1. କୃଷି ଖବର

ଓମିକ୍ରନ୍ ଭୟ: ରାଜ୍ୟରେ ଲାଗୁ ହେଲା ୧୦ ଦିନଆ ନାଇଟ କର୍ଫ୍ୟୁ

ପୁଣି ଫେରିଲା ନାଇଟ୍ କର୍ଫ୍ୟୁ । ରାଜ୍ୟରେ ପୁଣି ଲାଗୁ ହେଲା ନାଇଟ୍ କର୍ଫ୍ୟୁ । ଏଣିକି ଭାରତରେ ଆତଙ୍କ ଖେଳାଇଛି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଦିନକୁ ଦିନ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ବଢ଼ିବାରେ ଲାଗିଛି ।

Sudesna Nayak
Sudesna Nayak
karnataka announces night curfew for 10 days starting tuesday amid omicron concerns

karnataka announces night curfew for 10 days starting tuesday amid omicron concerns

ପୁଣି ଫେରିଲା ନାଇଟ୍ କର୍ଫ୍ୟୁ । ରାଜ୍ୟରେ ପୁଣି ଲାଗୁ ହେଲା ନାଇଟ୍ କର୍ଫ୍ୟୁ । ଏଣିକି ଭାରତରେ ଆତଙ୍କ ଖେଳାଇଛି କୋରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଦିନକୁ ଦିନ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ବଢ଼ିବାରେ ଲାଗିଛି ।

କହିବାକୁ ଗଲେ, ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ ୪୦୦ରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି । ସାରା ଦେଶରେ ଓମିକ୍ରନ୍ ସଙ୍କଟ ବଢୁଥିବା ବେଳେ ୧୦ ଦିନିଆ ନାଇଟ କର୍ଫ୍ୟୁ ଲାଗୁ କରିଛନ୍ତି କର୍ଣ୍ଣାଟକ ସରକାର

କର୍ଣ୍ଣାଟକରେ ନାଇଟ କର୍ଫ୍ୟୁ୧୦ ଦିନ ପାଇଁ ଲାଗୁ ହେବ ରାତ୍ରକାଳୀନ କର୍ଫ୍ୟୁ । ଓମିକ୍ରନ କେସ୍‌ ବଢ଼ୁଥିବା ଦେଖି କର୍ଣ୍ଣାଟକ ସରକାରଙ୍କ ପକ୍ଷରୁ ନାଇଟ କର୍ଫ୍ୟୁ ଲାଗୁ ପାଇଁ ନିଷ୍ପତ୍ତି ହୋଇଛି ।

କର୍ଣ୍ଣାଟକ ସରକାର ଡିସେମ୍ବର ୨୮ ରୁ ୧୦ ଦିନ ଯାଏ ଏହି କଟକଣା ଲାଗୁ ହେବ ବୋଲି କହିଛନ୍ତି । ରାତି ୧୦ ଟାରୁ ଭୋର ୫ଟା ଯାଏଁ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ କେ ସୁଧାକର ।

ରାତ୍ରିକାଳୀନ କର୍ଫ୍ୟୁ ସହ ନୂଆବର୍ଷ ପାର୍ଟି ଓ ସେଲିବ୍ରେସନ ଆଦି ଉପରେ ମଧ୍ୟ କଟକଣା ଜାରି କରାଯାଇଛି । ବରିଷ୍ଠ ଅଧିକାରୀ ଓ କୋଭିଡ୍‌ ଟେକ୍ନିକାଲ ଆଡଭାଇଜରୀ କମିଟି ସହ ଆଲୋଚନା କରିବା ପରେ କଟକଣା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ ।

ନିରାଡମ୍ବର ଭାବେ ନୂଆବର୍ଷ ପାଳନ କରିବାକୁ ଗାଇଡଲାଇନ ଜାରି କରାଯାଇଛି । ଏହି ସମୟରେ ଡିଜେ ଓ ଜନଗହଳିକୁ ମଧ୍ୟ ବାରଣ କରାଯାଇଛି । କଟକଣା ପାଳନ ନ ହେଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ନିର୍ଦ୍ଦେଶ ଜାରି କରାଯାଇଛି ।

କହିରଖୁଛୁ ଯେ, ଭାରତରେ କୋରୋନାର ଓମିକ୍ରନ ଭାରିଏଣ୍ଟ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମଶଃ ଦିନକୁ ଦିନ ବଢି ବଢି ଚାଲିଛି । ନିକଟରେ ବହୁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ସଂକ୍ରମଣକୁ ଏବେ ଗୁରୁତର ସହ ଗ୍ରହଣ କରିଛନ୍ତି । ଏ ବାବଦେ ରାଜ୍ୟ ସରକାରମାନଙ୍କ ପ୍ରସ୍ତୁତି ସମୀକ୍ଷା କରିଛନ୍ତି କେନ୍ଦ୍ର ସରକାର । ଏଥିରେ ରାଜ୍ୟ ସରକାରମାନଙ୍କୁ ଜିଲ୍ଲାମାନଙ୍କର ପଜିଟିଭ କେସ୍ ଡବଲିଂ ହାର ଓ କ୍ଲଷ୍ଟର ଉପରେ ନଜର ରଖିବା ଲାଗି କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି । ସେହିପରି ସମସ୍ତ ସତର୍କତା ଏବଂ ନିୟମକୁ ସାବଧାନତାର ସହିତ କଡ଼ାକଡି ଭାବେ ପାଳନ ନିମନ୍ତେ ମଧ୍ୟ ଚେତାଇ ଦେଇଛନ୍ତି ।

ରାଜ୍ୟରେ ପୁଣି ଲାଗୁ ହେଲା ନାଇଟ୍ କର୍ଫ୍ୟୁ

Airtelର ବମ୍ପର ଧମାକା; ମାଗଣାରେ ମିଳିବ ହାଇ ସ୍ପୀଡ଼ି ଡାଟା ସହ ଇଣ୍ଟରନେଟ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments