News

Free Covid Booster Dose: ଆଜି ଠୁ ମାଗଣା ବୁଷ୍ଟର ଡୋଜ୍‌

ଆଜି ଶୁକ୍ରବାର ଠୁ ରାଜ୍ୟରେ ୧୮- ୫୯ ବର୍ଷ ଲୋକଙ୍କ ପାଇଁ ଟୀକାକରଣ ଅଭିଯାନ ଆରମ୍ଭ ହେବ । ମାଗଣାରେ ବୁଷ୍ଟର ଡୋଜ ଦିଆଯିବା ନିମନ୍ତେ ପ୍ରଶାସନ ପ୍ରସ୍ତୁତ ।

15 July, 2022 11:09 AM IST By: Sudesna Nayak

ଆଜି ଶୁକ୍ରବାର (Friday)ଠୁ ରାଜ୍ୟରେ ୧୮- ୫୯ ବର୍ଷ ଲୋକଙ୍କ ପାଇଁ ଟୀକାକରଣ ଅଭିଯାନ ଆରମ୍ଭ ହେବ । ମାଗଣାରେ ବୁଷ୍ଟର ଡୋଜ (Free Booster Dose)ଦିଆଯିବା ନିମନ୍ତେ ପ୍ରଶାସନ ପ୍ରସ୍ତୁତ । 

ଆଜି ଶୁକ୍ରବାର (Friday)ଠୁ ରାଜ୍ୟରେ ୧୮- ୫୯ ବର୍ଷ ଲୋକଙ୍କ ପାଇଁ ଟୀକାକରଣ ଅଭିଯାନ ଆରମ୍ଭ ହେବ । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ମାଗଣା ପ୍ରିକସନ୍ ଡୋଜ୍ ଟିକାକରଣ ଆରମ୍ଭ ହେଉଛି । ଏହି ଅଭିଯାନ ପ୍ରାୟ ୭୫ ଦିନ ଧରି ଚାଲିବ ।

ମାଗଣା ବୁଷ୍ଟର ଡୋଜ୍ (Free Booster Dose) ନିମନ୍ତେ ପ୍ରଶାସନିକ ପ୍ରସ୍ତୁତି କରାଯାଇଛି । ବିଭିନ୍ନ ଇଞ୍ଜିନିୟରିଂ କଲେଜ, ଛାତ୍ରାବାସ, ଉଚ୍ଚଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀମାନଙ୍କର ବ୍ୟାପକ ଟୀକାକରଣ ଅଭିଯାନ ଆରମ୍ଭ କରିବାକୁ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ ନିର୍ଦ୍ଦେଶ ଦେଇଛନ୍ତି ।

ସଂକ୍ରମଣ ବଢ଼ୁଥିବାରୁ ଦୈନିକ କୋଭିଡ (COVID-19) ପରୀକ୍ଷା ସଂଖ୍ୟା ବଢିବ । ଏନେଇ ସ୍ୱାସ୍ଥ୍ୟ ସଚିବ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କଲ ସେଣ୍ଟରକୁ ୨୪x୭ ଭିତ୍ତିରେ କାର୍ଯ୍ୟକ୍ଷମ କରାଇବା ଏବଂ ଜନସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି । ଲୋକେ ଅନ୍‌ଲାଇନ୍ ବୁକିଂ କିମ୍ବା ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ପ୍ରିକସନ୍ ଡୋଜ୍ ନେଇ ପାରିବେ । ସେପଟେ ସ୍ଥିତି ଧୀରେ ଧୀରେ ଜଟିଳ ହେଉଥିବାରୁ ଗତକାଲି ମୁଖ୍ୟ ଶାସନ ସଚିବ କୋରୋନା (COVID-19) ସ୍ଥିତି ସମୀକ୍ଷା କରିଛନ୍ତି । କଲେଜରେ ଟିକା ଦିଆଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଇଂଜିନିୟରିଂ କଲେଜ, ହଷ୍ଟେଲ, ଉଚ୍ଚଶିକ୍ଷାନୁଷ୍ଠାନରେ ଦିଆଯିବ ଟିକା ।

ପ୍ରକାଶ ଥାଉ ଯେ, ସହରାଞ୍ଚଳମାନଙ୍କରେ ୧୮ ରୁ ୫୯ ବର୍ଷ ଲୋକଙ୍କ ପାଇଁ ବ୍ୟାପକ ଟୀକାକରଣ ଅଭିଯାନ ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସହରାଞ୍ଚଳରେ ପ୍ରତି ୱାର୍ଡ଼ ଏବଂ ଗ୍ରାମାଞ୍ଚଳରେ ଗ୍ରାମ ଓ ପଞ୍ଚାୟତ ୱାରୀ ଟୀକାକରଣ କରାଯିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହି କାର୍ଯ୍ୟରେ ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡି କର୍ମୀ, ଜନ ପ୍ରତିନିଧି, ସେଚ୍ଛାସେବୀ ଅନୁଷ୍ଠାନ ଓ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ସାମିଲ କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

କୋରୋନାକୁ ମାତ ଦେବାକୁ ଆରମ୍ଭ ହେବ ମାଗଣା ବୁଷ୍ଟର ଡୋଜ

ଓଡିଶାରେ ଉପରମୁହାଁ କୋରୋନା, ଜାଣନ୍ତୁ କେତେ ରହିଛି ସଂକ୍ରମଣ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)