1. କୃଷି ଖବର

ବଢୁଛି କୋରୋନା, ଚିଠି ଲେଖି ରାଜ୍ୟକୁ ସତର୍କ କରାଇଲା କେନ୍ଦ୍ର

ଉପରମୁହାଁଉପରମୁହାଁ ଅଛି ସଂକ୍ରମଣ ଗ୍ରାଫ । ଏହାରି ମଧ୍ୟରେ ଚିଠି ଲେଖି 5 ରାଜ୍ୟକୁ ଆଲର୍ଟ ଜାରି କରିଛି କେନ୍ଦ୍ର । ଅଛି ସଂକ୍ରମଣ ଗ୍ରାଫ । ଏହାରି ମଧ୍ୟରେ ଚିଠି ଲେଖି 5 ରାଜ୍ୟକୁ ଆଲର୍ଟ ଜାରି କରିଛି କେନ୍ଦ୍ର ।

Shuvanshu Kar
Shuvanshu Kar
Union Health Secretary to hold meeting with states on Covid-19 situation

Union Health Secretary to hold meeting with states on Covid-19 situation

ଦେଶରେ ଛୁଇଁ ସାରିଲାଣି ମୌସୁମୀ । ପାର୍ବଣ ଋତୁ ମଧ୍ୟ ଆରମ୍ଭ ହୋଇଯିବ । ହେଲେ ବଢିଚାଲିଛି କୋରୋନା ସଂକ୍ରମଣ(covid 19) । ଉପରମୁହାଁ ଅଛି ସଂକ୍ରମଣ ଗ୍ରାଫ । ଏହାରି ମଧ୍ୟରେ ଚିଠି ଲେଖି 5 ରାଜ୍ୟକୁ ଆଲର୍ଟ ଜାରି କରିଛି କେନ୍ଦ୍ର ।

କୋଭିଡର ବଢୁଥିବା ସଂକ୍ରମଣ(covid 19) ଉପରେ ଲଗାମ ଲଗାଇବା ପାଇଁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ(health ministry) ଏକ ଆଡଭାଇଜରୀ ଜାରି କରିଛି। ମନ୍ତ୍ରଣାଳୟର କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସମସ୍ତ ରାଜ୍ୟକୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛନ୍ତି । କୋଭିଡ -19 ର ସଂକ୍ରମଣକୁ ରୋକିବା ପାଇଁ ସେ 5 ସ୍ତରୀୟ ରଣନୀତି ଉପରେ ଧ୍ୟାନ ଦେବାକୁ କହିଛନ୍ତି ।

ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ପଞ୍ଚ ସ୍ତରୀୟ ରଣନୀତି ଉପରେ ଧ୍ୟାନ ଦେବା ବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ଆମ ଦେଶର ସମସ୍ତ ରାଜ୍ୟରେ ପର୍ବ ପର୍ବାଣୀ ପାଳନ କରାଯାଏ ଏବଂ ଏଥିରେ ଜନସମାଗମ ହୁଏ, ତେଣୁ କୋଭିଡ -19 ସଂକ୍ରମଣର ପ୍ରସାରକୁ ରୋକିବା ପାଇଁ ସତର୍କତା ଅବଲମ୍ବନ କରିବା ଆବଶ୍ୟକ । 5 ସ୍ତରୀୟ ରଣନୀତି ଅନୁଯାୟୀ, କୋରୋନା ବିରୋଧରେ ସମସ୍ତ ନିୟମ ଅନୁପାଳନ କରିବା ଜରୁରୀ। ଏହି ରଣନୀତି ଅନୁଯାୟୀ, ଟେଷ୍ଟିଂ, ଟ୍ରାକିଂ, ଚିକିତ୍ସା, ଟୀକାକରଣ ଏବଂ ନିୟମ ମାନିବା ପାଇଁ ରାଜ୍ୟଗୁଡିକୁ ମରାମର୍ଶ ଦିଆଯାଇଛି ।

କୋରୋନା ପରେ ଟେନସନ ବଢାଇଲା ଟମାଟୋ ଫ୍ଲୁ, ହାଇଆଲର୍ଟ ଜାରି

ଆଜିଠୁ ରାଜ୍ୟରେ ନାଇଟ୍ କର୍ଫ୍ୟୁ କଡ଼ାକଡ଼ି, ବନ୍ଦ ହେଲା କ୍ଲାସରୁମ

ଗତ 24 ଘଣ୍ଟା ମଧ୍ୟରେ ଦେଶରେ କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି । ମଙ୍ଗଳବାର ଭାରତରେ 11793 ନଆ ରୋଗୀ ମିଳିଛି । 27 ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ଏହାପୂର୍ବରୁ ସୋମବାର ଦିନ 21 ଜଣ ରୋଗୀ ପ୍ରାଣ ହରାଇଥିଲେ ଏବଂ 17 ହଜାରରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଥିଲେ ​​। ଗତ କିଛି ଦିନ ହେବ ଦେଶରେ କୋରୋନା ମାମଲାର ଦୃତ ବୃଦ୍ଧି ପରିଲକ୍ଷିତ ହେଉଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନାନୁସାରେ, ଗତ 24 ଘଣ୍ଟା ମଧ୍ୟରେ ଦେଶରେ 11,793 ଟି ନୂଆ ମାମଲା ପଞ୍ଜିକୃତ ହୋଇଛି, ଯାହା ସୋମବାର ତୁଳନାରେ 30.9% କମ୍ ଅଟେ। ଦେଶରେ ସମୁଦାୟ 4,34,18,839 ମାମଲା ଏଯାଏଁ ଚିହ୍ନଟ ହୋଇସାରିଲାଣି । ଆଜି କେରଳରେ ସାରା ଦେଶରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଛନ୍ତି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments