
Former Minister of State Pratap Chandra Sarangi take part in 'Har Ghar Tiranga' campaign at Krishi jagran
କୃଷି ଜାଗରଣ(Krishi Jagran) ଚୌପାଲରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଆହ୍ବାନ କ୍ରମେ ଚାଲିଥିବା ହରଘର ତ୍ରିରଙ୍ଗା(Har Ghar Tiranga) ଅଭିଯାନରେ ସାମିଲ ହୋଇଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଓଡିଶାର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ(Pratap Chandra Sarangi) । ଏହି ଅବସରରେ ଅଭିଭାଷଣ ଦେଇ କୃଷି କ୍ଷେତ୍ର ଓ ଚାଷୀଙ୍କ ସମ୍ମାନ ଦିଗରେ ସାଂସଦ ପ୍ରତାପ ଷଡଙ୍ଗୀ(Pratap Chandra Sarangi) ବିସ୍ତୃତ ଆଲୋଚନା କରିଥିଲେ ।

Former Minister of State Pratap Chandra Sarangi take part in 'Har Ghar Tiranga' campaign at Krishi jagran
କୃଷି ଜାଗରଣ ପରିବାର ପକ୍ଷରୁ ସାଂସଦ ଷଡଙ୍ଗୀଙ୍କୁ ଭବ୍ୟ ସ୍ବାଗତ ଜଣାଯାଇଥିଲା । ଏଥିରେ କୃଷି ଜାଗରଣର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଏମ ସି ଡୋମିନିକଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ରହିଥିଲେ । ଏହି ଅବସରରେ ଭାରତ ମାତା କି ଜୟ ନାରାରେ ଗୁଞ୍ଜରିତ ହୋଇଥିଲା କୃଷି ଜାଗରଣ ଚୌପାଲ ।
ନିଜ ଅଭିଭାଷଣରେ ଜୈବିକ ଚାଷୀକୁ ଗୁରୁତ୍ବ ଦେଇଛନ୍ତି ପ୍ରତାପ ଷଡଙ୍ଗୀ । ବିଜ୍ଞାନ ଓ ପରମ୍ପରା ଉଭୟ କେମିତି ଭାରତୀୟ କୃଷି ସହିତ ଅଙ୍ଗାଙ୍ଗି ଜଡିତ, ଏ ସମ୍ପର୍କରେ ମଧ୍ୟ ନିଜ ମତ ରଖିଥିଲେ ସାଂସଦ । କେବଳ ବିଜ୍ଞାନ ଉପରେ ନିର୍ଭର ରହିଲେ ଚଳିବନି ବେଳେବେଳେ କୃଷି ପାଇଁ ଯଜ୍ଞ କରିବାକୁପଡିଥାଏ କହିଛନ୍ତି ପ୍ରତାପ ।

Former Minister of State Pratap Chandra Sarangi take part in 'Har Ghar Tiranga' campaign at Krishi jagran
ସେହିପରି ପରିବେଶ ସୁରକ୍ଷା ଉପରେ ମଧ୍ୟ ବିସ୍ତୃତ ବକ୍ତବ୍ୟ ରଖିଛନ୍ତି ସାଂସଦ । ପରିବେଶରୁ ମିଳୁଥିବା ସମ୍ବଳକୁ ବ୍ୟବହାର କରି ସିଦ୍ଧି ପ୍ରାପ୍ତି କରିଛନ୍ତି କହିବା ଉଚିତ ନୁହେଁ, ଏହାର ପ୍ରତିବଦଳରେ ପରିବେଶର ସୁରକ୍ଷା ଦିଗରେ ଆମେ କଣ ପଦକ୍ଷେପ ନେଉଛନ୍ତି ସେ ସମ୍ପର୍କରେ ଧ୍ୟାନ ଦେବାକୁ ସେ କହିଛନ୍ତି ।
ଅନ୍ୟପକ୍ଷେ ଗୋ ସମ୍ପଦର ସୁରକ୍ଷାକୁ ମଧ୍ୟ ଜୋର ଦେଇଛନ୍ତି ପ୍ରତାପ ଷଡଙ୍ଗୀ । ଏଥିରେ ଜନ ଭାଗିଦାରୀର ଆବଶ୍ୟକତା ରହିଛି । ଆମେ ସମସ୍ତ ମିଶିଲେ ଗୋ ହତ୍ୟା ଉପରେ ରୋକ ଲଗାଯାଇପାରିବ । ଯଦି ଆମେ ଗୋ ସମ୍ପଦକୁ ହତ୍ୟାକାରୀଙ୍କ ହାତରେ ଟେକି ଦେବାନି ବୋଲି ସଙ୍କଳ୍ପ ନେବା ଉଚିତ କହିଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ।

Former Minister of State Pratap Chandra Sarangi take part in 'Har Ghar Tiranga' campaign at Krishi jagran
ଜଣେ ଭାରତୀୟ, ଜଣେ ଓଡିଆ ଆଉ ବାଲେଶ୍ବର ଜିଲ୍ଲାର ନୀଳଗିରିରେ ଜନ୍ମ ହୋଇଥିବାରୁ ଗର୍ବ ଅନୁଭବ କରିଛନ୍ତି ପ୍ରତାପ ଚନ୍ଦ୍ର ଷଡଙ୍ଗୀ । ଓଡିଶାର କଳା ସଂସ୍କୃତି ଓ ଇତିହାସ ସମ୍ପର୍କରେ ସେ ଯୁବପୀଢିଙ୍କୁ ନିଜର ଜ୍ଞାନ ବାଣ୍ଟିଛନ୍ତି । ଓଡିଆ ଭାଷାର ଏକ ସ୍ବତନ୍ତ୍ରତା ରହିଥିବା ସେ କହିଛନ୍ତି ।
Har Ghar Tiranga: ପ୍ରଧାନମନ୍ତ୍ରୀଙ୍କ 'ହରଘର ତ୍ରିରଙ୍ଗା' ଅଭିଯାନରେ ସାମିଲ ହେଲା କୃଷି ଜାଗରଣ
କୃଷି ଜାଗରଣରେ ନୀରଜ ପ୍ରଜାପତି, ସାଇକେଲରେ ବୁଲିବୁଲି ଚାଷୀଙ୍କୁ କରୁଛନ୍ତି ଜାଗ୍ରୃତ
Share your comments