1. କୃଷି ଖବର

ଜୁନ୍ ମାସରୁ ରାସନ୍ କାର୍ଡରେ ଆଉ ମିଳିବନି ଗହମ!

ଆସନ୍ତା ଜୁନ୍ ମାସରୁ ରାସନ କାର୍ଡ଼ରେ ମିଳୁଥିବା ଗହମ ଆଉ ମିଳିବନି । ଜୁନ୍ ମାସରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅର୍ଥାତ୍ ୧୦ ମାସ ଯାଏଁ ଗହମ ମିଳିବନି ।

Sudesna Nayak
Sudesna Nayak
from june onwards Ration Cards will no longer have Wheat

from june onwards Ration Cards will no longer have Wheat

ଆସନ୍ତା ଜୁନ୍ ମାସରୁ ରାସନ କାର୍ଡ଼ (Ration Card)ରେ ମିଳୁଥିବା ଗହମ (Wheat)ଆଉ ମିଳିବନି । ଜୁନ୍ ମାସରୁ ୨୦୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଅର୍ଥାତ୍ ୧୦ ମାସ ଯାଏଁ ଗହମ ମିଳିବନି ।

ସୂଚନା ଅନୁଯାୟୀ, ଗରିବ ଖାଉଟି ମାନଙ୍କୁ ୧୦ ମାସ ଗହମ (Wheat)ବଦଳରେ ଚାଉଳ (RICE) ମିଳିବ । ଏହାର ପ୍ରଭାବ ସିଧାସଳଖ ବଜାର ଉପରେ ପଡ଼ିବ ଓ ଓଡ଼ିଶାରେ ଅଟା, ସୁଜି ଆଦିର ଦାମ୍ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

ଏନେଇ କେନ୍ଦ୍ର ସରକାର (Central Government)ଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଓଡ଼ିଶାକୁ ୪ଲକ୍ଷ କୁଇଣ୍ଟାଲ ଗହମ (Wheat) ଆସିଥାଏ । ତେବେ ଗହମ (Wheat) ଯୋଗାଣ ବନ୍ଦ ହେବା ପରେ ଖୋଲା ବଜାରୁ ସମାନ ପରିମାଣର ଅଟା ଉଠିପାରେ । ଅଟାର ଚାହିଦା ବଢ଼ିପାରେ।

ଓଡ଼ିଶାରେ ଅଧିକ ଲୋକେ ଭାତ (RICE)ଖାଇବାକୁ ପସନ୍ଦ କରନ୍ତି । ତେବେ ପୂର୍ବ ଅପେକ୍ଷା ରାଜ୍ୟରେ ଗହମ ତଥା ଅଟାର ଚାହିଦା ବଢ଼ିଛି । ଲୋକେ ଯେତିକି ଅଟା ଖାଉଥିଲେ ସେଥିରୁ କିଛି ଅଟା ସରକାରଙ୍କ ଯୋଗାଣରୁ ପୂରଣ ହେଉଥିଲା। ଯାହା ବର୍ତ୍ତମାନ ଖୋଲା ବଜାରରୁ ଉଠିବ। ଏନେଇ କେନ୍ଦ୍ର ସରକାର (Central Government)ଙ୍କ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ପ୍ରକାଶ ଥାଉ ଯେ, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଅନୁସାରେ ଜଣେ ଖାଉଟି ଚାଉଳ କିମ୍ବା ଗହମ ନେବେ ସେ ସ୍ଥିର କରିଥାନ୍ତି। ଖାଉଟିଙ୍କୁ ମୁଣ୍ଡପିଛା ୫କେଜି ଲେଖାଏଁ ଚାଉଳ କିମ୍ବା ଗହମ ଅଥବା ଉଭୟ ଚାଉଳ ଓ ଗହମ ମିଶାଇ ନେଇଥାନ୍ତି। ରାଜ୍ୟକୁ କେନ୍ଦ୍ର ସରକାର (Central Government) ଗହମ (Wheat) ଯୋଗାଇଥାନ୍ତି ।

ଗହମ ଚାଷ ପାଇଁ କେନ୍ଦ୍ର ସରକାରଙ୍କ ଜରୁରୀ ସୂଚନା,ଜାଣନ୍ତୁ...

କରନ୍ତୁନି ଏହି ଭୁଲ, ନିଆଯିବ ଆଇନଗତ କାର୍ଯ୍ୟାନୁଷ୍ଠାନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments