1. କୃଷି ଖବର

ରାଜଧାନୀରେ ଲାଗିଲା ଲକଡାଉନ; ଜାଣନ୍ତୁ କଣ ରହିବ ବନ୍ଦ

ଦେଶକୁ ପୁଣି ଫେରିଲା ଲକଡାଉନ । ଦିନକୁ ଦିନ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ବଢ଼ିବାରେ ଲାଗିଛି । କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଯୋଗୁଁ ହିଁ ରାଜଧାନୀ ଦିଲ୍ଲୀରେ ସରକାର ଆଂଶିକ ଲକଡାଉନ ଜାରି କରିଛନ୍ତି ।

Sudesna Nayak
Sudesna Nayak
again lockdown in newdelhi know all the corona guidelines

again lockdown in newdelhi know all the corona guidelines

ଦେଶକୁ ପୁଣି ଫେରିଲା ଲକଡାଉନ । ଦିନକୁ ଦିନ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବହୁ ବଢ଼ିବାରେ ଲାଗିଛି । କୋରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଯୋଗୁଁ ହିଁ ରାଜଧାନୀ ଦିଲ୍ଲୀରେ ସରକାର ଆଂଶିକ ଲକଡାଉନ ଜାରି କରିଛନ୍ତି । ରାତି ୧୦ ଟା ରୁ ସକାଳ ୫ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରି ରହିବ । ଅଡ଼- ଇଭେନ (Odd-Even) ଆଧାରରେ ହିଁ ସକାଳ ୧୦ ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ମଲ ଖୋଲାରହିବ ବୋଲି ସୂଚନା ମିଳିଛି । କେବଳ ଗୋଟିଏ ସ୍ଥାନରେ ଗୋଟିଏ ସାପ୍ତାହିକ ମାର୍କେଟକୁ ହିଁ ୫୦ ପ୍ରତିଶତ କ୍ଷମତା ସହ ଅନୁମତି ମିଳିବ ବୋଲି ସୂଚନା ମିଳିଛି ।

ସେହିପରି କହିବାକୁ ଗଲେ, ଦୋକାନ ବଜାର ସକାଳ ୧୦ ଟା ରୁ ରାତି ୮ ଟା ପର୍ଯ୍ୟନ୍ତ ଅଡ ଇଭେନ (Odd-Even) ଆଧାରରେ ଖୋଲିବ । ଛୋଟ ଦୋକାନ, ଗ୍ରୋସରୀ ଷ୍ଟୋର ଗୁଡ଼ିକ ସକାଳ ୧୦ ଟା ରୁ ହିଁ ରାତି ୮ ଟା ପର୍ଯ୍ୟନ୍ତ ଖୋଲି ପାରିବ । ରେସ୍ତୋରାଁ ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ସକାଳ ୧୦ ଟା ରୁ ରାତି ୮ ଟା ଯାଏଁ ଖୋଲି ପାରିବ । ସେହିପରି ବାର ଗୁଡ଼ିକ ୫୦ ପ୍ରତିଶତ କ୍ଷମତା ରେ ମଧ୍ୟାହ୍ନ ୧୨ ଟା ରୁ ରାତି ୧୦ ଟା ପର୍ଯ୍ୟନ୍ତ ଖୋଲି ପାରିବ ।

ସୂଚନା ଅନୁଯାୟୀ, ଅନ୍ୟପଟେ ସିନେମା ହଲ, ମଲ୍ଟିପ୍ଲେକ୍ସ, ବନକ୍ୱେଟ, ଅଡିଟୋରିୟମ, Assembly ହଲ ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ରହିବ । କେବଳ ହୋଟେଲ ଏବଂ ଲଜ ଗୁଡ଼ିକରେ ବିନା ଉତ୍ସବ ଓ କାର୍ଯ୍ୟକ୍ରମରେ ଚଳିବ ।

ସେହିପରି ସ୍ପା, ଜିମ୍, ଯୋଗ ସେଣ୍ଟର, ଏଣ୍ଟରଟେନମେଣ୍ଟ ପାର୍କ, ୱାଟର ପାର୍କ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । କେନ୍ଦ୍ର ସରକାରଙ୍କ ଅଫିସ ଗୁଡ଼ିକ କେନ୍ଦ୍ର ସରକାର (Central Government) ଙ୍କ ହିଁ ନିର୍ଦ୍ଦେଶ ଅନୁଯାୟୀ ଚଳିବ । କିନ୍ତୁ ବେସରକାରୀ ଅଫିସ ଗୁଡ଼ିକ ୫୦ ପ୍ରତିଶତ କ୍ଷମତାରେ ସକାଳ ୯ ଟା ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଚାଲିବା ନେଇ ଗାଇଡଲାଇନ (Corona Guideline) ଜାରି ହୋଇଯାଇଛି ।

ସ୍ପୋର୍ଟସ କମ୍ପ୍ଲେକ୍ସ, ସୁଇମିଂ ପୁଲଷ୍ଟାଡିୟମ ଉପରେ ସମ୍ପୂର୍ଣ୍ଣ ଭାବେ କଟକଣା ରହିଛି । ଅନ୍ତିମ ସତ୍କାର ପାଇଁ ୨୦ ଜଣ ଓ ବାହାଘର ପାଇଁ ୨୦ ଜଣଙ୍କୁ ହିଁ ଅନୁମତି ମିଳିଛି । ରାଜନୈତିକ ଏବଂ ସାମାଜିକ ସଭା (Social Gathering) ଗୁଡିକୁ ବାରଣ କରାଯାଇଛି ।

ପ୍ରକାଶ ଥାଉ ଯେ, ଧାର୍ମିକ ସ୍ଥଳ ଗୁଡ଼ିକ ଖୋଲା ରହିବ କିନ୍ତୁ ସାଧାରଣ ଲୋକମାନଙ୍କ ପ୍ରବେଶ ନିଷେଧ କରାଯାଇଛି । ସେହିପରି ଦିଲ୍ଲୀ ମେଟ୍ରୋରେ ୫୦ ପ୍ରତିଶତ ବସିବା କ୍ଷମତା ସହ ଚାଲିପାରିବ ।

ଅଧିକ ପଢନ୍ତୁ...

ଓମିକ୍ରନ୍ ଭୟ: ରାଜ୍ୟରେ ଲାଗୁ ହେଲା ୧୦ ଦିନଆ ନାଇଟ କର୍ଫ୍ୟୁ

ରାଜ୍ୟରେ ପୁଣି ଲାଗୁ ହେଲା ନାଇଟ୍ କର୍ଫ୍ୟୁ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments