1. କୃଷି ଖବର

ଗତକାଲି OUAT ପାଳିବ ୬୨ତମ ପ୍ରତିଷ୍ଠା ଦିବସ

ଦେଶର ଦ୍ଵିତୀୟ ପୁରାତନ କୃଷି ବିଶ୍ବବିଦ୍ୟାଳ ଭାବେ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ୧୯୬୨ ମସିହା ଅଗଷ୍ଟ ୨୪ ତାରିଖରେ ସ୍ଥାପନ କରାଯାଇଥିଲା । କୃଷି ଓ ଆନୁଷଙ୍ଗିକ ବିଷୟରେ ଶିକ୍ଷା ଗବେଷଣା ଓ ସମ୍ପ୍ରସାରଣର ଲକ୍ଷ୍ୟ ନେଇ ସୃଷ୍ଟି ହୋଇଥିବା ବିଶ୍ଵବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି ।

Tanushree Mahapatra
Tanushree Mahapatra
Foundation day 2023 of OUAT

Foundation day 2023 of OUAT

ଦେଶର ଦ୍ଵିତୀୟ ପୁରାତନ କୃଷି ବିଶ୍ବବିଦ୍ୟାଳ ଭାବେ ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ୧୯୬୨ ମସିହା ଅଗଷ୍ଟ ୨୪ ତାରିଖରେ ସ୍ଥାପନ କରାଯାଇଥିଲା । କୃଷି ଓ ଆନୁଷଙ୍ଗିକ ବିଷୟରେ ଶିକ୍ଷା ଗବେଷଣା ଓ ସମ୍ପ୍ରସାରଣର ଲକ୍ଷ୍ୟ ନେଇ ସୃଷ୍ଟି ହୋଇଥିବା ବିଶ୍ଵବିଦ୍ୟାଳୟର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । 

ବିଶ୍ବବିଦ୍ୟାଳୟ ପକ୍ଷରୁ ୧୦ ଗୋଟି ମହାବିଦ୍ୟାଳୟ ଗୋଟିଏ ସ୍ନାତକୋତ୍ତର ଅଧ୍ୟୟନ କେନ୍ଦ୍ର ଏବଂ ୧୦ ଗୋଟି ଆଟ୍ରୋପଲିଟେକନିକ କେନ୍ଦ୍ର ମାଧ୍ୟମରେ କୃଷି ଓ ଆନୁସଙ୍ଗିକ ବିଜ୍ଞାନ ବିଷୟରେ ଉଚ୍ଚ ଶିକ୍ଷା ପ୍ରଦାନ କରାଯାଉଛି । ରାଜ୍ୟର ବିଭିନ୍ନ ଜଳବାୟୁ ମଣ୍ଡଳରେ ରହିଥ‌ିବା ଆଠଗୋଟି ଆଞ୍ଚଳିକ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା ପ୍ରସାରଣ କେନ୍ଦ୍ର, ଚାରି ଗୋଟି ଆଞ୍ଚଳିକ ଗବେଷଣା ଓ ପ୍ରଯୁକ୍ତିବିଦ୍ୟା ପ୍ରସାରଣ ଉପକେନ୍ଦ୍ର, ସାତ ଗୋଟି ଦ୍ରବ୍ଯଭିଭିକ ଗବେଷଣା କେନ୍ଦ୍ର ଏବଂ ୫୧ ଗୋଟି ସର୍ବ ଭାରତୀୟ ସଂଯୋଜିତ ପ୍ରକଳ୍ପ ମାଧ୍ୟମରେ ଗବେଷଣା କାର୍ଯ୍ୟ ଚାଲୁ ରହିଛି । 

ଭାରତ ସରକାରଙ୍କ ଶିକ୍ଷା ବିଭାଗ ଦ୍ଵାରା କରାଯାଇଥିବା ଏନଆଇଆର୍‌ଏଫ୍ ବ୍ୟାଙ୍କିଙ୍ଗ୍ ୨୦୨୩ ଅନ୍ତର୍ଗତ କୃଷି ଓ ଆନୁଷଙ୍ଗିକ ବିଭାଗରେ ଏହା ଦୁବଂଶ ସ୍ନାନ ହାସଲକରିଛି । ବିଗତ ୨୦୨୨ ମସିହା ଡିସେମ୍ବର ୨୬ ତାରିଖରେ ଏହି ବିଶ୍ଵବିଦ୍ୟାଳୟ ୩୯ ମ ସମାବର୍ତ୍ତନ ହେବ ଅନୁଷ୍ଠିତ ହୋଇଥିଲା । ତେବେ ଗତକାଲି ଏହି ବିଶ୍ୱବିଦ୍ୟାଳୟ ନିଜର ଆଉ ଏକ ପ୍ରତିଷ୍ଠା ଦିବସ ପାଳନ କରିବାକୁ ଯାଉଛି l

ଓଡିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଆଗାମୀ ୨୪ ତାରିଖରେ ଏହାର ୬୨ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଉତ୍ସବରେ ଓଡିଶାର ମାନ୍ୟବର କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ତଥା ବିଶ୍ଵବିଦ୍ୟାଳୟର ଉପକୁଳାଧିପତି ଶ୍ରୀ ରଣେନ୍ଦ୍ର ପ୍ରତାପ ପାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ କୃଷକ ଉତ୍ପାଦକ ସଙ୍ଗଠନର ଏକ କନକ୍ଲେଭ ଆୟୋଜିତ ହେବ । ଏଥିସହିତ ସଫଳତା ହାସଲ କରିଥିବା କୃଷକ ଉତ୍ପାଦକ ସଙ୍ଗଠନର କର୍ମକର୍ତ୍ତା, ଶ୍ରେଷ୍ଠ ସର୍ବଭାରତୀୟ ସଂଯୋଜିତ ପ୍ରକଳ୍ପ, ଶ୍ରେଷ୍ଠ କୃଷି ବିଜ୍ଞାନ କେନ୍ଦ୍ର, ଶ୍ରେଷ୍ଠ ବିହନ ଉତ୍ପାଦନ କେନ୍ଦ୍ର, ଶ୍ରେଷ୍ଠ ଶିକ୍ଷକ, ଶ୍ରେଷ୍ଠ ବୈଜ୍ଞାନିକ, ଶ୍ରେଷ୍ଠ ସଂପ୍ରସାରଣ ବୈଜ୍ଞାନିକ, ଶ୍ରେଷ୍ଠ ମହିଳା ବୈଜ୍ଞାନିକ, ଶ୍ରେଷ୍ଠ କର୍ମଚାରୀ, ଶ୍ରେଷ୍ଠ ସ୍ନାତକେ ଛାତ୍ର/ଛାତ୍ରୀ ପୁରସ୍କୃତ ହେବେ । 

ଏହି ଦିବସରେ ବିଶ୍ଵବିଦ୍ୟାଳୟର ନୂତନ ୱେବସାଇଟ୍, ବିଶ୍ଵବିଦ୍ୟାଳୟ ସଂଗୀତ, କୃଷକଙ୍କ ପାଇଁ ଅପ ଭିଜିଅନନ ପୁସ୍ତକ, ଶିକ୍ଷକ-ଶିଳ୍ପ ପୁସ୍ତକ, ଚାଷିର ସଂସାର ଆଦି ଉନ୍ମୋଚନ କରାଯିବ। ପ୍ରତିଷ୍ଠା ଦିବସ ଅବସରରେ ଓମାତସି ଦ୍ଵାରା ପ୍ରଦାନ କରାଯାଉଥିବା ଗ୍ରାମୀଣ ଯୁବକଯୁବତୀମାନଙ୍କ ପାଇଁ ଏକ ବର୍ଷିକିଆ ପାଠ୍ୟକ୍ରମ ଆରମ୍ଭ କରାଯିବ । ଏହି ଦିବସରେ କୃଷି ମହାବିଦ୍ୟାଳୟର ଦ୍ଵିତୀୟ ମହଲା ଉଦ୍‌ଘାଟିତ ହେବ । 

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments