1. କୃଷି ଖବର

କୋରନାରେ ଲାଗୁନି ରୋକ,ରେଡ ଜୋନରେ ରାଜଧାନୀ

ରାଜଧାନୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି | ମାସ୍କ ନ ପିନ୍ଧିଲେ ମୋଟାଙ୍କର ଫାଇନ୍ କଟାଯିବ | ମାସ୍କ ନ ପିନ୍ଧିଲେ ୫ଶହ ଟଙ୍କା ଜୋରିମାନା ଦେବାକୁ ପଡ଼ିବ

Rajashree
Rajashree
covid increase in bhubaneswar

covid increase in bhubaneswar

ରାଜ୍ୟରେ ପୁଣି ବଢ଼ିବାରେ ଲାଗିଛି କୋରନା ପଜିଟିଭଙ୍କ(Covid_19) ସଂଖ୍ୟା | କୋଭିଡ୍ ରେଡ୍ ଜୋନରେ ରାଜ୍ୟର ତିନି ପ୍ରମୁଖ ସହର | ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ବର କୋଭିଡ୍ ରେଡ୍ ଜୋନକୁ ଫେରିଛି |

ରାଜଧାନୀକୁ ଛାଡ଼ି ପୁରୀ ଓ କଟକ ଜିଲ୍ଲା ବି ରେଡ୍ ଜୋନରେ ସାମିଲ ହୋଇଥିବା ସୂଚନା ରହିଛି | ରାଜଧାନୀ ଭୁବନେଶ୍ବରରେ ଟିପିଆର ରେଟ୍ ୧୦.୬ ରହିଛି | ଅନ୍ୟପକ୍ଷେ, କଟକରେ ଏହା ୮.୧ ଓ ପୁରୀରେ ୭.୭ ରହିଛି | ରାଜଧାନୀ‌ ରେଡ୍ ଜୋନରେ ଆସିବାର ସୂଚନା ପାଇ ଭୁବନେଶ୍ବରରେ କୋଭିଡ (covid situation)କଟକଣାକୁ କଡ଼ାକଡ଼ି ଲାଗୁ କରିବା ଲାଗି ମେୟର ସୁଲୋଚନା ଦାସ ନିର୍ଦେଶ ଦେଇଛନ୍ତି | ମେୟରଙ୍କ କହିବାଅନୁଯାୟୀ, ରାଜଧାନୀରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଛି | ମାସ୍କ ନ ପିନ୍ଧିଲେ ମୋଟାଙ୍କର ଫାଇନ୍ କଟାଯିବ | ମାସ୍କ ନ ପିନ୍ଧିଲେ ୫ଶହ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି |

ଖବରଅନୁଯାୟୀ, ଏପର୍ଯ୍ୟନ୍ତ ରାଜ୍ୟରେ ୧୨, ୯୨, ୯୨୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ସେହିପରି ୧୨,୮୦, ୯୫୪ ଜଣ ସୁସ୍ଥ ଥିବାବେଳେ ୨୭୯୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି |

ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ(covid ) ସଂଖ୍ୟା ଆଜି ୫୦୦ ଟପିଛି | ଗତ ୧୨ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ (covid )ସଂଖ୍ୟା ତିନି ଅଙ୍କରୁ ତଳକୁ ଖସୁନଥିବା ବେଳେ ଶନିବାର ଦିନ ୫୧୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ୩୦୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨୧୨ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ (covid )ହୋଇଛନ୍ତି |

ଏଥିମଧ୍ୟରେ ୫୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି | ଆଜି ରାଜ୍ୟର ୨୨ଟି ଜିଲ୍ଲାରୁ ୫୧୨ ଜଣ କରୋନା ପଜିଟିଭ (covid situation)ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୮ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ | ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୩୭ ଜଣ ଚିହ୍ନଟ ହୋଇଛନ୍ତି | କଟକ ଜିଲ୍ଲାରୁ ୮୯ ଓ ପୁରୀ ଜିଲ୍ଲାରୁ ୨୯ ଜଣ ସଂକ୍ରମିତ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି |

ସାବଧାନ !ଏହା ନେଇପାରେ ଆପଣଙ୍କ ଜୀବନ -୨

କୋଭିଡ -19 ବିପକ୍ଷରେ ଯୁଦ୍ଧରେ ହିରୋର ତିନି ଚକିଆ ଷ୍ଟ୍ରେଚର, ଆମ୍ବୁଲାନ୍ସ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments