ ଚାରି ଦଶନ୍ଧି ଧରି ଭିଭି ସଦାମତେଙ୍କ ଅନେକ ଅଭିଜ୍ଞତା ରହିଛି । ସେ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ (ICAR)ର କନିଷ୍ଠ ବୈଜ୍ଞନିକ (1978-1982), କୃଷି ମନ୍ତ୍ରଣାଳୟ (1982-2005) ନିର୍ଦ୍ଦେଶକ ଏବଂ ପରେ ଅତିରିକ୍ତ କମିଶନର (ଏକ୍ସଟେନସନ) ଏବଂ ଭାରତ ସରକାରଙ୍କ ଯୋଜନା ଆୟୋଗର ଉପଦେଷ୍ଟା ଭାବରେ କାର୍ଯ୍ୟ କରିଛନ୍ତି ।

କେବଳ ସେତିକି ନୁହେଁ, ସେ ଖାଦ୍ୟ ଏବଂ କୃଷି ସଂଗଠନ (FAO) ସହିତ ପ୍ରିନ୍ସିପାଲ୍ କନସୋଲଟାଣ୍ଟ, ଏବଂ ଜମି ସମ୍ବଳ ବିଭାଗ (DoLR) ସହିତ ଜଡିତ ଥିଲେ ।| ବର୍ତ୍ତମାନ, ସେ ଜଣେ ସ୍ବାଧିନ କୃଷି ସମ୍ପ୍ରସାରଣ ବିଶେଷଜ୍ଞ ଭାବରେ କାର୍ଯ୍ୟ କରୁଛନ୍ତି ।

ଦେଶରେ 10,000 ନୂତନ FPO ଗଠନ ପାଇଁ କାର୍ଯ୍ୟ କରାଯାଉଛି : କୃଷିମନ୍ତ୍ରୀ

କୃଷି ଜାଗରଣରେ Tefla କିଙ୍ଗ କୈଳାସ ସିଂ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments