News

ଅନଲାଇନ ଠକେଇର ଶିକାର ହେଲେ ପୂର୍ବତନ କୃଷି ଅଧିକାରୀ, ଆକାଉଣ୍ଟରୁ କଟିଗଲା 8 ଲକ୍ଷ

ପଞ୍ଜାବ ଷ୍ଟେଟ ପାୱାର କର୍ପୋରେସନ୍ ଲିମିଟେଡ୍ (PSPCL)ର ଅଧିକାରୀ କହି ଜଣେ ପୂର୍ବତନ କୃଷି ଅଧିକାରୀଙ୍କ ବ୍ୟାଙ୍କ ଖାତାରୁ ନଗଦ 8 ଲକ୍ଷ ଟଙ୍କା ଠକି ନେଇଛନ୍ତି ଅନଲାଇନ ଠକ ।

18 September, 2022 12:46 PM IST By: Shuvanshu Kar

ଦିନକୁ ଦିନ ବଢିଚାଲିଛି ଅନଲାଇନ ଠକେଇ(online fraud) । ଅସାବଧାନତା କାରଣରୁ ଆକାଉଣ୍ଟରୁ କଟିଯାଉଛି କଷ୍ଟ ଅର୍ଜିତ ଟଙ୍କା । ଏହି କ୍ରମରେ ପଞ୍ଜାବ ଷ୍ଟେଟ ପାୱାର କର୍ପୋରେସନ୍ ଲିମିଟେଡ୍ (PSPCL)ର ଅଧିକାରୀ କହି ଜଣେ ପୂର୍ବତନ କୃଷି ଅଧିକାରୀ(Former agriculture official)ଙ୍କ ବ୍ୟାଙ୍କ ଖାତାରୁ ନଗଦ 8 ଲକ୍ଷ ଟଙ୍କା ଠକି ନେଇଛନ୍ତି ଅନଲାଇନ ଠକ ।

ବିଦ୍ୟୁତ୍ ବିଲ୍ ପୈଠ ନକରିଥିବା ନେଇ ଅଭିଯୁକ୍ତମାନେ ପୂର୍ବତନ କୃଷି ଅଧିକାରୀଙ୍କ ନିକଟକୁ ଏକ ମେସେଜ୍ ପଠାଇଥିଲେ । ଅଭିଯୁକ୍ତମାନେ ପୂର୍ବତନ କୃଷି ଅଧିକାରୀଙ୍କୁ ଏକ ଆପ୍ଲିକେସନ ଡାଉନଲୋଡ କରିବାକୁ କହିଥିଲେ । ଆଉ ଯେତେବେଳେ ବୃଦ୍ଧି ଜଣକ ଆପ୍ଲିକେସନ ଡାଉନଲୋଡ କରିଥିଲେ, ସେତେବେଳେ ତାଙ୍କ ଆକାଉଣ୍ଟରୁ ନଗଦ 8 ଲକ୍ଷ ଟଙ୍କା କଟିଯାଇଥିଲା । ଡୁଗ୍ରି ପୋଲିସ ଶୁକ୍ରବାର ଅଭିଯୁକ୍ତଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛି ।

କୃଷି ବିଭାଗରୁ ଅବସର ନେଇଥିବା ହରମେଲ ସିଂ କହିଛନ୍ତି ଯେ ସେପ୍ଟେମ୍ବର 13ରେ ତାଙ୍କୁ ଏକ ମେସେଜ୍ ମିଳିଥିଲା ଯେ ଗତ ମାସ ପାଇଁ ତାଙ୍କ ବିଦ୍ୟୁତ୍ ବିଲ୍ ଦେବାର ଅଛି। ଯଦି ସେ ତୁରନ୍ତ ବିଲ୍ ପୈଠ ନକରନ୍ତି, ତେବେ ଘରକୁ ବିଦ୍ୟୁତ୍ ଯୋଗାଣ କାଟିଦିଆଯିବ ।

ମେସେଜରେ ଏକ ମୋବାଇଲ୍ ଫୋନ୍ ନମ୍ବର ମଧ୍ୟ ରହିଥିଲା ​​ । ଯେତେବେଳେ ହରମେଲ ସିଂ କଲ କରିଥିଲେ, PSPCL ଅଧିକାରୀର ପରିଚୟ ଦେଇ ଠକମାନେ ତାଙ୍କୁ ‘Any Desk’ ମୋବାଇଲ୍ ଆପ୍ଲିକେସନ୍ ଡାଉନଲୋଡ୍ କରିବାକୁ କହିଥିଲେ। ଆପ୍ଲିକେସନ ବ୍ୟବହାର କରି ବିଦ୍ୟୁତ ବିଲ ପୈଠ କରିପାରିବେ ବୋଲି ଅଭିଯୁକ୍ତମାନେ କହିଥିଲେ ।

ହରମେଲ ସିଂ ଆହୁରି ମଧ୍ୟ କହିଛନ୍ତି ଯେ ଅପଲିକେସନ ଡାଉନଲୋଡ୍ କରିବା ପରେ ଅଭିଯୁକ୍ତ ତାଙ୍କୁ ଓଟିପି(OTP) ପଠାଇଥିଲେ । ହରମେଲ OTP ସେୟାର କରିବାର କିଛି ମିନିଟ୍ ପରେ, ଠକମାନେ 10 ଟି ଭିନ୍ନ ଭିନ୍ନ ଟ୍ରାନଜାକ୍ସନ ଜରିଆରେ ତାଙ୍କ ଆକାଉଣ୍ଟରୁ 8,01,977 ଠକି ନେଇଛନ୍ତି ।

ଆକାଉଣ୍ଟରୁ ଟଙ୍କା କଟିବା ପରେ ହରମେଲ ସିଂ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଲୁଧିଆନା ପୋଲିସ କମିଶନରଙ୍କ ସାଇବର ସେଲ ଘଟଣାର ଯାଞ୍ଚ କରୁଛି ।

କୃଷି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ, ଦେଢ ଲକ୍ଷ ଟଙ୍କା ନେଉଥିଲେ ଲାଞ୍ଚ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)