1. କୃଷି ଖବର

ଆଜିର ତାଜା କୃଷି ଖବର, ଆପଣ ଜାଣନ୍ତୁ !!

ଭାରତର ପ୍ରମୁଖ ତଥା ପ୍ରତିଷ୍ଠିତ କୃଷିଭିତ୍ତିକ ସାମାଜିକ ଗଣମାଧ୍ୟମ 'କୃଷି ଜାଗରଣ' ୨୫ ବର୍ଷ ପୂରଣ ହେବା ଅବସରରେ ସେପ୍ଟେମ୍ବର ୫ ତାରିଖରେ ଏହାର ସିଲଭର ଜୁବୁଲି ୱେବିନାର୍ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜିତ କରିଛି। ଏହି କାର୍ଯ୍ୟକ୍ରମରେ ୨୫ ବର୍ଷ ଭିତରେ କୃଷିର ଅଭିବୃଦ୍ଧି ବିଷୟରେ ଆଲୋଚନା

Sugyan Kumar Nayak
Sugyan Kumar Nayak

ସେପ୍ଟେମ୍ବର ୫ ତାରିଖରେ କୃଷି ଜାଗରଣର ରୌପ୍ୟ ଜୟନ୍ତୀ ପାଳନ

ଭାରତର ପ୍ରମୁଖ ତଥା ପ୍ରତିଷ୍ଠିତ କୃଷିଭିତ୍ତିକ ସାମାଜିକ ଗଣମାଧ୍ୟମ 'କୃଷି ଜାଗରଣ' ୨୫ ବର୍ଷ ପୂରଣ ହେବା ଅବସରରେ ସେପ୍ଟେମ୍ବର ୫ ତାରିଖରେ ଏହାର ସିଲଭର ଜୁବୁଲି ୱେବିନାର୍ କାର୍ଯ୍ୟକ୍ରମ ମାଧ୍ୟମରେ ଆୟୋଜିତ କରିଛି। ଏହି କାର୍ଯ୍ୟକ୍ରମରେ ୨୫ ବର୍ଷ ଭିତରେ କୃଷିର ଅଭିବୃଦ୍ଧି ବିଷୟରେ ଆଲୋଚନା ହୋଇଛି। ଏହା କୃଷି ଜାଗରଣ ଫେସବୁକ୍ ପେଜ ମାଧ୍ୟମରେ ସିଧା ପ୍ରସାରଣ କରାଯାଇଥିଲା।

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଖୁର ମୂଲ୍ୟ ଘୋଷଣା କରିଛନ୍ତି

ମୁଜାଫରନଗର ଜିଲ୍ଲାରେ ଅନୁଷ୍ଠିତ ହେବାକୁ ଥିବା ଉତ୍ତରପ୍ରଦେଶରେ କୃଷକ ଆନ୍ଦୋଳନ ପକ୍ଷରୁ ୟୁନାଇଟେଡ୍ କିସାନ୍ ମୋର୍ଚ୍ଚାର କିସାନ୍ ମହାପଞ୍ଚାୟତକୁ ଦୃଷ୍ଟିରେ ରଖି ସେପ୍ଟେମ୍ବର ୨ ତାରିଖରେ ସରକାର ଆଖୁ ମୂଲ୍ୟ ଘୋଷଣା କରିଛନ୍ତି । ଏ ସମ୍ପର୍କରେ ମୁଖ୍ୟ ଶାସନ ସଚିବ ତାଙ୍କ ରିପୋର୍ଟ ସରକାରଙ୍କ ନିକଟକୁ ପଠାଇଛନ୍ତି।

ଚାଷୀମାନେ ମଞ୍ଜି ଏବଂ କୃଷିଜାତ ଦ୍ରବ୍ୟ ଘରେ ପାଇପାରିବେ

ଇ-କମର୍ସ ପ୍ଲାଟଫର୍ମ ଆମାଜନ ଇଣ୍ଡିଆ କିସାନ୍ ଷ୍ଟୋର ଲଞ୍ଚ କରିଛି।  କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କିସାନ୍ ଷ୍ଟୋରର ଶୁଭାରମ୍ଭ କରାଇଛନ୍ତି।  ଏହା ମାଧ୍ୟମରେ ମଞ୍ଜି, କୃଷି ଉପକରଣ, ଉଦ୍ଭିଦ ସୁରକ୍ଷା ଏବଂ ପୁଷ୍ଟିକର ଦ୍ରବ୍ୟ ଦେଶର କୃଷକମାନଙ୍କୁ ସେମାନଙ୍କ ଘର ନିକଟରେ ବିତରଣ ସୁବିଧା ସହିତ ସୁଲଭ ମୂଲ୍ୟରେ ମିଳିପାରିବ।

ଚଳିତ ମାସରୁ ଖାଇବା ତେଲ ଶସ୍ତା ହେବ

ଦେଶରେ ଖାଇବା ତେଲର ମୂଲ୍ୟ ଶସ୍ତା ହେବ। ନୂତନ ଫସଲ ଅମଳ ହେବା ପରେ ତେଲର ମୂଲ୍ୟ କମ ହେବ ବୋଲି ଖାଦ୍ୟ ଯୋଗାଣ ସଚିବ ସୁଦର୍ଶନ ପାଣ୍ଡେ କହିଛନ୍ତି।

ବିହାର ରାଜ୍ୟର ୟସ ବାତ୍ୟାରେ ପ୍ରଭାବିତ କୃଷକମାନେ କ୍ଷତିପୂରଣ ପାଇବେ l ବିହାରର ପ୍ରାୟ ୧୬ଟି ଜିଲ୍ଲାରେ ଚାଷୀଙ୍କ କ୍ଷତିପୂରଣ ମିଳିଛି। ବିହାରରେ ଏହି ବାତ୍ୟାରେ ଫସଲ କ୍ଷତିଗ୍ରସ୍ତ ହୋଇଥିବା ଚାଷୀମାନେ ଆବେଦନ କରିଛନ୍ତି। ଏହାର ଶେଷ ତାରିଖ ୧୨ ସେପ୍ଟେମ୍ବର ରଖାଯାଇଥିଲା। ଅଧିକ ସୂଚନା ପାଇବା ପାଇଁ ନିଶୁକ୍ଲ ନମ୍ବର ୧୮୦୦୧୮୦୧୫୫କୁ ଫୋନ୍ କରିପାରିବେ।

ମୌସୁମୀ ପାଇଁ ମହାରାଷ୍ଟ୍ରରେ ଚାଷ ନଷ୍ଟ

ଚାଷ ପାଇଁ ପ୍ରସିଦ୍ଧ ଜାଲଗାଓଁର ଲୋକମାନେ ଅନେକ ବର୍ଷା ଓ ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଯାହା ଫଳରେ କୃଷକମାନଙ୍କ ମନରେ ବହୁ ଅସନ୍ତୋଷ ଦେଖାଦେଇଛି। ଏହି ଜିଲ୍ଲାରେ କଦଳୀ, ଆଖୁ ଏବଂ କପା ଚାଷ କରାଯାଏ। ଏଠାରେ ଅଧିକ ବର୍ଷା ହେତୁ ଆଖୁ, ମକା ଏବଂ କଦଳୀ ଚାଷ କରୁଥିବା ଚାଷୀଙ୍କ ଫସଲ ନଷ୍ଟ ହୋଇଯାଇଛି।

କୃଷକମାନଙ୍କ ପାଇଁ କୃଷି ବୈଜ୍ଞାନିକମାନଙ୍କର ପରାମର୍ଶ

ଗହମ ରବି ଋତୁର ବଡ ଫସଲ।କୃଷି ବୈଜ୍ଞାନିକଙ୍କ କହିବା ଅନୁଯାୟୀ,ଗହମ ଚାଷ କରୁଥିବା କୃଷକମାନେ ଯଦି SRI ପଦ୍ଧତି ଚାଷ କରନ୍ତି। ତେବେ ଉତ୍ପାଦନ ଅନେକ ଗୁଣ ଅଧିକ ହୋବ।

କଦଳୀ ଚାଷୀଙ୍କ ପାଇଁ ସତର୍କତା

ସହ-ନିର୍ଦ୍ଦେଶକ ଅନୁସନ୍ଧାନ ଡକ୍ଟର ଏସ.କେ ସିଂ ଓ ଅଲ ଇଣ୍ଡିଆ ଫଳ ଅନୁସନ୍ଧାନ ପ୍ରକଳ୍ପର ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ, ପୁସା, ସମସ୍ତିପୁର, ବିହାର କୃଷକମାନଙ୍କୁ କଦଳୀ ଚାଷ ଉପରେ ନିୟନ୍ତ୍ରଣ କରିବା ପାଇଁ ବେକିଂ ସୋଡ଼ା ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ସ୍ପ୍ରେ ବ୍ୟବହାର କରନ୍ତୁ ବୋଲି କହିଛନ୍ତି।  ସ୍ପ୍ରେ ପ୍ରସ୍ତୁତ କରିବା ପାଇଁ ଏକ ଲିଟର ପାଣିରେ ୫୦ ଗ୍ରାମ ବେକିଂ ସୋଡ଼ାକୁ ୨୫ ଲିଟର ପାଣିରେ ୨୫ ମି.ଲି. ତରଳ ସାବୁନ ମିଶାଇ ପ୍ରସ୍ତୁତ କରନ୍ତୁଏବଂ ଏହି ସ୍ପ୍ରେ ମାଧ୍ୟମରେ ସଂକ୍ରମଣକୁ ରୋକାଯାଇପାରିବ।

Like this article?

Hey! I am Sugyan Kumar Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