1. କୃଷି ଖବର

ଆଜିଠୁ ରାଜ୍ୟରେ ନାଇଟ୍ କର୍ଫ୍ୟୁ କଡ଼ାକଡ଼ି, ବନ୍ଦ ହେଲା କ୍ଲାସରୁମ

ରାଜ୍ୟରେ ପୁଣି ଫେରିଲା ନାଇଟ୍ କର୍ଫ୍ୟୁ (night curfew) । ଆଜି (ଶୁକ୍ରବାର) ଠାରୁ ସହରାଞ୍ଚଳରେ ରାତି ୯ ଟା ସମୟରୁ ସକାଳ ୫ ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ ।

Sudesna Nayak
Sudesna Nayak
Night Curfew started in urban area

Night Curfew started in urban area

ଆଜି ଠାରୁ ରାଜ୍ୟ ସରକାରଙ୍କ ନୂଆ କୋଭିଡ ଗାଇଡ ଲାଇନ ଲାଗୁ ହେଲା । ରାଜ୍ୟରେ ପୁଣି ଫେରିଲା ନାଇଟ୍ କର୍ଫ୍ୟୁ (night curfew) । ଆଜି (ଶୁକ୍ରବାର) ଠାରୁ ସହରାଞ୍ଚଳରେ ରାତି ୯ ଟା ସମୟରୁ ସକାଳ ୫ ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । 

ଏହି କଟକଣା ଫେବୃଆରୀ ୧ ଯାଏଁ ବଳବତ୍ତର ରହିବ । ଯାହାକୁ ନେଇ ସେପଟେ ଆଜି ଠାରୁ ହିଁ ଦ୍ବାଦଶ ଶ୍ରେଣୀ ଯାଏଁ କ୍ଲାସରୁମ ପାଠ ପଢାକୁ ବନ୍ଦ କରାଯାଇଛି ।

ରାଜ୍ୟ ସରକାରଙ୍କ ନୂଆ କୋଭିଡ ଗାଇଡଲାଇନ

ରାଜ୍ୟ (odisha)ରେ ଲଗାତାର ବଢୁଥିବା କୋରୋନା ପରିସ୍ଥିତିକୁ ଲକ୍ଷ୍ୟକରି ରାଜ୍ୟ ସରକାର ନୂଆ କୋଭିଡ ଗାଇଡଲାଇନ ଜାରି କରିଛନ୍ତି । ମହାମାରୀକୁ ଚେକ ନିମନ୍ତେ ସହରାଞ୍ଚଳରେ ଶୁକ୍ରବାର ଠାରୁ ହିଁ ନାଇଟ କର୍ଫ୍ୟୁ (night curfew) ଲାଗୁ ହୋଇଛି । ରାତି ୯ ଟାରେ ଲାଗୁ କରାଯିବ ରାତ୍ରି କାଳୀନ କର୍ଫ୍ୟୁ । ସକାଳ ୫ ଟା ରୁ ରାତ୍ରି ୯ ଟା ପର୍ଯ୍ୟନ୍ତ ଦୋକାନ, ବଜାର, ହାଟ ଆଦି ଖୋଲା ରହିବ ବୋଲି କୁହାଯାଇଛି । କିନ୍ତୁ ଏହାରି ମଧ୍ଯରେ ଦୋକାନ-ମଲ ଆଦି ମାଲିକମାନେ କୋରୋନା ଗାଇଡଲାଇନ ପାଳନ କରିବେ ।

