1. କୃଷି ଖବର

କୋରୋନାକୁ ମାତ ଦେବାକୁ ଆରମ୍ଭ ହେବ ମାଗଣା ବୁଷ୍ଟର ଡୋଜ

୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣା ବୁଷ୍ଟର ଡୋଜ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । 75 ତମ ସ୍ବାଧିନତା ଦିବସ ପୂର୍ତ୍ତି ଅବସରରେ ଆଗାମୀ ୭୫ ଦିନ ପର୍ଯ୍ୟନ୍ତ ଏହା ଜାରି ରହିବ ।

Shuvanshu Kar
Shuvanshu Kar
Today’s Cabinet decision will further India’s vaccination coverage and create a healthier nation: PM

Today’s Cabinet decision will further India’s vaccination coverage and create a healthier nation: PM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଶାବ୍ୟକ୍ତ କରିଛନ୍ତି ଯେ ୨୦୨୨ ଜୁଲାଇ ୧୫ରୁ ଆଗାମୀ ୭୫ ଦିନ ପାଇଁ ସରକାରୀ ଟିକାକରଣ କେନ୍ଦ୍ରଗୁଡ଼ିକରେ ୧୮ ବର୍ଷରୁ ଊଦ୍ଧ୍ୱର୍ ବୟସର ସମସ୍ତ ନାଗରିକଙ୍କୁ ମାଗଣାରେ କୋଭିଡ-୧୯ ପ୍ରିକସନ ଡୋଜ୍ ପ୍ରଦାନ ନିଷ୍ପତ୍ତି ଭାରତର ଟିକାକରଣ କଭରେଜ(vaccination coverage)କୁ ଆହୁରି ବଢ଼ାଇବ ଏବଂ ଏକ ସୁସ୍ଥ ରାଷ୍ଟ୍ର ସୃଷ୍ଟି କରିବ ।

‘ଆଜାଦୀ କା ଅମୃତ ମହୋତ୍ସବ’ ଉତ୍ସବର ଅଂଶସ୍ୱରୂପ ଆଜିର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମନସୁଖ ମାଣ୍ଡଭୀୟଙ୍କ ପକ୍ଷରୁ ହୋଇଥିବା ଏକ ଟ୍ୱିଟରେ ନିଜ ମତ ରଖି ପ୍ରଧାନମନ୍ତ୍ରୀ(PM Modi) ଟ୍ୱିଟ କରି କହିଛନ୍ତି ।

କୋଭିଡ-୧୯ ବିରୋଧରେ ଲଢ଼ିବା ପାଇଁ ଟିକାକରଣ ଏକ ଫଳପ୍ରଦ ସାଧନ । ଆଜିର କ୍ୟାବିନେଟ୍ ନିଷ୍ପତ୍ତି ଭାରତର ଟିକାକରଣ କଭରେଜକୁ ଆହୁରି ବଢ଼ାଇବ ଏବଂ ଏକ ସୁସ୍ଥ ରାଷ୍ଟ୍ର ସୃଷ୍ଟି କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

୧୮ରୁ ୫୯ ବର୍ଷ ବୟସ୍କଙ୍କୁ ମାଗଣା ବୁଷ୍ଟର ଡୋଜ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । 75 ତମ ସ୍ବାଧିନତା ଦିବସ ପୂର୍ତ୍ତି ଅବସରରେ ଆଗାମୀ ୭୫ ଦିନ ପର୍ଯ୍ୟନ୍ତ ଏହା ଜାରି ରହିବ । ଦେଶରେ ୧୮ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ନାଗରିକଙ୍କ ମଧ୍ୟରେ ୭୭ କୋଟି ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବାର ଥିଲା ।

ପୂର୍ବରୁ ଦିଆଯାଇଥିବା ଦୁଇଟି ଟିକା ଡୋଜ ପରି ସରକାରୀ କେନ୍ଦ୍ରକୁ ଯାଇ ଲୋକେ ବୁଷ୍ଟର ଡୋଜ ନେଇପାରିବେ । କୋରୋନା ସଂକ୍ରମଣର ହାର କିଛି ଦିନ ଧରି ବୃଦ୍ଧି ପାଇବାରେ ଲାଗିଛି ଓ ଏହି କାରଣରୁ ସରକାର ଏକ ବୁଷ୍ଟର ଡୋଜ ନେବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।

ବଢୁଛି କୋରୋନା, ଚିଠି ଲେଖି ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

କୋରନାରେ ଲାଗୁନି ରୋକ,ରେଡ ଜୋନରେ ରାଜଧାନୀ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments