News

ଦିଲ୍ଲୀରେ କୃଷି ଜାଗରଣର ପ୍ରତିଷ୍ଠାତା ଏମସି ଡୋମିନିକଙ୍କ ବାପାଙ୍କ ସ୍ମୃତିସଭା ଅନୁଷ୍ଠିତ

କୃଷି ଜାଗରଣର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଏମସି ଡୋମିନିକଙ୍କ ବାପା ଚେରିୟାନ ମେଝୁକନାଲଙ୍କ ସ୍ମୁତିସଭା ଅନୁଷ୍ଠିତ ହୋଇଛି ।

29 July, 2022 4:41 PM IST By: Shuvanshu Kar

କୃଷି ଜାଗରଣର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଏମସି ଡୋମିନିକ(MC Dominic)ଙ୍କ ବାପା ଚେରିୟାନ ମେଝୁକନାଲଙ୍କ ସ୍ମୁତିସଭା ଅନୁଷ୍ଠିତ ହୋଇଛି । ଚେରିୟାନ ମେଝୁକନାଲଙ୍କ ଇହଲୀଳା ସମ୍ବରଣକୁ ଏକ ମାସରୁ ଅଧିକ ସମୟ ବିତିସାରିଲାଣି । ତାଙ୍କ ସ୍ମୃତିରେ ପରିବାର ବନ୍ଧୁ ପ୍ରିୟଜନ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

16 ଜୁନ 2022ରେ ମ.ସି ଡୋମିନିକଙ୍କ ପିତା M.V.Cherianଙ୍କ ଦେହାନ୍ତ ହୋଇଥିଲା । 81 ବର୍ଷ ବୟସରେ ଆଖି ବୁଜିଥିଲେ M.V.Cherian । ନୂଆଦିଲ୍ଲୀ ସ୍ଥିତ ଏକ ଚର୍ଚ୍ଚରେ ତାଙ୍କର ଦେହାନ୍ତ ହୋଇଥିଲା ।

ଗୁରୁବାର, ପରିବାର ଏବଂ ବନ୍ଧୁମାନେ ସମସ୍ତେ ଏକାଠି ହୋଇ ସ୍ବର୍ଗତ M.V.Cherianଙ୍କ ସ୍ମୃତିଚାରଣ କରିଥିଲେ । ଏଥର ନୂଆଦିଲ୍ଲୀର ଏକ ଚର୍ଚ୍ଚରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା । ଦିବଗଂତ ଆତ୍ମାର ସ୍ମୃତିରେ ଏହା ପାରମ୍ପାରିକ ରୀତିନୀତିରେ ଏକ ଅଂଶ ଥିଲା ଯାହା 40 ତମ ଦିନ ସମାପ୍ତ ହେବାପରେ କରାଯାଇଥାଏ ।

ପରିବାରବର୍ଗ ଓ ବନ୍ଧୁପରିଜନ ଅମର ଆତ୍ମାର ସଦଗତି ନେଇ ପ୍ରାର୍ଥନା ପାଇଁ ଏକାଠି ହୋଇଥିଲେ । ଏହି ସଭାରେ କୃଷି ଜାଗରଣ ଟିମ ସଦସ୍ୟ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

ଆଖି ବୁଜିଲେ କୃଷି ଜାଗରଣର ମୁଖ୍ୟ ସମ୍ପାଦକଙ୍କ ପିତା M.V.Cherian

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)