ସେପଟେ ରାଜଧାନୀ ଭୁବନେଶ୍ୱର (Bhubaneswar) ରେ କୋରୋନା ଗାଇଡଲାଇନକୁ କଡାକଡି ଲାଗୁ ପାଇଁ କମିଶନରେଟ ପୋଲିସ ଅଣ୍ଟା ଭିଡିଛି । ସ୍ମାର୍ଟି ସିଟି ଭୁବନେଶ୍ୱରରେ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେଉଥିବା ବେଳେ ମୋବାଇଲ ପାଟ୍ରୋଲିଂକୁ ମଧ୍ଯ ଜୋରଦାର କରାଯାଇଛି । ଯେଉଁସ୍ଥାନରେ ଲୋକମାନଙ୍କ ଗହଳି ହେବାର ଆଶଙ୍କା ରହିଛି, ସେଭଳି ସ୍ଥାନଗୁଡିକ ଉପରେ ନଜର ରଖାଯିବ । ଯେଉଁମାନେ ନିୟମ ଭାଙ୍ଗିବେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ଯ ଗ୍ରହଣ କରାଯିବ ବୋଲି ଡିସିପି (DCP) ଉମା ଶଙ୍କର ଦାଶ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, କୋରୋନାର ନୂଆ ଗାଇଡଲାଇନ ଅନୁସାରେ, ଥିଏଟର ଓ ଫିଲ୍ମ ହଲରେ ୫୦ ପ୍ରତିଶତ (50%) ଦର୍ଶକମାନଙ୍କୁ ଅନୁମତି ମିଳିଛି । ବାହାଘର ଓ ବ୍ରତଘରରେ ୧୦୦ ଲୋକ ଓ ଅନ୍ତ୍ୟେଷ୍ଟି ପାଇଁ ୫୦ ଲୋକମାନଙ୍କୁ ସାମିଲ ହେବା ପାଇଁ ଅନୁମତି ଦିଆଯାଇଛି । ୫୦ ପ୍ରତିଶତ କର୍ମଚାରୀମାନଙ୍କୁ ନେଇ ସରକାରୀ କାର୍ଯ୍ୟାଳୟ ଖୋଲିବ ବୋଲି ନିର୍ଦ୍ଦେଶ ରହିଥିବା ବେଳେ ଧାର୍ମୀକ, ରାଜନୈତିକ ଓ ସାମାଜିକ ସଭାସମିତିରେ ବି କଟକଣା ଲାଗିଛି । ବିଦେଶରୁ ଆସୁଥିବା ସମସ୍ତ ଯାତ୍ରୀମାନଙ୍କ କୋରୋନା ଟେଷ୍ଟ (Covid test ) କରିବାକୁ ପ୍ରଶାସନ ପକ୍ଷରୁ କଡାକଡି ଭାବେ ପଦକ୍ଷପ ମଧ୍ୟ ନିଆଯାଉଛି ।

ବନ୍ଦ ହେଲା କ୍ଲାସରୁମ

ପ୍ରକାଶ ଥାଉ ଯେ, ଅନ୍ୟପଟେ ଆଜି (ଶୁକ୍ରବାର) ଠାରୁ ରାଜ୍ୟରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ କ୍ଲାସରୁମ ପାଠପଢା ବନ୍ଦ (school closed) ହୋଇଛି । କୋରୋନା ସଂକ୍ରମଣ ଓ ପିଲାମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଅଫଲାଇନ ପାଠପଢା ବନ୍ଦ କରିବାକୁ ଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ତେବେ ଏହି ସମୟରେ ଅନଲାଇନ ଶିକ୍ଷା ଓ ଦଶମ ତଥା ଅନ୍ୟ ଶ୍ରେଣୀର ପରୀକ୍ଷା ଜାରି ରହିବ । ପିଲାମାନେ ଚାହିଁଲେ ଅଭିଭାବକମାନଙ୍କ ଲିଖିତ ଅନୁମତି କ୍ରମେ ଡାଉଟ କ୍ଲିୟର ପାଇଁ ସ୍କୁଲକୁ ଯାଇପାରିବେ, କିନ୍ତୁ ତାଙ୍କୁ କୋରୋନା କଟକଣା ମାନିବାକୁ ପଡିବ ବୋଲି ବିଭାଗ କହି ରଖିଛି ।

ଓମିକ୍ରନ୍ ଭୟ: ରାଜ୍ୟରେ ଲାଗୁ ହେଲା ୧୦ ଦିନଆ ନାଇଟ କର୍ଫ୍ୟୁ

ରାଜଧାନୀରେ ଲାଗିଲା ଲକଡାଉନ; ଜାଣନ୍ତୁ କଣ ରହିବ ବନ୍ଦ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments